Videos
|
Sports

ବୋହୂକୁ ପାଇ ମୋ ପୁଅ ମୋତେ ଭୂଲିଗଲା

Ritu Das
Browse all articles by Ritu Das
·2 years ago·2 min read
ବୋହୂକୁ ପାଇ ମୋ ପୁଅ ମୋତେ ଭୂଲିଗଲା

ଅର୍ଗସ ବ୍ୟୁରୋ: ରବୀନ୍ଦ୍ର ଜାଡେଜା ହେଉଛନ୍ତି ଭାରତୀୟ ଟିମର ଷ୍ଟାର ବ୍ୟାଟ୍ସମ୍ୟାନ। ଏମିତି ବହୁତ ମ୍ୟାଚ ସଙ୍କଟ ମୋଚକ ହୋଇ ଜିତାଇଛନ୍ତି। ଦଳରେ ଯେତେବେଳେ କାହାର ମ୍ୟାଜିକ ଚାଲେନି ସେତେବେଳେ ସଙ୍କଟମୋଚକ ଭାବେ ଜଡୁ କାମ କରନ୍ତି। ଭାରତୀୟ ଟିମରେ ତାଙ୍କର ଡିମାଣ୍ଡ ମଧ୍ୟ ସେମିତି। କିନ୍ତୁ ଗତ କାଲିଠୁ ଚର୍ଚ୍ଚାରେ ଅଛନ୍ତି ଭାରତୀୟ ଷ୍ଟାର କ୍ରିକେଟର ରବୀନ୍ଦ୍ର ଜାଡେଜା। ସବୁଠି ଗୋଟିଏ କଥା ସତରେ କଣ ଜାଡେଜା ତାଙ୍କ ବାପାଙ୍କୁ ପଚାରୁ ନାହାନ୍ତି। ଗୋଟିଏ କଥା ହେଉଛି ଏହା ତାଙ୍କର ପୁରା ପର୍ସନାଲ ଲାଇଫ। କିନ୍ତୁ ଏଭଳି ବିବାଦୀୟ କଥା ଆମେ ବିଲକୁଲ ବି କହୁନୁ। ତାଙ୍କ ବାପା ଅନିରୁଦ୍ଧ ସିଂ ଜାଡେଜା ପୁଅ ରବୀନ୍ଦ୍ରଙ୍କ ଉପରେ ଏହି ଅଭିଯୋଗ ଆଣିଛନ୍ତି। ଏକ ଇଣ୍ଟରଭ୍ୟୁରେ ସେ ତାଙ୍କ ବୋହୂଙ୍କ ଉପରେ ଦୋଷ ବି ଲଦିଛନ୍ତି। ଏହି ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ସେ କହିଛନ୍ତି ବୋହୂ ମୋ ପୁଅକୁ ଗୁଣି କରିଦେଇଛି। ୨୦୧୬ରେ ରବୀନ୍ଦ୍ରଙ୍କୁ ବିବାହ କରାଇବା ପରେ ଆମ ବାପା-ପୁଅଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ବର୍ତ୍ତମାନ ମୋର ମୋ ପୁଅ ସହିତ କୌଣସି ସମ୍ପର୍କ ନାହିଁ ବୋଲି ଅନିରୁଦ୍ଧ କହିଛନ୍ତି। ମୁଁ ଜାମନଗରରେ ଏକା ରହୁଛି। ଆଉ ମୋ ପୁଅ ବୋହୂ ଏବଂ ନାତୁଣି ସହ ଏଇ ସହରରେ ହିଁ ଅଲଗା ରହୁଛି।

ଅନ୍ୟପଟେ ବାପାଙ୍କର ଏଭଳି ବୟାନ ଉପରେ ପ୍ରତିକ୍ରିୟା ଦେଇଛନ୍ତି କ୍ରିକେଟର ରବୀନ୍ଦ୍ର ଜାଡେଡା। ଏସବୁ ତାଙ୍କର ତାଙ୍କ ପତ୍ନୀଙ୍କ ଛବି ଖରାପ କରିବାକୁ କରାଯାଇଛି। ଏହି ଇଣ୍ଟରଭ୍ୟୁ ପୂର୍ବରୁ ଯୋଜନାବଦ୍ଧ ଭାବେ କରାଯାଇଛି। ତେଣୁ ଏଥିରେ ବିଶ୍ବାସ ନ କରିବାକୁ ଆଜି ଏକ୍ସରେ ପୋଷ୍ଟ କରି ଫ୍ୟାନଙ୍କୁ ଅନୁରୋଧ କରିଛନ୍ତି ଜାଡେଜା। ମୁଁ ବି ଚାହିଁଲେ ଅନେକ କଥା କହିପାରିବି। କିନ୍ତୁ ମୁଁ ଚାହୁନି ଆମ ପରିବାରର ବ୍ୟକ୍ତିଗତ କଥା ଏମିତି ବାହାରକୁ ନ ଆସୁ। ତେବେ କିଏ ସତ କହୁଛି କିଏ ମିଛ କହୁଛି ଆମେ ଜମା ବି ଜାଣିନୁ। ସତରେ କଣ ରବୀନ୍ଦ୍ର ଜାଡେଜା ଏତେ ବଡ଼ ଷ୍ଟାର କ୍ରିକେଟର ହୋଇ ନିଜ ପିତାଙ୍କୁ ଅବହେଳା କରୁଛନ୍ତି।

ଅନିରୁଦ୍ଧ ଆହୁରି କହିଛନ୍ତି ୩ମାସ ବିବାହ ପରେ ହିଁ ଜାଡେଜା ପରିବର୍ତ୍ତନ ହେବା ଦେଖାଦେଇଥିଲା। ସେ ପରିବାରରେ ରହିବାକୁ ଚାହୁଁ ନ ଥିଲେ। କାଶ ମୁଁ ମଜଦୁରି କରିକି ତାକୁ କ୍ରିକେଟର ହିଁ ବନେଇ ନ ଥାନ୍ତି। ମୁଁ ମୋ ନାତୁଣୀକୁ ୫ବର୍ଷ ହେଲା ଦେଖିନି। ସତରେ କଣ ସବୁ ସମ୍ପତ୍ତି ଜାଡେଜା କେବଳ ନିଜ ସ୍ତ୍ରୀ ନାଁରେ କରିବାକୁ ଚାହାନ୍ତି। ସତରେ କଣ ସେ ତାଙ୍କ ପିତାଙ୍କୁ ଏମିତି ଅଣଦେଖା କରନ୍ତି। ଯଦି ଜଣେ ପିତା ଏଭଳି କହୁଛନ୍ତି ତେବେ ଏହା ନିହାତି ଦୁଃଖର କଥା। ଏତେ ବଡ଼ କ୍ରିକେଟର ହେବାର କୌଣସି ଫାଏଦା ନାହିଁ। ଯଦି ନିଜ ମା'ବାପାଙ୍କୁ ତୁମେ ଅଣଦେଖା କରୁଥାଅ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

My son forgot | Argus News