Cricket News / `ଫିଟ୍ ଅଛନ୍ତି ମହମ୍ମଦ ସାମି'....ପୂର୍ବତନ ବିସିସିଆଇ ମୁଖ୍ୟ ଦେଲେ ବଡ଼ ପ୍ରତିକ୍ରିୟା
·8 months ago·2 min read

Key Points
ଫିଟ୍ ଅଛନ୍ତି ମହମ୍ମଦ ସାମି । ସେ ଟେଷ୍ଟ୍ ମ୍ୟାଚ୍ ଖେଳିପାରିବେ । ଦଳରେ ତାଙ୍କୁ ସୁଯୋଗ ଦେଇଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି ପୂର୍ବତନ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି।
ଫିଟ୍ ଅଛନ୍ତି ମହମ୍ମଦ ସାମି । ସେ ଟେଷ୍ଟ୍ ମ୍ୟାଚ୍ ଖେଳିପାରିବେ । ଦଳରେ ତାଙ୍କୁ ସୁଯୋଗ ଦେଇଥିଲେ ଭଲ ହୋଇଥାନ୍ତା ବୋଲି କହିଛନ୍ତି ପୂର୍ବତନ ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲି । ସାମି ଭଲ ବୋଲିଂ କରିପାରିବେ ବୋଲି ଯୁକ୍ତି ବାଢିଛନ୍ତି ଗାଙ୍ଗୁଲି ।
ରିପୋର୍ଟ ଅନୁସାରେ, ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ୱରେ ଚୟନ କମିଟି ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ୍ ସିରିଜ୍ ପାଇଁ ଦଳ ଘୋଷଣା କରିଥିଲା । ଏଥିରେ ୩୫ ବର୍ଷୀୟ ମହମ୍ମଦ ସାମିଙ୍କ ନାଁ ନଥିଲା । ଯାହା ଫ୍ୟାନ୍ସଙ୍କୁ ନିରାଶ କରିଥିଲା । ରଣଜୀରେ ଭଲ ପ୍ରଦର୍ଶନ କରିଥିଲେ ବି ସାମିଙ୍କୁ ସୁଯୋଗ ମିଳିନଥିଲା । ଶେଷଥର ପାଇଁ ତାଙ୍କୁ ଭାରତୀୟ ଜର୍ସିରେ ଚାମ୍ପିଅନ୍ସ ଟ୍ରଫିରେ ଦେଖିବାକୁ ମିଳିଥିଲା।
ଏହାସହ ପଢ଼ନ୍ତୁ: ସାଉଥ୍ ଆଫ୍ରିକା ସିରିଜ୍ ଖେଳିବେନି ଏହି ଦୁର୍ଦ୍ଦଷ ଖେଳାଳି, ODI ପୂର୍ବରୁ ଟିମ୍ ଇଣ୍ଡିଆକୁ ଶକ୍ତ ଝଟକା
ଭାରତୀୟ କ୍ରିକେଟରେ ଦାଦା ଭାବେ ପରିଚିତ ଗାଙ୍ଗୁଲିଙ୍କୁ ସାମିଙ୍କ ବାବଦରେ ପ୍ରଶ୍ନ କରାଯାଇଥିଲା। ଯାହାର ଜବାବରେ ସେ କହିଛନ୍ତି ଯେ, ସାମି ପୂରା ଫିଟ୍ ଅଛନ୍ତି । ରଣତୀ ଟ୍ରଫିର ତିନୋଟି ମ୍ୟାଚରେ ସେ ପଶ୍ଚିମବଙ୍ଗକୁ ନିଜ ଦମରେ ଜିତାଇଥିଲେ । ଏହାସହ ସେ ୯୧ ଓଭର ବୋଲିଂ କରି ୧୫ଟି ଓ୍ୱିକେଟ୍ ଅକ୍ତିଆର୍ କରିଥିଲେ । ୨୦୨୩ ବିଶ୍ବକପ ପରେ ତାଙ୍କ ହାତରେ ସର୍ଜିରୀ ହୋଇଥିଲା । ସୁସ୍ଥ ହେଲା ପରେ ସେ ତୁରନ୍ତ ଲୟକୁ ଫେରିଥିଲେ ।
ଗାଙ୍ଗୁଲି ଆହୁରି କହିଛନ୍ତି ଯେ, ଚୟନକର୍ତ୍ତା ତାଙ୍କୁ ନଜରରେ ରଖିଛନ୍ତି । ଉଭୟଙ୍କ ମଧ୍ୟରେ ଆଲୋଚନା ହୋଇଥିବ । ଫିଟନେସ ଏବଂ କୌଶଳକୁ ଦେଖିଲେ ସାମି ଆଗ ଭଳି ଅଛନ୍ତି । ସେ ଭାରତ ପାଇଁ ନ ଖେଳିବାର କୌଣସି କାରଣ ନାହିଁ । ଏବେ ଭାରତ ପାଖରେ ପ୍ରସିଦ୍ଧ କ୍ରିଷ୍ଣା ଏବଂ ଆକାଶ ଦୀପଙ୍କ ଭଳି ଦକ୍ଷ ବୋଲର ଅଛନ୍ତି । ତଥାପି ସାମିଙ୍କ ଅନୁଭବ ଭାରତ ପାଇଁ ଭଲ ରହିବ। ଆଗାମୀ ଦିନରେ ସେ ଅନ୍ତର୍ଜାତୀୟ ମୁକାବିଲାରେ ନଜର ଆସିବା ନେଇ କହିଛନ୍ତି ଗାଙ୍ଗୁଲି।
ଏହାସହ ପଢ଼ନ୍ତୁ: ଶାହାରୁଖ ଖାନ୍ ବଞ୍ଚାଇଥିଲେ ପୂଜାରାଙ୍କ କ୍ୟାରିୟର, ଚେତେଶ୍ବରଙ୍କ ପତ୍ନୀ କଲେ ବଡ଼ ଖୁଲାସା
ଚେତେଶ୍ବର ପୂଜାରା । ରାହୁଲ ଦ୍ରାବିଡ୍ଙ୍କ ପରେ ଟେଷ୍ଟ କ୍ରିକେଟରେ ଥିଲେ ଭାରତୀୟ ଟିମ୍ର ଦି ଓ୍ବାଲ । ଏହି ଅଭିଜ୍ଞ ବ୍ୟାଟ୍ସମ୍ୟାନ୍ ଏବେ କ୍ରିକେଟର ତିନୋଟି ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ୩୭ ବର୍ଷୀୟ ଏହି ଖେଳାଳି ଭାରତୀୟ ଦଳର ସବୁଠାରୁ ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ । ସେ ଭାରତୀୟ ଦଳ ପାଇଁ କିଛି ଟେଷ୍ଟ ଇନିଂସ ଏମିତି ଖେଳିଛନ୍ତି ଯାହା ସବୁଦିନ ପାଇଁ କ୍ରିକେଟ୍ ପ୍ରେମୀଙ୍କ ମନରେ ରହିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories