|
logo
Live
Argus News App
GET APP

Argus News - ନାଗପୁର ଦିନିକିଆ: ଟସ୍‌ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି

Sports

ନାଗପୁର ଦିନିକିଆ: ଟସ୍‌ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି

Ritu Das
Browse all articles by Ritu Das
·1 year ago·1 min read
ନାଗପୁର ଦିନିକିଆ: ଟସ୍‌ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି

ଇଣ୍ଡିଆ-ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ । ନାଗପୁରର ଭିସିଏ ଷ୍ଟାଡିୟମରେ ଖେଳାଯିବ ଏହି ମ୍ୟାଚ୍ । ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି ଭ୍ରମଣକାରୀ ଇଂଲିଶ ଦଳ । ତେବେ ଟିମ୍ ଇଣ୍ଡିଆ ପ୍ରଥମେ ବୋଲିଂ କରିବ । ଆଜିର ମ୍ୟାଚରେ ଷ୍ଟାର୍ ବ୍ୟାଟର ବିରାଟ୍ କୋହଲି ଚୂଡ଼ାନ୍ତ ଏକାଦଶକୁ ବାଦ୍ ପଡ଼ିଛନ୍ତି । ଆହତ କାରଣରୁ ସେ ପ୍ରଥମ ଦିନିକିଆ ଖେଳୁ ନଥିବା କୁହାଯାଉଛି । ଏପଟେ ଭାରତୀୟ ଦଳରେ ଦୁଇ ଯୁବ ତାରକା ଡେବ୍ୟୁ କରୁଛନ୍ତି ।


ଯଶସ୍ବୀ ଜୈସ୍ବାଲ ଏବଂ ହର୍ଷିତ୍ ରାଣାଙ୍କୁ ଓ୍ବାନଡେ ଇଣ୍ଟରନ୍ୟାସନାଲ୍ କ୍ୟାପ୍ ମିଳିଛି । ଟି-୨୦ ସିରିଜ ଜିତିବା ପରେ ଦିନିକିଆ ଶୃଙ୍ଖଳା କବଜା କରିବା ଲକ୍ଷ୍ୟରେ ରହିଛି ଟିମ୍ ଇଣ୍ଡିଆ । ସେପଟେ ଇଂଲଣ୍ଡ ମଧ୍ୟ ଟି-୨୦ର ବଦଲା ଦିନିକିଆରେ ନେବା ପ୍ରସ୍ତୁତ ହୋଇଛି । ତେବେ ଫେବ୍ରୁଆରୀ ୧୯ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ଆରମ୍ଭ ହେଉଥିବାରୁ ଏହି ସିରିଜ୍ ଉଭୟ ଦଳ ପାଇଁ ଏକ ଓ୍ବାର୍ମ-ଅପ୍ ବୋଲି କ୍ରିକେଟ୍ ବିଶେଷଜ୍ଞ କହିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ନାଗପୁର ଦିନିକିଆ: ଟସ୍‌ ଜିତି ଇଂଲଣ୍ଡର ବ୍ୟାଟିଂ ନିଷ୍ପତ୍ତି | Argus News