ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କଲେ ମୀରାବାଈ ଚାନୁ
·2 years ago

ଅର୍ଗସ ବ୍ୟୁରୋ: ଟୋକିଓ ଅଲିମ୍ପିକ୍ସ ରୌପ୍ୟ ବିଜେତା ମୀରାବାଈ ଚାନୁ ଆଇଡବ୍ଲ୍ୟୁଏଫ୍ ବିଶ୍ବକପ୍ରେ ମହିଳା ୪୯ କେଜି ଗ୍ରୁପ୍ ‘ବି’ ଇଭେଣ୍ଟରେ ତୃତୀୟ ସ୍ଥାନ ଅଧିକାର କରିବା ପରେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି।
ଛଅ ମାସ ଆଘାତଜନିତ ସମସ୍ୟାରେ ରହିବା ପରେ ପ୍ରତିଯୋଗିତାକୁ ଫେରିଥିବା ଚାନୁ ମୋଟ ୧୮୪କେଜି ଭାରୋତ୍ତଳନ କରିଥିଲେ। ପ୍ୟାରିସ ଅଲିମ୍ପିକ୍ସ ପାଇଁ ଏହା ହେଉଛି ଫାଇନାଲ ଏବଂ ବାଧ୍ୟତାମୂଳକ ଟୁର୍ନାମେଣ୍ଟ। ବିଶ୍ବକପ୍ ଶେଷରେ କ୍ବାଲିଫିକେଶନ ପାଇଁ ବିଧିବଦ୍ଧ ଘୋଷଣା ହେବ। ସେତେବେଳେ ଓକ୍ୟୁଆର୍ ଅପ୍ଡେଟ୍ ହେବ। ପ୍ରତ୍ୟେକ ଓଜନ ଶ୍ରେଣୀରୁ ଶ୍ରେଷ୍ଠ ୧୦ ଲିଫ୍ଟର ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିବେ। ଚାନୁ ଗତଥର ସେପ୍ଟେମ୍ବରରେ ଏସିଆନ ଗେମ୍ସରେ ଭାଗ ନେଇଥିଲେ।
ଅଧିକ ପଢ଼ନ୍ତୁ କୀଡ଼ା ଖବର
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: