Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ହାର୍ଦ୍ଦିକଙ୍କ ୩ ଭୁଲ୍ ଯୋଗୁ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ

Sports

ହାର୍ଦ୍ଦିକଙ୍କ ୩ ଭୁଲ୍ ଯୋଗୁ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ

Ritu Das
Browse all articles by Ritu Das
·2 years ago·2 min read
ହାର୍ଦ୍ଦିକଙ୍କ ୩ ଭୁଲ୍ ଯୋଗୁ ହାରିଲା ମୁମ୍ବାଇ ଇଣ୍ଡିଆନ୍ସ

ଅର୍ଗସ ବ୍ୟୁରୋ: ଆଇପିଏଲ୍ ୨୦୨୪ ର ଅଷ୍ଟମ ମ୍ୟାଚ୍ ଆଇପିଏଲ୍ ଇତିହାସର ସବୁଠାରୁ ଏକ୍ସାଇଟେଡ ମ୍ୟାଚ୍ ମଧ୍ୟରୁ ଗୋଟିଏ। ଏହି ମ୍ୟାଚ୍‌ରେ ଉଭୟ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ୍ ରନ ବର୍ଷା କରିଥିଲେ। ହାଇଦ୍ରାବାଦର ପ୍ଲେୟର ଯିଏ ଆସିଲା ସିଏ ବାଡେଇଲା। ତେବେ ସନରାଇଜର୍ସ ହାଇଦ୍ରାବାଦ୍ ମୁମ୍ବାଇ ଇଣ୍ଡିଆନ୍ସକୁ ଏହି ମ୍ୟାଚ୍‌ରେ ୩୧ ରନରେ ହରାଇଥିଲା। ଏହି ଆଇପିଏଲ୍ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଏହା ଲଗାତାର ଦ୍ୱିତୀୟ ହାର ଥିଲା। ପ୍ରଥମ ମ୍ୟାଚ୍‌ରେ ଗୁଜୁରାଟ ଟାଇଟନ୍ସ ବିପକ୍ଷରେ ଦଳ ପରାଜୟର ସମ୍ମୁଖୀନ ହୋଇଥିଲା। ବର୍ତ୍ତମାନ ହାଇଦ୍ରାବାଦ ବିପକ୍ଷରେ ପରାଜୟ ଯୋଗୁ ମୁମ୍ବାଇ ଇଣ୍ଡିଆନ୍ସ ଫ୍ୟାନମାନେ କ୍ୟାପଟେନ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଉପରେ ଖୁସି ନାହାନ୍ତି।

ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ୍‌ର ଅଷ୍ଟମ ମ୍ୟାଚରେ ୩ଟି ଭୁଲ କରିଛନ୍ତି, ଯେଉଁଥିପାଇଁ ଦଳ ହାରିଲା ଚାଲନ୍ତୁ ଜାଣିବା ଆଇପିଏଲ୍ ୨୦୨୪ଆରମ୍ଭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ରୋହିତ ଶର୍ମାଙ୍କ ଠାରୁ କ୍ୟାପଟେନ୍ସି ଛଡ଼ାଇ ନେଇଥିଲେ। ଆଉ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାପଟେନ କରିଥିଲେ ଏପର୍ଯ୍ୟନ୍ତ ମୁମ୍ବାଇର ଏହି ନିଷ୍ପତ୍ତି ଭୁଲ ପ୍ରମାଣିତ ହେଉଥିବା ଜଣାପଡିଛି।

