Videos
|
Sports

ସାଇକେଲରେ ବସି ଆଖୁ ଖାଇବାର ମଜା ନେଉଛନ୍ତି ମହମ୍ମଦ ଶାମୀ

Ritu Das
Browse all articles by Ritu Das
·2 years ago·2 min read
ସାଇକେଲରେ ବସି ଆଖୁ ଖାଇବାର ମଜା ନେଉଛନ୍ତି ମହମ୍ମଦ ଶାମୀ

ଅର୍ଗସ ବ୍ୟୁରୋ: ଟିମ ଇଣ୍ଡିଆର ଦ୍ରୂତଗାମୀ ବୋଲର ମହମ୍ମଦ ଶାମୀଙ୍କର ଏକ ଫଟୋ ଇନଷ୍ଟାରେ ଭାଇରାଲ ହେବାରେ ଲାଗିଛି। ବିଶ୍ବକପ-୨୦୨୩ ପରାସ୍ତ ହେବାପରେ ଇଣ୍ଡିଆ ଟିମର ପ୍ରାୟ ଖେଳାଳି ବାହାରେ ଛୁଟି କାଟୁଛନ୍ତି। କିନ୍ତୁ ମହମ୍ମଦ ଶାମୀ ନିଜ ଗାଁର ପାଣିପବନକୁ ଏଞ୍ଜୟ କରୁଛନ୍ତି। ଆଉ କହିଛନ୍ତି ମୋ ଗାଁ  ପାଣି ପବନ ମୋ ପାଇ ଭାରି ସ୍ପେଶାଲ। ଆଉ ଆଜି ମହମ୍ମଦ ଶାମିଙ୍କ ଏହି ଫଟୋ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଶାମି ନିଜ ଗାଁରେ ସାଇକେଲ ଚଲାଇ ଆଖୁ କିଆରୀକୁ ଯାଇଛନ୍ତି। ଆଉ ଶାମୀ ସେଠି ଆଖୁ ଖାଇବାର ମଜା ନେଇଛନ୍ତି।

 

ଏହି ଫଟୋକୁ ସୋସିଆଲ ମିଡିଆ ୟୁଜର୍ସ ମାନେ ଖୁବ ପସନ୍ଦ କରୁଛନ୍ତି। ଆଖୁ ଖାଇବା ସହ ଶାମୀଙ୍କ କୁଲ ଏବଂ ରିଲକ୍ସିଂ ଅନ୍ଦାଜ ଭାରି ଭଲ ଲାଗୁଛି। ଶାମୀ କହିଛନ୍ତି ନିଜ ଗାଁର ଆଖୁ କ୍ଷେତରେ ବସି ଆଖୁ ଖାଇବାର ମଜା ଅଲଗା। ଟ୍ବିଟରରେ ଏହି ଫଟୋକୁ ୨ଘଣ୍ଟା ମଧ୍ୟରେ ୬ହଜାରରୁ ଅଧିକ ଲାଇକ ମିଳିଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୂଚନା ଥାଉ କି, ଇନ୍ଦୋର ଟେଷ୍ଟରେ ଇଣ୍ଡିଆ ହାରିବା ପରେ ପ୍ଲେଇଙ୍ଗ ୧୧ରେ ପରିବର୍ତ୍ତନ ଦେଖିବାକୁ ମିଳିବ। ତେବେ ଅହମ୍ମଦାବାଦ ଟେଷ୍ଟରେ ମହମ୍ମଦ ଶାମୀଙ୍କ ପ୍ରତ୍ୟାବର୍ତ୍ତନ ଏକଦମ ସୁନିଶ୍ଚିତ। କାରଣ ପୂର୍ବରୁ ଶାମୀଙ୍କୁ ଇନ୍ଦୋର ଟେଷ୍ଟରେ ସ୍ଥାନ ମିଳି ନ ଥିଲା। ତେବେ ଭାରତୀୟ ଟିମ ଇନ୍ଦୋର ଟେଷ୍ଟରେ ୯ ଓ୍ବିକେଟରେ ଅଷ୍ଟ୍ରେଲିଆଠୁ ପରାସ୍ତ ହୋଇଥିଲା। ଜିତିବା ପରେ ଅଷ୍ଟ୍ରେଲିଆ ଟିମ ବିଶ୍ବ ଟେଷ୍ଟ ଚାମ୍ପିୟନଶିପରେ ଫାଇନାଲକୁ ପହଞ୍ଚିଯାଇଥିଲା। ଏବେ ବିଶ୍ବ ଟେଷ୍ଟ ଚାମ୍ପିୟନଶିପରେ ପହଞ୍ଚିବାକୁ ହେଲେ ଇଣ୍ଡିଆ ଟିମକୁ ଅହମ୍ମଦାବାଦ ଟେଷ୍ଟ ମ୍ୟାଚରେ ଜିତିବାକୁ ପଡ଼ିବ। ଆଉ ଏଥିପାଇଁ ସମସ୍ତଙ୍କ ଆଶା ଏବଂ ଭରସା ହେଉଛନ୍ତି ଶାମୀ। ବିଶ୍ବକପରେ ଯେଉଁଭଳି ଓ୍ବିକେଟ ନେଇଥିଲେ ତାକୁ ପୁରା ବିଶ୍ବବାସୀ ମନେ ରଖିବ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Muhammad Shami | Argus News