Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

DopingBan / ଡୋପିଂରେ ଧରାପଡ଼ିଲେ ପାକିସ୍ତାନୀ ଷ୍ଟାର...ମହମ୍ମଦ ନୱାଜଙ୍କ ଉପରେ ICCର ବଡ଼ ଆକ୍ସନ୍

Ritu Das
Browse all articles by Ritu Das
·1 hour ago·1 min read
ଡୋପିଂରେ ଧରାପଡ଼ିଲେ ପାକିସ୍ତାନୀ ଷ୍ଟାର...ମହମ୍ମଦ ନୱାଜଙ୍କ ଉପରେ ICCର ବଡ଼ ଆକ୍ସନ୍
Cricket

Key Points

ପାକିସ୍ତାନୀ କ୍ରିକେଟର ମହମ୍ମଦ ନଓ୍ୱାଜଙ୍କୁ ଝଟକା
ବଡ ଆକ୍ସନ୍ ନେଲା ଆଇସିସି
ପାକିସ୍ତାନୀ କ୍ରିକେଟର ମହମ୍ମଦ ନଓ୍ୱାଜଙ୍କୁ ଝଟକା । ବଡ ଆକ୍ସନ୍ ନେଲା ଆଇସିସି । ଡୋପିଂ ଟେଷ୍ଟରେ ଫେଲ୍ ହେଲା ପରେ ନଓ୍ୱାଜଙ୍କୁ ଲାଗିଛି ଶକ୍ତ ଝଟକା। ରିପୋର୍ଟ ଅନୁସାରେ, ଆଇସିସି ଟି୨୦ ବିଶ୍ୱକପ୍ ସରିବା ପରେ ସବୁ ପାକ୍ ଖେଳାଳିଙ୍କ ଡୋପିଂ ଟେଷ୍ଟ୍ ହୋଇଥିଲା । ପାକ୍ କ୍ରିକେଟର ମହମ୍ମଦ ନଓ୍ୱାଜ ମଧ୍ୟ ଏହି ଟେଷ୍ଟ୍ ଦେଇଥିଲେ । ଯେଉଁଥିରେ ସେ ବିଫଳ ହୋଇଛନ୍ତି । ତାଙ୍କ ନମୂନାରେ ବେଆଇନ ତଥା ନିଷିଦ୍ଧ ସାମଗ୍ରୀର ପ୍ରମାଣ ମିଳିଛି।


୩୨ ବର୍ଷୀୟ ନଓ୍ୱାଜଙ୍କ ନମୂନାରେ ଆଇସିସି କାର୍ବୋକ୍ସି ଟିଏଚସି ଠାବ କରିଛି । ଯାହା ଆଇସିସିର ଆଣ୍ଟି ଡୋପିଂ ନିୟମକୁ ଉଲ୍ଲଙ୍ଘନ କରୁଛି । ଆଇସିସି କହିଛି ଯେ, ଟି୨୦ ବିଶ୍ୱକପ୍ ପରେ ନଓ୍ୱାଜଙ୍କ ଡୋପିଂ ଟେଷ୍ଟ୍ ହୋଇଥିଲା । କଲମ୍ବୋରେ ନେଦରଲ୍ୟାଣ୍ଡସ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ସିରିଜ୍ ମଧ୍ୟରେ ଏହି ଟେଷ୍ଟ୍ ହୋଇଥିଲା । ଯେଉଁଥିରେ ନଓ୍ୱାଜ ନିଷିଦ୍ଧ ସାମଗ୍ରୀ ସେବନ କରୁଥିବା ଧରାପଡିଛି ।

ଆହୁରି ମଧ୍ୟ ଦଣ୍ଡସ୍ୱରୂପ ଏବେ ନଓ୍ୱାଜ ତିନି ମାସ କ୍ରିକେଟରୁ ଦୂରରେ ରହିବେ । ତାଙ୍କୁ ତିନି ମାସ ପାଇଁ ସସପେଣ୍ଡ୍ କରାଯାଇଛି । ମେ ୧ ତାରିଖରୁ ଏହି କଟକଣା ଲାଗୁ ହୋଇଛି । ସେ ନିଜେ ମଧ୍ୟ ଦଣ୍ଡକୁ ସ୍ୱୀକାର କରିଛନ୍ତି । ତେବେ ସେ ଆଇସିସିର ନିୟମ ମାନିଲେ ତାଙ୍କର ଏହି ଦଣ୍ଡ ବିଧାନକୁ ଗୋଟିଏ ମାସ କମାଇ ଦିଆଯିବ ବୋଲି ଆଇସିସି କହିଛି ।

ସୂଚନାଯୋଗ୍ୟ, ନଓ୍ୱାଜ ଏବେସୁଦ୍ଧା ଅଢେଇ ମାସର ନିଲମ୍ବନ ଦଣ୍ଡ ଭୋଗି ସାରିଛନ୍ତି । ଏବେ ସେ ନିଜକୁ ସୁଧାରୁଛନ୍ତି । । ଯାହା ତାଙ୍କର ନିଲମ୍ବନ ସମୟକୁ ଅନେକ ମାତ୍ରାରେ କମାଇପାରିବ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored