ମହମ୍ମଦ ସାମି କୋଟିପତି, ହେଲେ ତାଙ୍କ ବିବାହିତା ଭଉଣୀ ଦିନ ମଜୁରିଆ

ଭାରତର ଷ୍ଟାର କ୍ରିକେଟର ମାନେ ଭାଇ ହେଉଛନ୍ତି କୋଟିପତି। ହେଲେ ଭଉଣୀ ଦିନ ମଜୁରିଆ। ହଁ ଭାରତୀୟ କ୍ରିକେଟର ମହମ୍ମଦ ସାମୀ। ଯିଏକି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି। ଆଲିସାନ ବଙ୍ଗଳାରେ ରହୁଛନ୍ତି କୋଟି କୋଟି ଟଙ୍କାର ଗାଡ଼ି ଚଢୁଛନ୍ତି। ଅଏସ ଆରାମର ଜୀବନ କାଟୁଛନ୍ତି। ହେଲେ ତାଙ୍କ ଭଉଣୀ ଶବିନା ଦିନ ମଜୁରିଆ ଭାବରେ ସରକାରଙ୍କୁ ପାଖରୁ ଜବ କାର୍ଡରେ ଟଙ୍କା ପାଉଛନ୍ତି। କେବଳ ସାମିଙ୍କ ଭଉଣୀ ନୁହନ୍ତି। ତାଙ୍କ ଭଉଣୀଙ୍କ ସମେତ ଭିଣୋଇ ଏବଂ ଭଣଜାଙ୍କ ନାଁରେ ମଧ୍ୟ ଜବ କାର୍ଡ ରହିଛି। ତେବେ ପ୍ରକୃତରେ କ’ଣ ଏମାନେ ଦିନ ମଜୁରିଆ।
ସତରେ କ’ଣ ଏମାନେ ମଜୁରି ଲାଗୁଛନ୍ତି। ହେଲେ ଏମାନେ MGNERGS ଯୋଜନାରେ ମଜୁରି ଲାଗୁଥିବା କଥା ଉତ୍ତରପ୍ରଦେଶ ସରକାରଙ୍କ ନଥିପତ୍ର କହୁଛି। ଏନେଇ ଅଭିଯୋଗ ଆସିବା ପରେ ଅମରୋହା ଜିଲ୍ଲା ଅଧିକାରୀ ନିଧୀ ଗୁପ୍ତା କହିଛନ୍ତି କି, କ୍ରିକେଟର ମହମ୍ମଦ ସାମିଙ୍କ ଭଉଣୀ ଓ ଭିଣୋଇଙ୍କ ନାମରେ ଯେଉଁ ଜବ୍ କାର୍ଡ ଦୁର୍ନୀତି ହୋଇଛି ତା’ର ଯାଞ୍ଚ ମନରେଗା ନିର୍ଦ୍ଦେଶକଙ୍କ ଦ୍ୱାରା କରାଯିବ। ଏହି ମାମଲାରେ ଯିଏ ବି ଦୋଷୀ ସାବ୍ୟସ୍ତ ହେବେ ତାଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରାଯିବ।