Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

BCCI President / ମିଥୁନ ମନହାସ କିଏ ? କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ନ ଖେଳି ହୋଇପାରନ୍ତି BCCI ଅଧ୍ୟକ୍ଷ

Sushanta Sahoo
Browse all articles by Sushanta Sahoo
·9 months ago·2 min read
ମିଥୁନ ମନହାସ କିଏ ? କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ନ ଖେଳି ହୋଇପାରନ୍ତି BCCI ଅଧ୍ୟକ୍ଷ

Key Points

ଯଦିଓ ମିଥୁନ ମନହାସ ଭାରତୀୟ କ୍ରିକେଟ ଦଳ ପାଇଁ ଖେଳି ନାହାନ୍ତି କିନ୍ତୁ ରଣଜୀ କ୍ରିକେଟ୍‌ରେ ସେ ଜଣେ ଯୋଦ୍ଧା । ସେ ତିନିଟି IPL ଫ୍ରାଞ୍ଚାଇଜ୍ ଲାଗି ଖେଳିଛନ୍ତି । ଦିଲ୍ଲୀ ଡେୟାରଡେଭଲିସ୍, ପୁଣେ ୱାରିୟର୍ସ ଓ ଚେନ୍ନାଇ ସୁପର୍ କିଙ୍ଗ୍ସ ପକ୍ଷରୁ IPL ଖେଳିଛନ୍ତି ମିଥୁନ ମନହାସ ।

ମୁମ୍ବାଇ: ରଣଜୀ କିଙ୍ଗ୍, ଚେନ୍ନାଇ ସୁପର୍ କିଙ୍ଗ୍ସର ପୂର୍ବତନ ବ୍ୟାଟ୍ସମ୍ୟାନ୍ ମିଥୁନ ମନହାସଙ୍କୁ ମିଳିପାରେ ବଡ଼ ଦାୟିତ୍ଵ । ତିନି ଥର IPL ଖେଳିଥିବା ମିଥୁନ ହୋଇପାରନ୍ତି BCCIର ପରବର୍ତ୍ତୀ ମୁଖ୍ୟ । ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI)ର ଅଧ୍ଯକ୍ଷ ପ୍ରାର୍ଥୀ ଭାବେ ଏବେ ଶୀର୍ଷରେ ରହିଛି ମିଥୁନ ମନହାସଙ୍କ ନାଁ ।

ପୂର୍ବରୁ ଦୁଲୀପ ଟ୍ରଫି ପାଇଁ ସେ ଉତ୍ତର ଜୋନ୍‌ର ଆବାହକ ରହି ସାରିଛନ୍ତି । ଗୁଜରାଟ ଟାଇଟନ୍ସ ଲାଗି ସପୋର୍ଟ ଷ୍ଟାଫ୍ ଭାବେ ବି କାର୍ଯ୍ୟ କରିଛନ୍ତି । ଏବେ ମିଥୁନ ମନହାସ ଜମ୍ମୁ-କାଶ୍ମୀର କ୍ରିକେଟ୍ ଆସୋସିଏସନର ପ୍ରଶାସକ ଭାବେ ଦାୟିତ୍ଵ ନିର୍ବାହ କରୁଛନ୍ତି ।


ଏଥିସହ ପଢ଼ନ୍ତୁ: Super-4 ମ୍ୟାଚ୍ ପୂର୍ବରୁ ଭାରତକୁ ପ୍ରଶଂସାରେ ପୋତିଲେ ପୂର୍ବତନ ପାକିସ୍ତାନୀ କ୍ରିକେଟର

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯଦିଓ ମିଥୁନ ମନହାସ ଭାରତୀୟ କ୍ରିକେଟ ଦଳ ପାଇଁ ଖେଳି ନାହାନ୍ତି କିନ୍ତୁ ରଣଜୀ କ୍ରିକେଟ୍‌ରେ ସେ ଜଣେ ଯୋଦ୍ଧା । ସେ ତିନିଟି IPL ଫ୍ରାଞ୍ଚାଇଜ୍ ଲାଗି ଖେଳିଛନ୍ତି । ଦିଲ୍ଲୀ ଡେୟାରଡେଭଲିସ୍, ପୁଣେ ୱାରିୟର୍ସ ଓ ଚେନ୍ନାଇ ସୁପର୍ କିଙ୍ଗ୍ସ ପକ୍ଷରୁ IPL ଖେଳିଛନ୍ତି ମିଥୁନ ମନହାସ । ଫ୍ଲାକ୍ଟ କ୍ଲାସ୍ କ୍ରିକେଟ୍‌ରେ ସେ ୧୫୭ଟି ମ୍ୟାଚ୍ ଖେଳି ୯ ହଜାର ୭୧୪ ରନ୍ ସ୍କୋର୍ କରିଛନ୍ତି । ଯେଉଁଥିରେ ୨୭ଟି ଶତକ ଓ ୪୯ଟି ଅର୍ଦ୍ଧଶତକ ରହିଛି ।


ଏବେ BCCI ଅଧ୍ୟକ୍ଷ ରୋଜର ବିନ୍ନିଙ୍କ ପରେ ଏହି ପଦ ପାଇଁ ଦୌଡ଼ରେ ଆଗରେ ଅଛନ୍ତି ମିଥୁନ ମନହାସ । ଏହାଛଡ଼ା କୋଷାଧ୍ୟକ୍ଷ ପାଇଁ କର୍ଣ୍ଣାଟକର ଭେଟରାନ ଭଟ୍ଟ ଏବଂ ଯୁଗ୍ମ ସମ୍ପାଦକ ପଦ ପାଇଁ ଛତିଶଗଡ଼ କ୍ରିକେଟ୍‌ ସଂଘର ପ୍ରଭତେଜ ସିଂହ ଭାଟିଆଙ୍କ ନାଁ ଆଗରେ ରହିଛି । ଶନିବାର ଦିଲ୍ଲୀରେ ବସିଥିବା BCCI ବୈଠକରୁ ଏହି ନାଁ ସାମ୍ନାକୁ ଆସିଛି । ଆସନ୍ତା ୨୮ରେ ବାର୍ଷିକ ସାଧାରଣ ବୈଠକରେ ବିସିସିଆଇ ନୂଆ ପଦାଧିକାରୀ ନିର୍ବାଚନ ହେବ ।


ଚର୍ଚ୍ଚା ଅନୁସାରେ, BCCI ଅଧ୍ୟକ୍ଷ ପଦ ପାଇଁ ମିଥୁନ ମନହାସଙ୍କ ବିରୋଧରେ ଆଉ କେହି ପ୍ରତିଦ୍ଵନ୍ଦ୍ଵୀ ହୋଇ ନ ପାରନ୍ତି । ଏମିତି ହେଲେ ମିଥୁନ ନିର୍ଦ୍ଵନ୍ଦ୍ଵରେ ନିର୍ବାଚିତ ହେବେ । ୨୮ରେ ହେବାକୁ ଥିବା ବିସିସିଆଇ ସାଧାରଣ ବୈଠକରେ ମିଥୁନ ଜମ୍ମୁ-କାଶ୍ମୀର କ୍ରିକେଟ୍ ସଂଘ ପକ୍ଷରୁ ପ୍ରତିନିଧି ଭାବେ ଭାଗ ନେବେ ।

Related Topics

Explore more stories

Sponsored
Ex-CSK Player Mithun Manhas Emerges as Frontrunner for BCCI President Post | Argus News | Argus News