MS Dhoni / IPL 2026 ପୂର୍ବରୁ ମା’ ଦେଓରୀଙ୍କ ଦର୍ଶନ କଲେ ଏମଏସ୍ ଧୋନୀ
·4 months ago·2 min read

Key Points
ଲୋକପ୍ରିୟ କ୍ରିକେଟର ଏମଏସ୍ ଧୋନୀ ଝାଡ଼ଖଣ୍ଡର ପ୍ରସିଦ୍ଧ ମା’ ଦେଓରୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ।
ପୁଣି ବଲ୍ଲା ଚାଲିବ ମାହିଙ୍କର। ପୁଣି ମାହୀଙ୍କୁ ଦେଖିବାକୁ ଫ୍ୟାନ୍ସ କ୍ରେଜି ଅଛନ୍ତି। କାରଣ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୬। ମାର୍ଚ୍ଚ ୨୮ରୁ ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଲୋକପ୍ରିୟ କ୍ରିକେଟର ଏମଏସ୍ ଧୋନୀ ଝାଡ଼ଖଣ୍ଡର ପ୍ରସିଦ୍ଧ ମା’ ଦେଓରୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଏହି ସମୟରେ ତାଙ୍କର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ମନ୍ଦିରରେ ମା’ଙ୍କୁ ଦର୍ଶନ କରିବା ସହ ନିଜ ମୁଣ୍ଡରେ ତିଳକ ଲଗାଇଛନ୍ତି ଧୋନୀ । ତାଙ୍କର ତିଳକ ଲଗାଇବାର ଫଟୋ ମଧ୍ୟ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି।
କ୍ରିକେଟ ଜଗତରେ ବଡ଼ ନାଁ କରିଥିବା ଧୋନୀ ପରମ୍ପରା ଭୁଲିନାହାନ୍ତି । ଇଶ୍ବରଙ୍କ ପ୍ରତି ତାଙ୍କର ଆସ୍ଥା ଅତୁଟ ରହିଛି । ଧୋନୀ ମନ୍ଦିରରେ ପ୍ରାର୍ଥନା କରିଛନ୍ତି । ଏକ ଫଟୋରେ ସେ ହାତରେ ପବିତ୍ର ସୂତା ଏବଂ ଲାଲ ଚୁନରୀ ପିନ୍ଧିଥିବା ଦେଖାଯାଇଛି । ଅନେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏମଏସ ଧୋନୀ ପ୍ରତିବର୍ଷ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ମା ଦେଓରୀ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତି । ସେ ଆଇପିଏଲ ୨୦୨୬ ସିଜିନ ପୂର୍ବରୁ ମଧ୍ୟ ଏହି ପରମ୍ପରାକୁ ଜାରି ରଖିଛନ୍ତି ।
ଧୋନୀ ପହଞ୍ଚିବା ମାତ୍ରେ ମନ୍ଦିରରେ ଭିଡ଼ ଜମିଥିଲା। ଏହା ଉଲ୍ଲେଖନୀୟ ଯେ, ମନ୍ଦିରର ଏକ ଦୀର୍ଘ ଇତିହାସ ଅଛି। ଏହି ମନ୍ଦିର ୭୦୦ ବର୍ଷରୁ ଅଧିକ ପୁରୁଣା ବୋଲି କୁହାଯାଏ। କିନ୍ତୁ ଏହି ମନ୍ଦିର ନିର୍ମାଣର ସଠିକ୍ ତାରିଖ ଏକ ରହସ୍ୟ ହୋଇ ରହିଛି। ଦୂରଦୂରାନ୍ତରୁ ଭକ୍ତମାନେ ମନ୍ଦିରରେ ମାଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି।
ଏଥିସହ ପଢ଼ନ୍ତୁ: ବଦଳିଲା ଆଇପିଏଲ ୨୦୨୬ ତାରିଖ, ଜାଣନ୍ତୁ କେବେଠୁ ଆରମ୍ଭ ହେବ ଏହି ଟୁର୍ଣ୍ଣାମେଣ୍ଟ
MS Dhoni visited the Deori Maa temple today, as he does every year ahead of the IPL season.
— ` (@WorshipDhoni) February 27, 2026
- It's time for IPL 2026. pic.twitter.com/QPAszZH92R
କ୍ରିକେଟ ଜଗତରେ ବଡ଼ ନାଁ କରିଥିବା ଧୋନୀ ପରମ୍ପରା ଭୁଲିନାହାନ୍ତି । ଇଶ୍ବରଙ୍କ ପ୍ରତି ତାଙ୍କର ଆସ୍ଥା ଅତୁଟ ରହିଛି । ଧୋନୀ ମନ୍ଦିରରେ ପ୍ରାର୍ଥନା କରିଛନ୍ତି । ଏକ ଫଟୋରେ ସେ ହାତରେ ପବିତ୍ର ସୂତା ଏବଂ ଲାଲ ଚୁନରୀ ପିନ୍ଧିଥିବା ଦେଖାଯାଇଛି । ଅନେକ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏମଏସ ଧୋନୀ ପ୍ରତିବର୍ଷ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ମା ଦେଓରୀ ମନ୍ଦିରରେ ପୂଜାର୍ଚ୍ଚନା କରନ୍ତି । ସେ ଆଇପିଏଲ ୨୦୨୬ ସିଜିନ ପୂର୍ବରୁ ମଧ୍ୟ ଏହି ପରମ୍ପରାକୁ ଜାରି ରଖିଛନ୍ତି ।
ଧୋନୀ ପହଞ୍ଚିବା ମାତ୍ରେ ମନ୍ଦିରରେ ଭିଡ଼ ଜମିଥିଲା। ଏହା ଉଲ୍ଲେଖନୀୟ ଯେ, ମନ୍ଦିରର ଏକ ଦୀର୍ଘ ଇତିହାସ ଅଛି। ଏହି ମନ୍ଦିର ୭୦୦ ବର୍ଷରୁ ଅଧିକ ପୁରୁଣା ବୋଲି କୁହାଯାଏ। କିନ୍ତୁ ଏହି ମନ୍ଦିର ନିର୍ମାଣର ସଠିକ୍ ତାରିଖ ଏକ ରହସ୍ୟ ହୋଇ ରହିଛି। ଦୂରଦୂରାନ୍ତରୁ ଭକ୍ତମାନେ ମନ୍ଦିରରେ ମାଙ୍କୁ ଦର୍ଶନ କରିବାକୁ ଆସିଥାନ୍ତି।
ଏଥିସହ ପଢ଼ନ୍ତୁ: ବଦଳିଲା ଆଇପିଏଲ ୨୦୨୬ ତାରିଖ, ଜାଣନ୍ତୁ କେବେଠୁ ଆରମ୍ଭ ହେବ ଏହି ଟୁର୍ଣ୍ଣାମେଣ୍ଟ
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories