Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ପ୍ୟାଟ କମିନ୍ସଙ୍କ ରେକର୍ଡ ଭାଙ୍ଗିଲେ ମିଚେଲ ଷ୍ଟାର୍କ

Ritu Das
Browse all articles by Ritu Das
·2 years ago·1 min read
ପ୍ୟାଟ କମିନ୍ସଙ୍କ ରେକର୍ଡ ଭାଙ୍ଗିଲେ ମିଚେଲ ଷ୍ଟାର୍କ

ଅର୍ଗସ ବ୍ୟୁରୋ: ପ୍ୟାଟ୍ କମିନ୍ସଙ୍କ ରେକର୍ଡ ଭାଙ୍ଗିଲେ ମିଚେଲ୍ ଷ୍ଟାର୍କ । ଆଇପିଏଲ୍ ଇତିହାସର ସବୁଠୁ ଦାମୀ ଖେଳାଳି ହେଲେ ଅଷ୍ଟ୍ରେଲୀୟ ପେସ୍ ବୋଲର ମିଚେଲ୍ ଷ୍ଟାର୍କ । ମଙ୍ଗଳବାର ପ୍ୟାଟ୍ କମିନ୍ସଙ୍କୁ ସନରାଇଜର୍ସ ହାଇଦ୍ରାବାଦ ୨୦.୫୦ କୋଟିରେ କିଣିବା ପରେ, ଆଇପିଏଲ ଇତିହାସର ସବୁଠୁ ଦାମୀ ଖେଳାଳି ବନିଥିଲେ ପ୍ୟାଟ୍ କମିନ୍ସ । ହେଲେ ଏହାର କିଛି ସମୟ ପରେ ମିଚେଲ୍ ଷ୍ଟାର୍କ ତାଙ୍କୁ ଟପି ୨୪.୭ କୋଟିରେ ବିକ୍ରି ହୋଇଛନ୍ତି । ଆଇପିଏଲ୍ ଟିମ୍ କୋଲକାତା ନାଇଟ୍ ରାଇଡର୍ସ ମିଚେଲ୍ ଷ୍ଟାର୍କଙ୍କୁ ଆଗାମୀ ସିଜିନ୍ ପାଇଁ ନିଜ ଦଳରେ ସାମିଲ କରିଛି ।

ମଙ୍ଗଳବାର ମିଚେଲ୍ ଷ୍ଟାର୍କଙ୍କୁ କିଣିବା ପାଇଁ ପ୍ରଥମେ ଗୁଜରାଟ ଟାଇଟନ୍ସ ଏବଂ କେକେଆର ଟିମ୍ ଉତ୍ସାହ ଦେଖାଇଥିଲେ । ହେଲେ ଗୁଜରାଟକୁ ପଛରେ ପକାଇ କେକେଆର ବାଜି ଜିତିନେଇଥିଲା । ଷ୍ଟାର୍କ ଏବଂ କମିନ୍ସଙ୍କ ବ୍ୟତୀତ ଭାରତୀୟ ପେସ୍ ବୋଲର ହର୍ଷଲ ପଟେଲଙ୍କୁ ୧୧.୭୫ କୋଟିରେ କିଣିଛି ପଞ୍ଜାବ କିଙ୍ଗସ୍ । ସେହିପରି ୱେଷ୍ଟଇଣ୍ଡିଜ୍ ଅଲରାଉଣ୍ଡର ରୋମେନ୍ ପାୱେଲଙ୍କୁ ରାଜସ୍ଥାନ ୭.୪୦ କୋଟି, ଡାରେଲ ମିଚେଲ ୧୪ କୋଟି, ଶିଭମ ମାଭି ୬.୪୦ କୋଟି ଟଙ୍କାରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟସ ଦଳରେ ସାମିଲ ହେଇଛନ୍ତି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mitchell Starc | Argus News