Pakistan Cricket Controversy / ପାକିସ୍ତାନ ହାରିବା ପରେ ମୁହଁ ଲୁଚାଇ ଚାଲିଗଲେ ମୋହସିନ ନକଭି... ଭିଡିଓ ହେଉଛି ଭାଇରାଲ୍
·4 months ago·2 min read

Key Points
ନିଜ ଟିମ୍ ର ପରାଜୟ ଦେଖି ସମ୍ଭାଳି ପାରିଲେନି ପାକ୍ କ୍ରିକେଟ୍ ବୋର୍ଡ ଅଧ୍ୟକ୍ଷ ମୋହସିନ ନକଭି। ଲାଙ୍ଗୁଡ଼ ଜାକି ମ୍ୟାଚ୍ ଅଧାରରୁ ଉଠି ଚାଲିଗଲେ ଟ୍ରଫି ଚୋର।
ସୁପର ସଣ୍ଡେରେ ସୁପର ସୋ। ଭାରତ-ପାକିସ୍ତାନ ହାଇଭୋଲଟେଜ୍ ମ୍ୟାଚରେ ଦମ୍ ଦେଖାଇଲା ଟିମ୍ ଇଣ୍ଡିଆ। ପାକ୍ ଅଣ୍ଟା ଭାଙ୍ଗିଲା ସୂର୍ଯ୍ୟସେନା। ଇଶାନ କିଷାନଙ୍କ ବିଧ୍ୱଂସୀ ବ୍ୟାଟିଂ ପରେ ଭେଟେରାନ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ଯଶପ୍ରୀତ ବୁମରାଙ୍କ ପ୍ରାରମ୍ଭିକ ଅଗ୍ନିବର୍ଷୀ ବୋଲିଂରେ ମାଟି କାମୁଡ଼ି ପଡ଼ିଲେ ପାକିସ୍ତାନୀ ବ୍ୟାଟର। କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଉଡ଼ିଲା ଛକା ଚୌକା। ନିଜ ଟିମ୍ ର ପରାଜୟ ଦେଖି ସମ୍ଭାଳି ପାରିଲେନି ପାକ୍ କ୍ରିକେଟ୍ ବୋର୍ଡ ଅଧ୍ୟକ୍ଷ ମୋହସିନ ନକଭି। ଲାଙ୍ଗୁଡ଼ ଜାକି ମ୍ୟାଚ୍ ଅଧାରରୁ ଉଠି ଚାଲିଗଲେ ଟ୍ରଫି ଚୋର। ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି। ପାକିସ୍ତାନ ସହ ନକଭିଙ୍କୁ ୟୁଜର ଟ୍ରୋଲ୍ କରୁଛନ୍ତି। ନକଭିଙ୍କର ମୁହଁ ଫୁଟାଣିକୁ ଭାଙ୍ଗିଦେଲେ ସୂର୍ଯ୍ୟ ବାହିନୀ। ବାରମ୍ବାର ଭାରତ ସହ ଲାଗୁଥିଲେ ଆମ ପ୍ଲେୟର କିନ୍ତୁ ଏଥର ଅଣ୍ଟା ଭାଙ୍ଗିଦେଇଛନ୍ତି। ଖେଳିବା ତ ଜଣାନାହିଁ ଖାଲି କଥା ବଡ଼ ବଡ଼। ଆଉ କେତେଥର ହାରିଲେ ପାକିସ୍ତାନ ଜାଣିପାରିବ ତାହା ଜଣାପଡ଼ୁନି।
ପାକିସ୍ତାନ ଇନିଂସର ୧୨ ଓଭରରେ ଟର୍ଣ୍ଣିଂ ପଏଣ୍ଟ ଆସିଥିଲା। ମହମ୍ମଦ ନୱାଜ ଆଉଟ୍ ହେବାପରେ ଦଳୀୟ ସ୍କୋର୍ ୭୭ ରନରେ ୫ ୱିକେଟ୍ ଯାଇଥିଲା। ଏହି ମଧ୍ୟରେ ନ୍ୟୁଜ୍ ଏଜେନ୍ସି ପିଟିଆଇର କ୍ୟାମେରା ମୋହସିନ ନକଭିଙ୍କ ଉପରେ ପଡିଥିଲା। ସେତେବେଳେ ନକଭି ମ୍ୟାଚ୍ ଶେଷ ହେବା ଯାଏଁ ଅପେକ୍ଷା ନକରି ଚୁପଚାପ୍ ଷ୍ଟାଡିୟମ୍ ବାହାରକୁ ଚାଲିଯାଇଥିଲେ। ବୋଧହୁଏ ପାକ୍ କ୍ରିକେଟ୍ ବୋର୍ଡ ଅଧ୍ୟକ୍ଷଙ୍କୁ ହାର ମଞ୍ଜୁର ନଥିଲା।
ମୋହସିନ ନକଭି ସର୍ବଦା ଭାରତ ବିରୋଧରେ ବିଷ ଓଗାଳନ୍ତି। ଗତ ବର୍ଷ ଏସିଆ କପ୍ ଟ୍ରଫିକୁ ନେଇ ସେ ବିବାଦକୁ ଆସିଥିଲେ। ଟିମ୍ ଇଣ୍ଡିଆ ନକଭିଙ୍କ ହାତରୁ ଟ୍ରଫି ନେବାକୁ ମନା କରିଦେବାରୁ ନକଭି ଟ୍ରଫି ସହ ପଡ଼ିଆରୁ ଚାଲିଯାଇଥିଲେ। ଏପରିକି ଏଯାଏଁ ସେ ସେହି ଟ୍ରଫି ଫେରାଇ ନାହାଁନ୍ତି। ଏହି କାରଣରୁ ତାଙ୍କୁ ଟ୍ରଫି ଚୋର ବୋଲି କୁହାଯାଉଛି।
ଏହାସହ ପଢ଼ନ୍ତୁ: ଟିମ୍ ଇଣ୍ଡିଆର ଦମଦାର୍ ବିଜୟ, ଭାଇରାଲ ହେଉଛି ଗୌତମ ଗମ୍ଭୀରଙ୍କ ଶବ୍ଦର ପୋଷ୍ଟ
ସୂଚନା ଥାଉକି, ପାକିସ୍ତାନକୁ ୬୧ ରନରେ ପରାଜିତ କରି ଭାରତ ଚଳିତ ବିଶ୍ୱକପ୍ ରେ ହ୍ୟାଟ୍ରିକ୍ ବିଜୟ ସହ ସୁପର-୮ରେ ପ୍ରବେଶ କରିଛି ଏବଂ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ପାକିସ୍ତାନ ବିପକ୍ଷ ରେକର୍ଡ ୮-୧ କରିବାରେ ସଫଳ ହୋଇଛି । ମ୍ୟାଚ ପୂର୍ବରୁ ପାକିସ୍ତାନ ସରକାରଙ୍କ ‘ବୟକଟ୍’ ଡ୍ରାମାର ମଧୁର ପ୍ରତିଶୋଧ ନେଇଛି ଭାରତୀୟ ଦଳ।
VIDEO | ICC Men's T20 World Cup, 2026: PCB chief Mohsin Naqvi leaves R. Premadasa International Stadium. #INDvsPAK
— Press Trust of India (@PTI_News) February 15, 2026
(Full video available on PTI Videos - https://t.co/n147TvrpG7) pic.twitter.com/QXbYcjFUCN
ପାକିସ୍ତାନ ଇନିଂସର ୧୨ ଓଭରରେ ଟର୍ଣ୍ଣିଂ ପଏଣ୍ଟ ଆସିଥିଲା। ମହମ୍ମଦ ନୱାଜ ଆଉଟ୍ ହେବାପରେ ଦଳୀୟ ସ୍କୋର୍ ୭୭ ରନରେ ୫ ୱିକେଟ୍ ଯାଇଥିଲା। ଏହି ମଧ୍ୟରେ ନ୍ୟୁଜ୍ ଏଜେନ୍ସି ପିଟିଆଇର କ୍ୟାମେରା ମୋହସିନ ନକଭିଙ୍କ ଉପରେ ପଡିଥିଲା। ସେତେବେଳେ ନକଭି ମ୍ୟାଚ୍ ଶେଷ ହେବା ଯାଏଁ ଅପେକ୍ଷା ନକରି ଚୁପଚାପ୍ ଷ୍ଟାଡିୟମ୍ ବାହାରକୁ ଚାଲିଯାଇଥିଲେ। ବୋଧହୁଏ ପାକ୍ କ୍ରିକେଟ୍ ବୋର୍ଡ ଅଧ୍ୟକ୍ଷଙ୍କୁ ହାର ମଞ୍ଜୁର ନଥିଲା।
ମୋହସିନ ନକଭି ସର୍ବଦା ଭାରତ ବିରୋଧରେ ବିଷ ଓଗାଳନ୍ତି। ଗତ ବର୍ଷ ଏସିଆ କପ୍ ଟ୍ରଫିକୁ ନେଇ ସେ ବିବାଦକୁ ଆସିଥିଲେ। ଟିମ୍ ଇଣ୍ଡିଆ ନକଭିଙ୍କ ହାତରୁ ଟ୍ରଫି ନେବାକୁ ମନା କରିଦେବାରୁ ନକଭି ଟ୍ରଫି ସହ ପଡ଼ିଆରୁ ଚାଲିଯାଇଥିଲେ। ଏପରିକି ଏଯାଏଁ ସେ ସେହି ଟ୍ରଫି ଫେରାଇ ନାହାଁନ୍ତି। ଏହି କାରଣରୁ ତାଙ୍କୁ ଟ୍ରଫି ଚୋର ବୋଲି କୁହାଯାଉଛି।
ଏହାସହ ପଢ଼ନ୍ତୁ: ଟିମ୍ ଇଣ୍ଡିଆର ଦମଦାର୍ ବିଜୟ, ଭାଇରାଲ ହେଉଛି ଗୌତମ ଗମ୍ଭୀରଙ୍କ ଶବ୍ଦର ପୋଷ୍ଟ
ସୂଚନା ଥାଉକି, ପାକିସ୍ତାନକୁ ୬୧ ରନରେ ପରାଜିତ କରି ଭାରତ ଚଳିତ ବିଶ୍ୱକପ୍ ରେ ହ୍ୟାଟ୍ରିକ୍ ବିଜୟ ସହ ସୁପର-୮ରେ ପ୍ରବେଶ କରିଛି ଏବଂ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ପାକିସ୍ତାନ ବିପକ୍ଷ ରେକର୍ଡ ୮-୧ କରିବାରେ ସଫଳ ହୋଇଛି । ମ୍ୟାଚ ପୂର୍ବରୁ ପାକିସ୍ତାନ ସରକାରଙ୍କ ‘ବୟକଟ୍’ ଡ୍ରାମାର ମଧୁର ପ୍ରତିଶୋଧ ନେଇଛି ଭାରତୀୟ ଦଳ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories