ଅଜୁର୍ନ ପୁରସ୍କାରକୁ ନେଇ ନିଜର ଖୁସି ବ୍ୟକ୍ତ କଲେ ମହମ୍ମଦ ସାମି

ଅର୍ଗସ ବ୍ୟୁରୋ: ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ମହମ୍ମଦ ସାମି ଆଜି ରାଷ୍ଟ୍ରପତିଙ୍କଠାରୁ ଅର୍ଜୁନ ପୁରସ୍କାର ଗ୍ରହଣ କରିଛନ୍ତି। ଏହା ଅତ୍ୟନ୍ତ ଗର୍ବର ବିଷୟ। ମହମ୍ମଦ ସାମି ଚଳିତବର୍ଷ ଏକମାତ୍ର କ୍ରିକେଟର ଯିଏ ଏହି ପୁରସ୍କାର ପାଇଛନ୍ତି। ବିଭିନ୍ନ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏଥର ୨୬ ଜଣ ଖେଳାଳି ଅର୍ଜୁନ ପୁରସ୍କାର ପାଇବେ ବୋଲି ପୂର୍ବରୁ ଘୋଷଣା ହୋଇଥିଲା।
#WATCH | Delhi: On being declared as the recipient of the Arjuna Award, Indian Cricketer Mohammed Shami says, "This award is a dream, life passes and people are not able to win this award. I am happy that I have been nominated for this award..." pic.twitter.com/YZ2L5alkjL
— ANI (@ANI) January 8, 2024
ଅର୍ଜୁନ ପୁରସ୍କାର ପାଇବା ପୂର୍ବରୁ ମହମ୍ମଦ ସାମି ‘ଏନଡିଟିଭି’ ସହିତ ସ୍ୱତନ୍ତ୍ର ଭାବେ କଥା ହୋଇଥିଲେ। ମହମ୍ମଦ ସାମି ନିଜର ଖୁସି ବ୍ୟକ୍ତ କରି କହିଛନ୍ତି, “ମୁଁ ମୋର କାମ, ମୋର ଆଗ୍ରହ, ମୋର ବୃତ୍ତି ଉପରେ ଧ୍ୟାନ ଦେବାକୁ ଚେଷ୍ଟା କରେ। କିନ୍ତୁ ପ୍ରେମ, ସମ୍ମାନ, ଏହି ପୁରସ୍କାର ପାଇଁ ସମସ୍ତଙ୍କୁ ଧନ୍ୟବାଦ, ମୁଁ ଏହି ପୁରସ୍କାର ପାଇଛି। ଦଳ ପାଇଁ ଭଲ କାମ ଜାରି ରଖିବି, ଦେଶ ପାଇଁ ଭଲ କରିବାର ପ୍ରୟାସ ବି ଜାରି ରଖିବି।’’
📱 Get Argus News App
✨ଉଲ୍ଲେଖଯୋଗ୍ୟ, ଦିନିକିଆ ଅନ୍ତର୍ଜାତୀୟ (ଓଡିଆଇ) ବିଶ୍ବକପ୍ ୨୦୨୩ରେ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ଭାରତୀୟ କ୍ରିକେଟ୍ ବୋର୍ଡ ବିସିସିଆଇ ସାମିଙ୍କ ନାମ ସୁପାରିଶ କରିଥିଲା। ସାମି ବିଶ୍ୱକପ୍ ୨୦୨୩ର ଶ୍ରେଷ୍ଠ ବୋଲର୍ ପାଲଟିଥିଲେ। ସେ ୭ଟି ମ୍ୟାଚ୍ରେ ୨୪ ୱିକେଟ୍ ନେଇଥିଲେ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର