Videos
|
Sports

IPL Latest Update / କିଏ ହେବ ମୁମ୍ବାଇ ଇଣ୍ଡିଆନ୍ସର ନୂଆ କ୍ୟାପଟେନ…? ରେସରେ ଆଗରେ ଏହି ୨ ଖେଳାଳି…କାହାକୁ ବାଛିବେ ରୋହିତ?

Ritu Das
Browse all articles by Ritu Das
·15 mins ago·2 min read
କିଏ ହେବ ମୁମ୍ବାଇ ଇଣ୍ଡିଆନ୍ସର ନୂଆ କ୍ୟାପଟେନ…? ରେସରେ ଆଗରେ ଏହି ୨ ଖେଳାଳି…କାହାକୁ ବାଛିବେ ରୋହିତ?
Cricket

Key Points

IPL 2027 ପୂର୍ବରୁ MIରେ ବଡ଼ ପରିବର୍ତ୍ତନର ଚର୍ଚ୍ଚା
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟ୍ରେଡକୁ ନେଇ ଚାଲିଛି ଜୋରଦାର ଆଲୋଚନା
ଆଇପିଏଲ ୨୦୨୭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଟିମରେ ବଡ଼ ପରିବର୍ତ୍ତନ ହେବାକୁ ଯାଉଛି। ଏମିତି ଖବର ଏବେ ଶୁଣିବାକୁ ମିଳୁଛି ଯେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ ଅକ୍ସନ ପୂର୍ବରୁ ଟ୍ରେଡ ଡିଲ କରିପାରନ୍ତି। ଏବେ ଏହି ମାମଲାରେ ନୂଆ ଅପଡେଟ ସାମ୍ନାକୁ ଆସିଛି।
ଏବେ ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସରେ ରହିବାର ସମ୍ଭାବନା ଅଧିକ ଅଛି। କିନ୍ତୁ ଏଠି ସବୁଠୁ ବଡ଼ ପ୍ରଶ୍ନ ହେଉଛି ହାର୍ଦ୍ଦିକ ଯଦି ଟିମରେ ରୁହନ୍ତି ତେବେ କଣ କ୍ୟାପଟେନ ପଦ ତାଙ୍କର ସେମିତି ରହିବ?

ଏକ ମିଡିଆ ରିପୋର୍ଟ ମୁତାବକ MIର ମ୍ୟାନେଜମେଣ୍ଟ ଏବେ ସମ୍ପୂର୍ଣ୍ଣ ନୂଆ ଭାବେ ଟିମକୁ ଆଗକୁ ନେବାକୁ ଚିନ୍ତା କରିଛନ୍ତି। ଭାରତର ଷ୍ଟାର କ୍ରିକେଟର ରୋହିତ ଶର୍ମା ମୁମ୍ବାଇକୁ ୫ଥର ଆଇପିଏଲ ଟ୍ରଫି ଜିତାଇଛନ୍ତି। ଏବେ ଆଉ ପୁଣିଥରେ କ୍ୟାପଟେନ୍ସି ନେତୃତ୍ବ ନେବା ମୁଡରେ ନାହାନ୍ତି ସଫା ମନା କରିଦେିଛନ୍ତି କିନ୍ତୁ ମ୍ୟାନେଜମେଣ୍ଟ ସହିତ ମିଶି ଟିମକୁ ନୂଆ କ୍ୟାପଟେନ ଖୋଜିବାରେ ଦାୟିତ୍ବ ନେଇଛନ୍ତି। ତେବେ କ୍ୟାପଟେନ ରେସରେ ଦୁଇଜଣଙ୍କ ନାଁ ବହୁତ ଆଗରେ ରହିଛି। ଯୁବ ବ୍ୟାଟ୍ସମ୍ୟାନ ତିଳକ ବର୍ମାଙ୍କ ନାଁ ପ୍ରଥମରେ ଥିବାବେଳେ ଦ୍ବିତୀୟରେ ୟର୍କର କିଙ୍ଗ ଯଶପ୍ରିତ ବୁମରାହଙ୍କ ନାଁ ଶୀର୍ଷରେ ରହିଛି। ଆସନ୍ତା ଆଇପିଏଲ ସିଜନରେ ମୁମ୍ବାଇ ଟିମ ଏମାନଙ୍କ ମଧ୍ୟରୁ ଜଣକୁ କ୍ୟାପଟେନ ଘୋଷିତ କରିପାରେ।

  • ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟ୍ରେଡ ଡିଲର କଣ ହେଲା?

ମୁମ୍ବାଇ ଇଣ୍ଡିଆନ୍ସ ଟିମ ହାର୍ଦ୍ଦିକଙ୍କୁ ଆଉ ଏକ ଟିମକୁ ପଠାଇବାକୁ ପୂରା ଚେଷ୍ଟା କରିଥିଲେ। ମୁମ୍ବାଇ କୋଲକାତା ଟିମ ସହ କଥା ହୋଇଥିଲା। କେକେଆର ହାର୍ଦ୍ଦିକଙ୍କ ବଦଳରେ କାମରନ ଗ୍ରୀନଙ୍କୁ ରିଲିଜ କରିବାକୁ କଥା ଦେଇଥିଲା। କିନ୍ତୁ ଗ୍ରୀନଙ୍କ ଫିଟନେସରେ ସମସ୍ୟା ଏବଂ କାମ ଚାପରେ ଥିବାରୁ ମୁମ୍ବାଇ ତାଙ୍କୁ ନେବାକୁ ଟିକେ ପଛଘୁଞ୍ଚା ଦେଇଥିଲା। ସେଥିପାଇଁ ଏହି ଡିଲ ଅଧାରେ ରହିଗଲା।
ଅନ୍ୟପକ୍ଷେ ଚେନ୍ନାଇ ସୁପର କିଙ୍ଗ୍ସ ଦଳ ସହିତ ବି କଥା ହୋଇଥିଲା। କିନ୍ତୁ ଚେନ୍ନାଇ ଏବେ ନିଜର ହେଡ କୋଚ ଚୟନ କରିବାରେ ବ୍ୟସ୍ତ ଅଛି। ଏମିତିରେ ସୂତ୍ରରୁ ଜଣାପଡ଼ିଛି କି, ଯଦି ସେଭଳି ଭଲ ଡିଲ ନହେଲା ତେବେ ହାର୍ଦ୍ଦିକ ଆଉ ଏକ ସିଜନ ପାଇଁ ମୁମ୍ବାଇରେ ରହିପାରନ୍ତି ବୋଲି କୁହାଯାଉଛି।

  • କଣ ସୂର୍ଯ୍ୟ କୁମାର ଯାଦବ ଚଳିତବର୍ଷ ଟିମରେ ରହିବେ?

ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନେଇ ଚର୍ଚ୍ଚା ଯେତିକି, ସୂର୍ଯ୍ୟକୁମାର ଯାଦବଙ୍କ ଭବିଷ୍ୟତକୁ ନେଇ ମଧ୍ୟ ଚର୍ଚ୍ଚା । ଗତ ସିଜନ୍‌ରେ ଭଲ ପ୍ରଦର୍ଶନ କରିନଥିଲେ ମଧ୍ୟ ମୁମ୍ବାଇ ଇଣ୍ଡିଆନ୍ସ ସୂର୍ଯ୍ୟକୁମାର ଯାଦବଙ୍କୁ ଦଳରେ ରଖିବ। ଦଳ ନିଜର 'ୱାନ ଫ୍ୟାମିଲି' ନୀତିରେ ବିଶ୍ୱାସ କରୁଥିବାରୁ ଗୋଟିଏ ଖରାପ ସିଜନ୍ ପାଇଁ ସୂର୍ଯ୍ୟଙ୍କୁ ବାହାର କରିବ ନାହିଁ। ଏହାସହ ମାହେଲା ଜୟବର୍ଦ୍ଧନେ ହେଡକୋଚ୍ ଭାବରେ ନିଜର ଦାୟିତ୍ୱ ତୁଲାଇବେ। ଅନ୍ୟପଟେ, IPL 2027 ପରେ ମେଗା ଅକ୍ସନ୍ (Mega Auction) ଥିବାରୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ବଡ଼ ଧରଣର ପରିବର୍ତ୍ତନରୁ ଓହରି ଯାଇଥିବା ମଧ୍ୟ ଚର୍ଚ୍ଚା ହେଉଛି।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: