Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଏଲିମିନେଟର ମ୍ୟାଚ୍‌କୁ ଜିତିଲା ମୁମ୍ବାଇ, କ୍ଵାଲିଫାୟର-୨ରେ ପଞ୍ଜାବ ସହ ମୁକାବିଲା

Ritu Das
Browse all articles by Ritu Das
·1 year ago·2 min read
ଏଲିମିନେଟର ମ୍ୟାଚ୍‌କୁ ଜିତିଲା ମୁମ୍ବାଇ, କ୍ଵାଲିଫାୟର-୨ରେ ପଞ୍ଜାବ ସହ ମୁକାବିଲା

Key Points

ରୋହିତ ଶର୍ମା ଏହି ମ୍ୟାଚ୍‌ରେ ୫୦ ବଲ୍‌ରେ ୮୧ ରନ୍‌ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ

୧୬୨ ଷ୍ଟ୍ରାଇକ ରେଟ୍‌ରେ ରନ କରିଥିଲେ, ଏଥିରେ ୯ ଚୌକା ଏବଂ ୪ ଛକା ଅନ୍ତର୍ଭୁକ୍ତ

ରୋହିତଙ୍କୁ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ

IPL 2025ର ରୋମାଞ୍ଚକର ଏଲିମିନେଟର ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସର ଅଭିଜ୍ଞ ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏକ ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ। ଏହି ସିଜିନ ରୋହିତଙ୍କ ପାଇଁ ଏପର୍ଯ୍ୟନ୍ତ ବହୁତ ଭଲ ରହିଛି ଏବଂ ଏବେ ସେ ତାଙ୍କ ଦଳକୁ କ୍ୱାଲିଫାୟର୍‌ ୨ରେ ପହଞ୍ଚାଇଛନ୍ତି। ମୁମ୍ବାଇ ଦଳ ଫାଇନାଲରେ ପହଞ୍ଚିବାଠାରୁ ମାତ୍ର ୧ ପାଦ ଦୂରରେ ଅଛି। ରୋହିତ ଏହି ମ୍ୟାଚ୍‌ରେ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ମୁମ୍ବାଇ ପାଇଁ ଏକ ଆକ୍ରମଣାତ୍ମକ ଆରମ୍ଭ କରିଥିଲେ। ତାଙ୍କର ବିସ୍ଫୋରକ ବ୍ୟାଟିଂ ଗୁଜରାଟ ବୋଲରମାନଙ୍କୁ ବ୍ୟାକ୍‌ଫୁଟ୍‌ ଠେଲି ଦେଇଥିଲା। ଏହା ସହିତ, ସେ ଏକ ସ୍ବତନ୍ତ୍ର ତାଲିକାରେ ନିଜର ସ୍ଥିତିକୁ ଆହୁରି ମଜବୁତ କରିଥିଲେ।


ରୋହିତ ଶର୍ମା ଏହି ମ୍ୟାଚ୍‌ରେ ୫୦ ବଲ୍‌ରେ ୮୧ ରନ୍‌ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ସେ ୧୬୨ ଷ୍ଟ୍ରାଇକ ରେଟ୍‌ରେ ରନ କରିଥିଲେ, ଏଥିରେ ୯ ଚୌକା ଏବଂ ୪ ଛକା ଅନ୍ତର୍ଭୁକ୍ତ ଥିଲା। ମ୍ୟାଚ ପରେ, ରୋହିତଙ୍କୁ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଦିଆଯାଇଥିଲା। ଏହା ତାଙ୍କ IPL କ୍ୟାରିୟରରେ ୨୧ତମ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଥିଲା, ଯାହା ସହିତ ସେ ଭାରତର ମହାନ ଖେଳାଳି ବିରାଟ କୋହଲି (୧୯ ପୁରସ୍କାର) ଏବଂ ମହେନ୍ଦ୍ର ସିଂହ ଧୋନୀ(୧୮ ପୁରସ୍କାର)ଙ୍କୁ ପଛରେ ପକାଇ ଦେଇଛନ୍ତି। ରୋହିତ IPL ଇତିହାସରେ ପ୍ଲେୟାର ଅଫ ଦି ମ୍ୟାଚ ପୁରସ୍କାର ଜିତିବାରେ ତୃତୀୟ ସ୍ଥାନ ମଧ୍ୟ ଅଧିକାର କରିଛନ୍ତି। ଏହି ତାଲିକାର ଶୀର୍ଷରେ ଦକ୍ଷିଣ ଆଫ୍ରିକାର ଡ୍ୟାସିଂ ବ୍ୟାଟସମ୍ୟାନ ଏବି ଡିଭିଲିୟର୍ସ (୨୫ ପୁରସ୍କାର) ଏବଂ ୱେଷ୍ଟଇଣ୍ଡିଜର ବିସ୍ଫୋରକ ବ୍ୟାଟସମ୍ୟାନ କ୍ରିସ ଗେଲ (୨୨ ପୁରସ୍କାର) ଅଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ରୋହିତଙ୍କ ଏହି ୨୧ତମ ପୁରସ୍କାର ତାଙ୍କୁ ଡିଭିଲିୟର୍ସ ଏବଂ ଗେଲଙ୍କ ନିକଟତର କରିଛି, ଏବଂ ସେ ଖୁବଶୀଘ୍ର ଏହି ତାଲିକାରେ ଉଚ୍ଚ ସ୍ଥାନରେ ପହଞ୍ଚିପାରିବେ। ଏହି ସିଜନର ଆରମ୍ଭ ରୋହିତ ଶର୍ମାଙ୍କ ପାଇଁ ବିଶେଷ ଭଲ ନ ଥିଲା। ସେ ରନ ସ୍କୋର କରିବାକୁ ସଂଘର୍ଷ କରୁଥିଲେ, କିନ୍ତୁ ଏବେ ସେ ଏକ ଦୃଢ଼ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଚଳିତ ସିଜନର ୧୪ଟି ମ୍ୟାଚରେ ସେ ୩୧.୫୩ ହାରରେ ଏବଂ ୧୫୦.୧୮ ଷ୍ଟ୍ରାଇକ ରେଟରେ ୪୧୦ ରନ କରିଛନ୍ତି। ଯେଉଁଥିରେ ୪ଟି ଅର୍ଦ୍ଧଶତକ ମଧ୍ୟ ସମାଲ ଅଛି। ରୋହିତ ଏହି ସିଜନରେ ମୋଟ ୨୨ଟି ଛକା ମଧ୍ୟ ମାରିଛନ୍ତି, ଯାହା ଫଳରେ ସେ ତାଙ୍କ ଆଇପିଏଲ କ୍ୟାରିୟରରେ ୩୦୦ଟି ଛକା ମଧ୍ୟ ପୂରଣ କରିଛନ୍ତି।

Sponsored
mumbai-won-the-eliminator-match-will-face-punjab-in-qualifier-2 | Argus News