Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

Mustafizur Rahman / ୨୦୨୬ ଆଇପିଏଲରୁ ବାଦ ପଡ଼ିବା ପରଠୁ ଚର୍ଚ୍ଚାରେ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରହମାନ

Rashmita Mishra
Browse all articles by Rashmita Mishra
·6 months ago·2 min read
୨୦୨୬ ଆଇପିଏଲରୁ ବାଦ ପଡ଼ିବା ପରଠୁ ଚର୍ଚ୍ଚାରେ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରହମାନ
Mustafizur Rahman

Key Points

୨୦୨୬ ଆଇପିଏଲରୁ ବାଦ ପଡ଼ିବା ପରଠାରୁ ତାଙ୍କ ନାମ ଲଗାତାର ଭାବରେ ଅଧିକ ଚର୍ଚ୍ଚାକୁ ଆସିଛି ମୁସ୍ତାଫିଜୁର ରହମାନ ।

IPLରୁ ବାଦ୍ ପଡ଼ିଲା ପରେ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରହମାନ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ୨୦୨୬ ଆଇପିଏଲରୁ ବାଦ ପଡ଼ିବା ପରଠାରୁ ତାଙ୍କ ନାମ ଲଗାତାର ଭାବରେ ଅଧିକ ଚର୍ଚ୍ଚାକୁ ଆସିଛି । ମୁସ୍ତାଫିଜୁର ରହମାନ ୨୦୧୯ ମସିହାରେ ସାମିଆ ପରବୀନଙ୍କୁ ବିବାହ କରିଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି ସାମିଆ ତାଙ୍କର ଦାଦା ଝିଅ ଭଉଣୀ ।

ସୂଚନା ଅନୁସାରେ, ବିବାହ ପୂର୍ବରୁ ଉଭୟେ ପ୍ରାୟ ଛଅ ବର୍ଷ ଧରି ପରସ୍ପରକୁ ଡେଟ୍ କରୁଥିଲେ।ପରେ ଉଭୟ ପରିବାର ଏହି ସମ୍ପର୍କକୁ ଗ୍ରହଣ କରିଥିଲେ । ନ୍ୟୁଜିଲ୍ୟାଣ୍ଡ ଗସ୍ତରୁ ଫେରିବା ପରେ ମୁସ୍ତାଫିଜୁର ଏବଂ ତାଙ୍କ ପତ୍ନୀ ଏକ ସାଧାରଣ ପାରିବାରିକ ବିବାହ ଉତ୍ସବରେ ବିବାହବନ୍ଧନରେ ଆବଦ୍ଧ ହୋଇଥିଲେ ।

ସାମିଆ ପରବୀନ୍ କିଏ?
ସାମିଆ ପରବୀନ୍ ବାଂଲାଦେଶର ନରାଇଲର ବାସିନ୍ଦା। ତାଙ୍କର ଜନ୍ମ ୨୦ ଫେବ୍ରୁଆରି, ୧୯୯୬ରେ ହୋଇଥିଲା। ସେ ନରାଇଲରେ ତାଙ୍କର ପ୍ରାଥମିକ ଶିକ୍ଷା ସମାପ୍ତ କରିଥିଲେ ଏବଂ ଅଧିକ ଶିକ୍ଷା ପାଇଁ ଢାକା ବିଶ୍ୱବିଦ୍ୟାଳୟରେ ପଢିଥିଲେ। ସାମିଆ ମନସ୍ତତ୍ତ୍ବ ଅଧ୍ୟୟନ କରିଥିଲେ। ତଥାପି, ତାଙ୍କର ବୃତ୍ତିକୁ ସାର୍ବଜନୀନ ଭାବରେ ନିଶ୍ଚିତ କରାଯାଇ ନାହିଁ, କାରଣ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ଗୋପନ ରଖିବାକୁ ପସନ୍ଦ କରନ୍ତି।

ସାମିଆ ପରୱିନ୍ ସୋସିଆଲ ମିଡିଆରୁ ଦୂରତା ବଜାୟ ରଖନ୍ତି। ମୁସ୍ତାଫିଜୁରଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ତାଙ୍କର କିଛି ଫଟୋ ଦେଖାଯାଉଥିବା ବେଳେ, ଅଧିକାଂଶ ଫଟୋରେ ସାମିଆଙ୍କ ମୁହଁ ଲୁଚାଯାଇଛି। ସେ ବୁର୍ଖା ପିନ୍ଧିଥିବାର ଦେଖାଯାଉଛି। ତାଙ୍କୁ କ୍ରିକେଟ୍ ମ୍ୟାଚ୍ ଏବଂ ପାରିବାରିକ କାର୍ଯ୍ୟକ୍ରମରେ ମୁସ୍ତାଫିଜୁରଙ୍କ ସହିତ ଦେଖାଯାଇଛି, କିନ୍ତୁ ସେ ଲାଇମଲାଇଟ୍ ଏଡାଇବାକୁ ପସନ୍ଦ କରନ୍ତି। ବର୍ତ୍ତମାନ ଏହି ଦମ୍ପତିଙ୍କର କୌଣସି ସନ୍ତାନ ନାହିଁ।

ଇଣ୍ଡିଆନ ପ୍ରିମିୟର ଲିଗ୍ (IPL) ଫ୍ରାଞ୍ଚାଇଜ୍ କୋଲକାତା ନାଇଟ୍ ରାଇଡର୍ସ (KKR) ରେ ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରହମାନଙ୍କୁ ସାମିଲ କରିବା ନେଇ ବିରୋଧ ବୃଦ୍ଧି ପାଉଥିଲା। ଏହି ବିରୋଧକୁ ଦୃଷ୍ଟିରେ ରଖି, ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ (BCCI) ବାଂଲାଦେଶୀ କ୍ରିକେଟର ମୁସ୍ତାଫିଜୁର ରହମାନଙ୍କୁ କୋଲକାତା ନାଇଟ୍ ରାଇଡର୍ସ (KKR) ଦଳରୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଛି।

ବିସିସିଆଇ ସଚିବ ଦେବଜିତ ସାଇକିଆ କହିଛନ୍ତି, ସାମ୍ପ୍ରତିକ ଘଟଣାକ୍ରମକୁ ଦୃଷ୍ଟିରେ ରଖି, ବିସିସିଆଇ କେକେଆର ଫ୍ରାଞ୍ଚାଇଜ୍କୁ ସେମାନଙ୍କର ବାଂଲାଦେଶୀ ଖେଳାଳି ମୁସ୍ତାଫିଜୁର ରହମାନଙ୍କୁ ଦଳରୁ ବାହାର କରିବାକୁ ନିର୍ଦ୍ଦେଶ ଦେଇଛି ଏବଂ ଏହା ମଧ୍ୟ କହିଛି ଯେ, ଯଦି ସେମାନେ ବଦଳ ପାଇଁ ଅନୁରୋଧ କରନ୍ତି, ତେବେ ବିସିସିଆଇ ସେହି ବଦଳକୁ ଅନୁମତି ଦେବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Mustafizur Rahman | Bangladeshi Cricketer Mustafizur Rahman in Spotlight After Being Dropped from IPL 2026 | Argus News