|
logo
Live

Argus News - ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ବିଜୟ: ଦିଲ୍ଲୀ କ୍ୟାପିଟାଲ୍ସକୁ ୨୯ ରନରେ ହରାଇଲା

Sports

ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ବିଜୟ: ଦିଲ୍ଲୀ କ୍ୟାପିଟାଲ୍ସକୁ ୨୯ ରନରେ ହରାଇଲା

Ritu Das
Browse all articles by Ritu Das
·2 years ago·1 min read
ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ବିଜୟ: ଦିଲ୍ଲୀ କ୍ୟାପିଟାଲ୍ସକୁ ୨୯ ରନରେ ହରାଇଲା

ଅର୍ଗସ ବ୍ୟୁରୋ: ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲର ୨୦ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲକୁ ୨୯ ରନରେ ହରାଇ ଚଳିତ ସିଜନରେ ନିଜର ପ୍ରଥମ ବିଜୟ ହାସଲ କରିଛି ମୁମ୍ବାଇ ଇଣ୍ଡିଆନ୍ସ ।

ମୁମ୍ବାଇ ଦ୍ବାରା ରଖାଯାଇଥିବା ୨୩୫ ରନର ବିଜୟ ଲକ୍ଷ୍ୟ ଜବାବରେ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରାଇ ୨୦୫ ରନ କରିପାରିଥିଲା । ଦଳ ପକ୍ଷରୁ ଟ୍ରିଷ୍ଟାନ ଷ୍ଟବ୍ସ ମାତ୍ର ୨୫ଟି ବଲରେ ୭୧ ରନ କରିଥିବାବେଳେ ପୃଥ୍ବୀ ଶାହ ୬୬ ରନ କରିଥିଲେ । ସେହିପରି ଅଭିଷେକ ପୋରେଲ ୪୧ ରନ କରିଥିଲେ । ମୁମ୍ବାଇ ପକ୍ଷରୁ ଗେରାଲ୍ଡ କୋଟଜି ୪ଟି ଓ ଯଶ୍ରପ୍ରୀତ ବୁମରା ୨ଟି ଓ୍ବିକେଟ ନେଇଥିଲେ ।

ଏହି ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଦଳ ଆରମ୍ଭରୁ ଏକ ବଡ଼ ପାର୍ଟନରସିପ କରି ଏକ ଭଲ ମୂଳଦୂଆ ସ୍ଥାପନ କରିଥିଲା । ଦଳର ଦୁଇ ଓପନର ରୋହିତ ଶର୍ମା ଓ ଇଶାନ କିଷନ ଯଥାକ୍ରମେ ୪୯ ରନ ଓ ୪୨ ରନ କରିଥିଲେ । ତେବେ ସୂର୍ଯ୍ୟକୁମାର ଯାଦବ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଯାଇଥିଲେ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୩୯ ରନ କରିଥିଲେ । ତେବେ ଇନିଂସର ଶେଷ  ୪ଓଭରରେ ଦଳର ୨ ବ୍ୟାଟ୍ସମ୍ୟାନ ଟିମ ଡେଭିଡ୍  ଓ ରୋମାରିଓ ସେଫାର୍ଡ ବିସ୍ଫୋରକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୨୩୪ ପର୍ଯ୍ୟନ୍ତ ପହଞ୍ଚାଇଥିଲେ । ଡେଭିଡ୍ ମାତ୍ର ୨୧ଟି ବଲରୁ ୪୫ରନ କରିଥିବାବେଳେ ସେଫାର୍ଡ ମାତ୍ର ୧୦ଟି ବଲରୁ ୩୯ ରନ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Sponsored
ମୁମ୍ବାଇ ଇଣ୍ଡିଆନ୍ସର ପ୍ରଥମ ବିଜୟ: ଦିଲ୍ଲୀ କ୍ୟାପିଟାଲ୍ସକୁ ୨୯ ରନରେ ହରାଇଲା | Argus News