Videos
|
Sports

ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଲେ ମହମ୍ମଦ ସାମି

Ritu Das
Browse all articles by Ritu Das
·2 years ago·1 min read
ଇଂଲଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚରୁ ବାଦ ପଡ଼ିଲେ ମହମ୍ମଦ ସାମି

ଅର୍ଗସ ବ୍ୟୁରୋ: ଇଂଲଣ୍ଡ ବିପକ୍ଷ ଟେଷ୍ଟ ଶୃଙ୍ଖଳା ପାଇଁ ୨ଟି ମ୍ୟାଚ ଲାଗି ଭାରତୀୟ ଟିମ୍‌ ଶୁକ୍ରବାର ଘୋଷିତ ହୋଇଛି। ୧୬ ସଦସ୍ୟ ଟିମ୍‌ର ନେତୃତ୍ବ ନେବେ ରୋହିତ ଶର୍ମା। ହେଲେ ଏହି ଟିମ୍‌ରେ ସ୍ଥାନ ପାଇନାହାନ୍ତି ମହମ୍ମଦ ସାମି। ତେବେ ସାମିଙ୍କୁ କାହିଁକି ଟିମ୍‌ରେ ସ୍ଥାନ ମିଳିନାହିଁ ସେନେଇ ବିସିସିଆଇ କୌଣସି ସୂଚନା ଦେଇନାହିଁ।
ଏହାରି ମଧ୍ୟ ଟିମ୍‌ ଇଣ୍ଡିଆର ଟିମ୍‌ ଗଠନ ପୂର୍ବରୁ ସାମି ଦେଇଥିବା ଏକ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟ୍‌ ଚର୍ଚ୍ଚାରେ ରହିଛି। ସାମି ସେଥିରେ ଲେଖିଛନ୍ତି, ‘‘ଫ୍ଲାଇଟ୍‌ ମୋଡ୍‌ ଆକ୍ଟିଭେଟେଡ୍‌’’। ଯେଉଁଥିରେ ସୋସିଆଲ୍‌ ମିଡିଆ ୟୁଜର୍ସମାନେ ଏବେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ରଖିଛନ୍ତି।

ସେମାନେ ଟିମ୍‌ ଇଣ୍ଡିଆରେ ସାମି ସାମିଲ୍‌ ନଥିବାରୁ ନିଜର କ୍ଷୋଭ ପ୍ରକାଶ କରିଛନ୍ତି। ଅନେକ ଲୋକ ପ୍ରଶ୍ନ କରିଛନ୍ତି ଯେ ସାମି ଟିମ୍‌ରେ କାହିଁକି ନାହାନ୍ତି ବୋଲି। ସେଥିରେ କିଛି ପ୍ରଶଂସକ ଏକଥା ବି ଲେଖିଛନ୍ତି ଯେ ସାମି ଆହତ ହୋଇଥିବାରୁ ଟିମ୍‌ରେ ସାମିଲ୍‌ ହୋଇନାହାନ୍ତି।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ମହମ୍ମଦ ସାମି ଓ ଈଶାନ କିଶନ ଟିମ୍‌ରୁ ବାଦ୍‌ ପଡ଼ିଛନ୍ତି। ସାମି କ୍ରିକେଟ ବିଶ୍ବକପ ସମୟରେ ଆହତ ହୋଇଥିଲେ। ଏଥିରୁ ସେ ସଂପୂର୍ଣ୍ଣ ରୂପେ ସୁସ୍ଥ ହୋଇପାରି ନାହାନ୍ତି।

ଅଜୁର୍ନ ପୁରସ୍କାରକୁ ନେଇ ନିଜର ଖୁସି ବ୍ୟକ୍ତ କଲେ ମହମ୍ମଦ ସାମି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଟିମରେ ୱିକେଟକିପର ତଥା ବ୍ୟାଟର ଧ୍ରୁବ ଜୁରେଲଙ୍କୁ ମଧ୍ୟ ସାମିଲ କରାଯାଇଛି। ଭାରତୀୟ ଟିମ୍‌ରେ ରୋହିତ ଶର୍ମା (ଅଧିନାୟକ), ଶୁଭମନ ଗିଲ, ଯଶସ୍ବୀ ଜୟସ୍ବାଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ (ୱିକେଟରକ୍ଷକ), କେଏସ୍‌ ଭାରତ (ୱିକେଟରକ୍ଷକ), ଧ୍ରୁବ ଜୁରେଲ (ୱିକେଟରକ୍ଷକ), ରବିଚନ୍ଦ୍ରନ ଅଶ୍ବିନ, ରବୀନ୍ଦ୍ର ଜାଦେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଯଶପ୍ରୀତ ବୁମରା ସ୍ଥାନ ପାଇଛନ୍ତି। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Mohammad Sami | Argus News