ତାଙ୍କର ପ୍ରଥମ ଭୁଲ୍ ହୋଇଛି ବୋଲିଂ ଦେବାରେ। ସାଧାରଣତଃ ଦେଖାଯାଏ ଯେ ଯଶପ୍ରୀତ ବୁମ୍ରା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ପ୍ରଥମ ଓଭର ବୋଲିଂ କରନ୍ତି । କେବଳ ମୁମ୍ବାଇ ନୁହେଁ, କୌଣସି ଦଳ ନିଜର ଶ୍ରେଷ୍ଠ ବୋଲରଙ୍କ ସହ ପ୍ରଥମ ଓଭର ବୋଲିଂ କରିଥାନ୍ତି। କିନ୍ତୁ ହାର୍ଦ୍ଦିକ ହାଇଦ୍ରାବାଦ ବିପକ୍ଷରେ ଯଶପ୍ରୀତ ବୁମ୍ରାଙ୍କ ସହ ନୁହେଁ ବରଂ କ୍ୱେନା ମାଫାକାଙ୍କ ସହ ଇନିଂସ ଆରମ୍ଭ କରିଥିଲେ। ଏହା ପରେ ପାଣ୍ଡ୍ୟା ନିଜେ ଦ୍ୱିତୀୟ ଓଭରରେ ବୋଲିଂ କରିବାକୁ ଆସିଥିଲେ। ଯେତେବେଳେ ଦୁହିଁଙ୍କ ବଲ୍‌କୁ ବ୍ୟାଟ୍ସମ୍ୟାନ୍‌ମାନେ ଚୌକା ଛକା ବର୍ଷା କଲେ ସେତେବେବେଳେ, ପାଣ୍ଡ୍ୟା ଚତୁର୍ଥ ଓଭରରେ ସେ ବୁମରାଙ୍କୁ ବୋଲିଂ ଦେଇଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ୱିତୀୟ ଭୁଲ ଥିଲା ଯେ ବହୁତ ଧୀରେ ଧୀରେ ବ୍ୟାଟିଂ କରିଥିଲେ। ଏକ ମ୍ୟାଚରେ ଯେଉଁଠାରେ ଲକ୍ଷ୍ୟ ୨୭୮ ରନ୍ ଥିଲା ଏବଂ ଆବଶ୍ୟକ ରନ୍ ହାର ୧୫ ରୁ ଅଧିକ ଥିଲା, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଷ୍ଟ୍ରାଇକ ରେଟ ଥିଲା ୧୨୦। ଆଉ ଏହି ମ୍ୟାଚରେ ପାଣ୍ଡ୍ୟା ୨୦ବଲରେ ୨୪ ରନର ଇନିଂସ ଖେଳିଥିଲେ। ପାଣ୍ଡ୍ୟାଙ୍କ ବ୍ୟତୀତ ସମସ୍ତ ମୁମ୍ବାଇ ବ୍ୟାଟ୍ସମ୍ୟାନ୍ ୨୦୦ରୁ ଅଧିକ ଷ୍ଟ୍ରାଇକ୍ ରେଟ୍ କିମ୍ବା ୨୦୦ ପାଖାପାଖି ଷ୍ଟ୍ରାଇକ୍ ରେଟ୍ ସ୍କୋର କରିଛନ୍ତି।

ହାର୍ଦ୍ଦିକଙ୍କ ତୃତୀୟ ଭୁଲ୍ ହେଉଛି ସେ ପିଚ୍‌କୁ ବୁଝି ପାରି ନ ଥିଲେ। ପ୍ୟାଟ୍ କମିନ୍ସ ମ୍ୟାଚ୍ ଜିତିବା ପରେ କହିଥିଲେ ମୁଁ ପିଚକୁ ବୁଝି ନେଇଥିଲି ଯେ ଏହା ବ୍ୟାଟିଂ ପିଚ୍। ପିଚ୍‌ରେ ବଡ଼ ସ୍କୋର କଲେ ଆମେ ଜିତି ପାରିବୁ। ତେଣୁ ଆରମ୍ଭରୁ ଆମେ ଆକ୍ରମଣାତ୍ମକ ଭାବେ ଖେଳିଥିଲୁ। ମ୍ୟାଚ୍‌ରେ ହାର୍ଦ୍ଦିକ ଟସ୍ ଜିତିଥିଲେ। ମାତ୍ର ପିଚକୁ ଭଲ ଭାବେ ବୁଝି ପାରି ନ ଥିବାରୁ ‌ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କର ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ଭୁଲ୍ ଥିଲା।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Sponsored
Mumbai Indians | Argus News