Videos
|
Sports

ହୃଦଘାତରେ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ସଭାପତି ଅମୋଲ କାଲେଙ୍କ ପରଲୋକ

Ritu Das
Browse all articles by Ritu Das
·2 years ago
ହୃଦଘାତରେ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ସଭାପତି ଅମୋଲ କାଲେଙ୍କ ପରଲୋକ

ଅର୍ଗସ ବ୍ୟୁରୋ: ଭାରତ ପାକିସ୍ତାନ ମ୍ୟାଚ ଦେଖି ହୃଦଘାତର ଶିକାର । ପରଲୋକରେ ମୁମ୍ବାଇ କ୍ରିକେଟ୍ ଆସୋସିଏସନ୍ ସଭାପତି ଅମୋଲ କାଲେ । ନ୍ୟୁୟର୍କରେ ସେ ପାଭିଲିଓନରେ ବସି ମ୍ୟାଚ ଦେଖୁଥିଲେ । ଗତକାଲିର ମ୍ୟାଚ ବହୁତ କଡା ମୁକାବିଲା ହୋଇଥିଲା । ଭାରତୀୟ ବୋଲରଙ୍କ ପାଇଁ ଦଳ ଶେଷରେ ବାଜି ମାରିଥିଲା ।

ଅମୋଲ କାଲେଙ୍କ ବିୟୋଗରେ କ୍ରିକେଟ ସମୁଦାୟରେ ଶୋକର ଛାୟା ଖେଳିଯାଇଛି । ଅନେକ ଲୋକ ଶୋକବାର୍ତା ପ୍ରକାଶ କରିଛନ୍ତି । ଅମୋଲ କାଲେ ରବିବାର ମୁମ୍ବାଇ କ୍ରିକେଟ୍ ବୋର୍ଡ ସଚିବ ଅଜିଙ୍କ୍ୟ ନାଏକ ଏବଂ ଅନ୍ୟ ଜଣେ ଅଧିକାରୀଙ୍କ ସହ ନାସାଉ କାଉଣ୍ଟି କ୍ରିକେଟ୍ ଗ୍ରାଉଣ୍ଡରେ ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିଥିଲେ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Mumbai Cricket Association | Argus News