MS Dhoni / ୨୦୨୬ ଧୋନୀଙ୍କ ଶେଷ ଆଇପିଏଲ୍ ସିଜିନ୍...
·6 months ago·2 min read

Key Points
ଖେଳ ପ୍ରେମୀଙ୍କ ପାଇଁ ଦୁଃଖ ଖବର
୪୪ ବର୍ଷ ବୟସ୍କ ଧୋନୀଙ୍କ ବିଦାୟ ପାଇଁ CSK ସ୍ୱତନ୍ତ୍ର ପ୍ରସ୍ତୁତି କରିଛି

କ୍ରିକେଟ ପ୍ରେମୀଙ୍କ ପାଇଁ ଦୁଃଖ ଖବର। ଚେନ୍ନାଇ ସୁପର କିଙ୍ଗସକୁ ପାଞ୍ଚଥର ଚାମ୍ପିଅନ୍ କରିଥିବା ଦିଗ୍ଗଜ ମହେନ୍ଦ୍ର ସିଂହ ଧୋନୀଙ୍କ ଆଇପିଏଲରୁ ଅବସର ଯୋଜନା ପ୍ରସ୍ତୁତ ହୋଇସାରିଛି । ଯେଉଁ ଖବର ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ୪୪ ବର୍ଷ ବୟସ୍କ ଧୋନୀଙ୍କ ବିଦାୟ ପାଇଁ CSK ସ୍ୱତନ୍ତ୍ର ପ୍ରସ୍ତୁତି କରିଛି । CSK ନିଜର ପୂର୍ବତନ ଅଧିନାୟକଙ୍କ ଫେୟାରୱେଲ ପାଇଁ ଆଇପିଏଲ୍ ୨୦୨୬ରେ ଜଣେ ନୁହେଁ ବରଂ ତିନି-ତିନି ଜଣ ୱିକେଟକିପରଙ୍କୁ ଦଳରେ ସାମିଲ କରିଛି । ଏଥିରେ ସଞ୍ଜୁ ସାମସନ, କାର୍ତ୍ତିକ ଶର୍ମା ଏବଂ ଉର୍ଭିଲ ପଟେଲ ଅଛନ୍ତି । ଏହି ତିନିଜଣ ୱିକେଟକିପର ବ୍ୟାଟର ଭବିଷ୍ୟତରେ CSKରେ ଧୋନୀଙ୍କ ସ୍ଥାନ ନେବେ । ୨୦୦୮ ମସିହାରେ ଆଇପିଏଲ୍ ଆରମ୍ଭ ହେବା ପରଠାରୁ ଧୋନି CSK ସହିତ ଜଡ଼ିତ ଅଛନ୍ତି ।
ସେ ଦଳର ପ୍ରଥମ ଅଧିନାୟକ ଥିଲେ ଏବଂ ଆଜି ପର୍ଯ୍ୟନ୍ତ ସେ CSKର ସବୁଠାରୁ ବଡ଼ ପରିଚୟ । ଚେନ୍ନାଇର ପ୍ରଶଂସକମାନେ ଧୋନୀଙ୍କୁ ଶ୍ରଦ୍ଧାରେ "ଥାଲା" ବୋଲି ଡାକନ୍ତି, ଯାହାର ଅର୍ଥ ହେଉଛି 'ନେତା' କିମ୍ବା 'ବଡ ଭାଇ'। ଧୋନୀ IPLରେ ସବୁଠାରୁ ଅଧିକ ମ୍ୟାଚ୍ରେ ଅଧିନାୟକତ୍ୱ କରିବାର ରେକର୍ଡ ମଧ୍ୟ ରଖିଛନ୍ତି ।ତାଙ୍କ ଅଧିନାୟକତ୍ୱରେ ଦଳ ୫ ଥର IPL ଟାଇଟଲ୍ ଜିତିଛି । ଧୋନୀଙ୍କ ନେତୃତ୍ୱରେ CSK କେବଳ IPL ନୁହେଁ, ବରଂ ଦୁଇଥର ଚାମ୍ପିଅନ୍ସ ଲିଗ୍ ଟି-୨୦ ଟାଇଟଲ୍ ମଧ୍ୟ ଜିତିଛି ।
ଏଥିସହ ପଢ଼ନ୍ତୁ: ନ୍ୟାୟ ବିଭାଗ ୱେବସାଇଟରୁ ୧୬ ଫାଇଲ ଗାଏବ, ଜାଣନ୍ତୁ ପୁରା କାରଣ...
ସୂଚନାଯୋଗ୍ୟ ଯେ, ଆଇପିଏଲ୍ ମିନି ଅକ୍ସନ ପୂର୍ବରୁ ରିଟେନସନ୍ ସମୟରେ ଧୋନୀ ରାଜସ୍ଥାନ ରୟାଲ୍ସର ଅଧିନାୟକ ସଞ୍ଜୁ ସାମସନଙ୍କୁ ରବିନ୍ଦ୍ର ଜାଡେଜା ଏବଂ ସାମ କରନଙ୍କ ସହ ଟ୍ରେଡ୍ କରିଥିଲେ । ସଞ୍ଜୁ ଦଳକୁ ଆସିବା ପରେ ହିଁ ସ୍ପଷ୍ଟ ହୋଇଯାଇଥିଲା ଯେ ତାଙ୍କର ଭୂମିକା ଧୋନୀଙ୍କ ସ୍ଥାନ ନେବା । ଅନ୍ୟପଟେ, ଅନକ୍ୟାପଡ୍ ଖେଳାଳି କାର୍ତ୍ତିକ ଶର୍ମାଙ୍କ ଉପରେ ଏତେ ବଡ଼ ଅର୍ଥ ଖର୍ଚ୍ଚ କରିବାର କାରଣ ହେଉଛି ତାଙ୍କୁ ସଞ୍ଜୁଙ୍କ ବ୍ୟାକଅପ୍ ଭାବେ ପ୍ରସ୍ତୁତ କରିବା, ଯେତେବେଳେ କି ଯୁବ ଖେଳାଳି ଉର୍ଭିଲ ପଟେଲ ମଧ୍ୟ ଦଳ ପାଇଁ 'ଟ୍ରମ୍ପ କାର୍ଡ' ସାବ୍ୟସ୍ତ ହୋଇପାରନ୍ତି ।
ଧୋନୀ ଗତ ସିଜନରେ ସିଏସକେ ପାଇଁ ଜଣେ 'ଅନକ୍ୟାପଡ୍ ପ୍ଲେୟାର' ଭାବରେ ପଡ଼ିଆକୁ ଓହ୍ଲାଇଥିଲେ । ଗତ ଦୁଇଟି ସିଜନରୁ ଧୋନୀଙ୍କ ଅବସରକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି, କିନ୍ତୁ ଆଇପିଏଲ୍ ୨୦୨୬ରେ CSK ତାଙ୍କ ବିଦାୟ ପାଇଁ ପୂରା ବ୍ୟବସ୍ଥା କରିସାରିଛି । ତେବେ, ଧୋନୀଙ୍କ ଏହି 'ଏଗଜିଟ୍ ପ୍ଲାନ୍' ପାଇଁ CSKକୁ ବଡ଼ ମୂଲ୍ୟ ଦେବାକୁ ପଡ଼ିଛି । ଧୋନୀଙ୍କ ଅବସର ପରେ ତାଙ୍କର ବ୍ୟାକଅପ୍ ପାଇଁ CSK ପ୍ରାୟ ୩୨.୫୦ କୋଟି ଟଙ୍କା ଖର୍ଚ୍ଚ କରିଛି ।
ଯଦିଓ CSK ପକ୍ଷରୁ ବର୍ତ୍ତମାନ ସୁଦ୍ଧା ଧୋନୀଙ୍କ ଅବସରକୁ ନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନାହିଁ, କିନ୍ତୁ ଫ୍ରାଞ୍ଚାଇଜ୍ ଅକ୍ସନରେ ଯେଉଁଭଳି ଭାବେ ଖେଳାଳି କିଣିଛି, ସେଥିରୁ ଏହି ସଂକେତ ନିଶ୍ଚିତ ଭାବେ ମିଳୁଛି ଯେ ତାଙ୍କର ଅବସର ଗ୍ରହଣ ପ୍ରାୟ ନିଶ୍ଚିତ । ତେବେ ଖୁସିର କଥା ହେଉଛି ଧୋନୀ ଆଇପିଏଲ୍ ୨୦୨୬ରେ ମୈଦାନକୁ ଓହ୍ଲାଇବେ । ହୁଏତ ଏହା ତାଙ୍କର ଶେଷ ଆଇପିଏଲ୍ ସିଜନ୍ ହୋଇପାରେ ।
ଅଧିକ ପଢ଼ନ୍ତୁ ଖେଳ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories