Prashant Veer / 'ମୋ ସ୍ୱପ୍ନ ପୂରଣ କରିଦେଲେ ଧୋନୀ', ଏବେ ମୁଁ CSKରେ: ପ୍ରଶାନ୍ତ
·9 months ago·2 min read

Key Points
କିଏ ସେ ପ୍ରଶାନ୍ତ ବୀର ?
୧୪ କୋଟିରୁ ଅଧିକ ଦେଇ CSK କିଣିବା ପରେ ବଢୁଛି ଚର୍ଚ୍ଚା

କିଏ ସେ ପ୍ରଶାନ୍ତ ବୀର। ଯାହାଙ୍କୁ ନେଇ ଏତେ ଚର୍ଚ୍ଚା। ଆଉ କୁହାଯାଉଛି ଧୋନୀ ତାଙ୍କ ସ୍ୱପ୍ନ ପୂରଣ କରିଦେଇଛନ୍ତି। ବର୍ତ୍ତମାନ ୧୪ କୋଟିରୁ ଅଧିକ ଦେଇ CSK ତାଙ୍କୁ କିଣିବା ପରେ ଏବେ ବଢୁଛି ଚର୍ଚ୍ଚା। ଇଣ୍ଡିଆନ ପ୍ରିମିଅର୍ ଲିଗ୍(ଆଇପିଏଲ୍) ଇତିହାସରେ ସବୁଠାରୁ ମହଙ୍ଗା ଅନକ୍ୟାପ୍ଡ ଖେଳାଳି ଭାବେ ରେକର୍ଡ କରିଛନ୍ତି ଉତ୍ତର ପ୍ରଦେଶର ଅଲରାଉଣ୍ଡର ପ୍ରଶାନ୍ତ ବୀର। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ତାଙ୍କୁ ୧୪.୨ କୋଟି ଟଙ୍କାରେ କିଣି ନୂଆ ରେକର୍ଡ ସୃଷ୍ଟି କରିଛି। ୨୦ ବର୍ଷୀୟ ପ୍ରଶାନ୍ତଙ୍କୁ କିଣିବା ପାଇଁ ଚେନ୍ନାଇ ସହିତ ସନରାଇଜର୍ସ ହାଇଦ୍ରାବାଦ (SRH) ମଧ୍ୟରେ ତୀବ୍ର ନିଲାମ ଯୁଦ୍ଧ ହୋଇଥିଲା।
ନିଲାମୀ ୧୨ କୋଟି ଟଙ୍କା ଅତିକ୍ରମ କରିବା ପରେ ମଧ୍ୟ ଉଭୟ ଦଳ ପଛକୁ ହଟି ନଥିଲେ। ପୂର୍ବରୁ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ (LSG) ଏବଂ ମୁମ୍ବାଇ ଇଣ୍ଡିଆନ୍ସ (MI) ପ୍ରାରମ୍ଭିକ ବିଡ୍ ଦେଇଥିଲେ, କିନ୍ତୁ ଶେଷରେ CSK ତାଙ୍କୁ ୧୪.୨୦ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିବାରେ ସଫଳ ହେଲା। ଏହି ବଡ଼ କ୍ରୟ ସହ ପ୍ରଶାନ୍ତ ବୀର ଆଇପିଏଲ ଇତିହାସରେ ନିଜର ନାମ ଲେଖାଇଛନ୍ତି। ଅପରପକ୍ଷେ ସିଏସ୍କେ ଭବିଷ୍ୟତ ପାଇଁ ଏକ ଶକ୍ତିଶାଳୀ ଅଲରାଉଣ୍ଡର ପାଇଛି।IPL 2026 ନିଲାମ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅଷ୍ଟ୍ରେଲିଆ ଅଲ୍ରାଉଣ୍ଡର କ୍ୟାମେରନ ଗ୍ରୀନଙ୍କୁ KKR ସର୍ବାଧିକ ୨୫ କୋଟି ୨୦ ଲକ୍ଷରେ କିଣିଛି।
ଏଥିସହ ପଢ଼ନ୍ତୁ: ପଥିରାନାଙ୍କୁ ଏତିକି କୋଟିରେ କିଣିଲା କୋଲକାତା ନାଇଟ୍ ରାଇଡର୍ସ
ଫଳରେ ସେ ମିନି ଅକ୍ସନରେ ଗ୍ରୀନ IPL ଇତିହାସର ସବୁଠାରୁ ମହଙ୍ଗା ବିଦେଶୀ ଖେଳାଳି ହୋଇଛନ୍ତି।ଏହାପରେ ଚର୍ଚ୍ଚାରେ ଶ୍ରୀଲଙ୍କା ଖେଳାଳି ମାଥିଶା ପଥିରାନା। ଯାହାଙ୍କୁ ବର୍ତ୍ତମାନ ଦାମୀ ଖେଳାଳି ବୋଲି କୁହାଯାଉଛି। କୋଲକାତା ନାଇଟ୍ ରାଇଡର୍ସ ମାଥିଶା ପଥିରାନାଙ୍କୁ ୧୮ କୋଟି ଟଙ୍କାରେ କିଣିଛି। ଠିକ ସେହିପରି ପ୍ରଶାନ୍ତଙ୍କୁ CSK ୧୪.୨୦ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିବାରେ ସଫଳ ହୋଇଛି । ପ୍ରଶାନ୍ତ ଜଣେ ବାମହାତୀ ସ୍ପିନର ହେବା ସହ ଦମଦାର ବ୍ୟାଟ୍ସମ୍ୟାନ ମଧ୍ୟ। ପ୍ରଶାନ୍ତ ଉତ୍ତର ପ୍ରଦେଶର ଆମେଠିର ବାସିନ୍ଦା। ସେ ମାତ୍ର ୨ଟି ଫାଷ୍ଟ କ୍ଲାସ୍ ମ୍ୟାଚ ଓ ୯ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ତାଙ୍କ ନାମରେ ୧୨ ଉଇକେଟ ରହିଛି। ସେ ଟି-୨୦ରେ ୧୧୨ ରନ ମଧ୍ୟ କରିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୈୟଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଉତ୍ତର ପ୍ରଦେଶ ପାଇଁ ପ୍ରଶାନ୍ତ ବୀର ଅସାଧାରଣ ପ୍ରଦର୍ଶନ କରିଛନ୍ତି। ଏହି ସିଜନ୍ରେ ସେ ହାରାହାରି ୩୭ ଭାବେ ୧୧୨ ରନ କରିଛନ୍ତି ଏବଂ ଷ୍ଟ୍ରାଇକ୍ ରେଟ୍ ପାଖାପାଖି ୧୭୦ ରହିଛି। ଏହା ସହ ସେ ୯ ଉଇକେଟ ନେଇଥିଲେ। ପ୍ରଶାନ୍ତ ଜଣେ ଉତ୍ତମ ଫିଲ୍ଡର ମଧ୍ୟ ଏବଂ ସିଏସ୍କେ ତାଙ୍କୁ ରବୀନ୍ଦ୍ର ଜାଡେଜାଙ୍କ ଦୀର୍ଘକାଳୀନ ବିକଳ୍ପ ଭାବେ କିଣିଛି। ପ୍ରଶାନ୍ତ ବୀରଙ୍କ ସ୍ବପ୍ନ ମହେନ୍ଦ୍ର ସିଂହ ଧୋନୀ ପୂରଣ କରିଦେଇଛନ୍ତି। ପ୍ରଶାନ୍ତ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ଆଇପିଏଲ୍ରେ କେବଳ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ଗୋଟିଏ ସିଜନ ଖେଳିବାକୁ ଚାହାନ୍ତି। ସେ ଧୋନୀଙ୍କୁ ବହୁତ ପସନ୍ଦ କରନ୍ତି। ବର୍ତ୍ତମାନ ସିଏସ୍କେ ତାଙ୍କୁ ଏତେ ବଡ଼ ମୂଲ୍ୟରେ ଦଳରେ ସାମିଲ କରିଛି। ପ୍ରଶାନ୍ତଙ୍କ ପ୍ରିୟ ଖେଳାଳି ହେଉଛନ୍ତି ଯୁବରାଜ ସିଂହ। ୨୦୧୧ରେ ଯୁବରାଜଙ୍କ ଅଲରାଉଣ୍ଡ ପ୍ରଦର୍ଶନ ଦେଖି ସେ କ୍ରିକେଟର ହେବାକୁ ପ୍ରେରଣା ପାଇଥିଲେ।
ଅଧିକ ପଢ଼ନ୍ତୁ ଖେଳ ଖବର:
ଅଧିକ ପଢ଼ନ୍ତୁ ଖେଳ ଖବର:
Related Topics
Explore more stories