Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ପ୍ରେମ ମଇଦାନରେ ନିଜର ଡେବ୍ୟୁ ଆରମ୍ଭ କଲେ ମହମ୍ମଦ ସିରାଜ

Sports

ପ୍ରେମ ମଇଦାନରେ ନିଜର ଡେବ୍ୟୁ ଆରମ୍ଭ କଲେ ମହମ୍ମଦ ସିରାଜ

Ritu Das
Browse all articles by Ritu Das
·1 year ago·2 min read
ପ୍ରେମ ମଇଦାନରେ ନିଜର ଡେବ୍ୟୁ ଆରମ୍ଭ କଲେ ମହମ୍ମଦ ସିରାଜ

ଅର୍ଗସ ବ୍ୟୁରୋ: କ୍ରିକେଟରଙ୍କ ସହ ଅଭିନେତ୍ରୀଙ୍କ ପ୍ରେମ ସମ୍ପର୍କ ନୂଆ କଥା ନୁହେଁ । ବଲିଉଡ ଜଗତର ଅନେକ ହିରୋଇନଙ୍କ ସହ କ୍ରିକେଟରଙ୍କ ନାଁ ଯୋଡ଼ି ହୋଇଛି ଏବଂ ଅନେକ ଯୋଡ଼ି ମଧ୍ୟ ଦେଖିବାକୁ ମିଳିଛି। ବିରାଟ-ଅନୁଷ୍କା ଏବଂ ରାହୁଲ-ଆଥିୟା ଯୋଡ଼ି ପରେ ଏବେ ଆଉ ଜଣେ ଷ୍ଟାର କ୍ରିକେଟରଙ୍କ ନାଁ ଏଥିରେ ସାମିଲ ହୋଇଛି । ଟିମ ଇଣ୍ଡିଆର ଷ୍ଟାର କ୍ରିକେଟର ମହମ୍ମଦ ସିରାଜ ଏବେ ପ୍ରେମ ମଇଦାନରେ ଡେବ୍ୟୁ କରିବାକୁ ଯାଉଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି । ସେ ବର୍ତ୍ତମାନ ଟେଲିଭିଜନ ଦୁନିଆର ସୁନ୍ଦରୀ ଅଭିନେତ୍ରୀ ମାହିରାଙ୍କୁ ଡେଟ୍ କରୁଥିବା ନେଇ ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।

କୁହାଯାଉଛି ଯେ, ଟେଲିଭିଜନ ସୁନ୍ଦରୀ ମାହିରା ଏବେ କ୍ରିକେଟର ମହମ୍ମଦ ସିରାଜଙ୍କ ପ୍ରେମରେ ପଡ଼ିଯାଇଛନ୍ତି। ସିରାଜ, ଇନଷ୍ଟାଗ୍ରାମରେ ମାହିରାଙ୍କ ଏକ ଫଟୋକୁ ଲାଇକ କରିବା ପରେ ଏହି ଚର୍ଚ୍ଚା ଆରମ୍ଭ ହୋଇଛି । କୌଣସି ସମ୍ପର୍କ ନ ଥାଇ ମହମ୍ମଦ କାହିଁକି ମାହିରାଙ୍କ ଫଟୋକୁ ପସନ୍ଦ କରିବେ ବୋଲି ସୋସିଆଲ ମିଡିଆରେ ଉଠିଛି ଝଡ଼ । ସିରାଜ ଏବଂ ମାହିରାଙ୍କ ଭିତରେ ପ୍ରେମ ସମ୍ପର୍କ ଥିବା ନେଇ ଇନଷ୍ଟାଗ୍ରାମରେ ଚର୍ଚ୍ଚା ଆରମ୍ଭ କରିଛନ୍ତି ୟୁଜର୍ସ। ତେବେ ଏଭଳି ଚର୍ଚ୍ଚାକୁ ନେଇ ଦୁହେଁ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ମହମ୍ମଦ ସିରାଜଙ୍କ ପୂର୍ବରୁ ବିରାଟ କୋହଲି-ଅନୁଷ୍କା ଶର୍ମା ଏବଂ କେ.ଏଲ୍ ରାହୁଲ-ଆଥିଆ ଶେଟ୍ଟୀଙ୍କର ବିବାହ ହୋଇଛି। 

ଉଭୟ ନିଜ ନିଜ ମ୍ୟାରେଜ ଲାଇଫରେ ଖୁସିରେ ଅଛନ୍ତି। ଏହି ତାଲିକାରେ କ୍ରିକେଟର ମହମ୍ମଦ ସିରାଜ ମଧ୍ୟ ଡେବ୍ୟୁ କରିଥିବା କୁହାଯାଉଛି। ତେବେ ଦେଖାଯାଉ ଉଭୟ ଉଭୟଙ୍କ ପ୍ରେମରେ success ହେଉଛନ୍ତି କି ନାହିଁ। ସୋସିଆଲ ମିଡିଆରେ ମାହିରାଙ୍କ ଏକ ଫଟୋ ଉପରେ ପ୍ରତିକ୍ରିୟା ପ୍ରକାଶ କରିଥିଲେ ଡିଏସପି ସିରାଜ । ଆଉ ସେବେଠୁ ଉଭୟଙ୍କୁ ନେଇ ଚାଲିଛି ସବୁଠି ଚର୍ଚ୍ଚା। ମାହିରା ନିଜ ଇନଷ୍ଟାଗ୍ରାମରେ ଶାଢୀରେ ଏକ ଫଟୋ ସେୟାର କରିଥିଲେ । ଏହି ଫଟୋକୁ ମହମ୍ମଦ ସିରାଜ ଲାଇକ କରିଛନ୍ତି । ସେବେଠାରୁ ପ୍ରଶଂସକମାନେ ଉଭୟଙ୍କୁ ଲଭ ଲାଇଫ୍ ପାଇଁ ଶୁଭେଚ୍ଛା ଜଣାଇବା ଆରମ୍ଭ କରି ଦେଇଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Sponsored
Muhammad Siraj | Argus News