Cricket Tributes / ନାନା ପାଟେକରଙ୍କ ମୃତ୍ୟୁରେ ଟିମ୍ ଇଣ୍ଡିଆରେ ଶୋକର ଛାୟା…ଷ୍ଟାର ଖେଳାଳିମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି
·2 hours ago·2 min read

Key Points
ନାନା ପାଟେକରଙ୍କ ବିୟୋଗରେ ଭାରତୀୟ କ୍ରିକେଟରମାନେ ଶୋକ ପ୍ରକାଶ କରିଛନ୍ତି
ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ଦେହାନ୍ତ ହୋଇଛି। ସେ କ୍ରିକେଟ୍ ପ୍ରେମୀ ଥିଲେ, ନିଜେ ଅଫ୍ ସ୍ପିନ୍ ବୋଲିଂ ମଧ୍ୟ ଛୋଟବେଳେ କରୁଥିଲେ, ତେଣୁ ତାଙ୍କର ସବୁବେଳେ କ୍ରିକେଟ୍ ସହିତ ଭଲ ପାଇବା ଥିଲା। ସେ ଭାରତୀୟ କିମ୍ବଦନ୍ତୀ ବିରାଟ କୋହଲିଙ୍କ ମଧ୍ୟ ଜଣେ ବଡ଼ ପ୍ରଶଂସକ ଥିଲେ। ତାଙ୍କ ଦେହାନ୍ତ ପରେ, ଅନେକ ଖେଳାଳି ସୋସିଆଲ ମିଡିଆରେ ଶୋକ ପ୍ରକାଶ କରିବାସହ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଏହି ତାଲିକାରେ ଶିଖର ଧାୱନ ଏବଂ ଅଜିଙ୍କ୍ୟ ରାହାଣେଙ୍କ ଭଳି କ୍ରିକେଟର ସାମିଲ ଅଛନ୍ତି।
ନାନା ପାଟେକରଙ୍କ ବିୟୋଗରେ ଭାରତୀୟ କ୍ରିକେଟରମାନେ ଶୋକ ପ୍ରକାଶ କରିଛନ୍ତି
ପୂର୍ବତନ ଟିମ୍ ଇଣ୍ଡିଆ ଓପନର ଶିଖର ଧାୱନ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି, "ଭାରତୀୟ ସିନେମା ଆଜି ଏକ ବଡ଼ ପ୍ରତିଭାକୁ ହରାଇଛି। ନାନା ପାଟେକର ସାର୍, ଆପଣଙ୍କ କାମ ଆଗାମୀ ପିଢ଼ିକୁ ପ୍ରେରଣା ଯୋଗାଇବ। ଓମ୍ ଶାନ୍ତି।"
ଅଜିଙ୍କ୍ୟ ରାହାଣେ ମଧ୍ୟ ଶୋକ ପ୍ରକାଶ କରି କହିଛନ୍ତି, "ନାନା ପାଟେକର ଜୀ ପ୍ରକୃତରେ ଜଣେ ଚମତ୍କାର ଅଭିନେତା ଥିଲେ, ଯାହାଙ୍କ କାମ ପିଢ଼ିକୁ ପ୍ରେରଣା ଏବଂ ମନୋରଞ୍ଜନ ଦେଇଥିଲା। ତାଙ୍କ ବିୟୋଗ ଶୁଣି ମୁଁ ଗଭୀର ଦୁଃଖିତ। ତାଙ୍କ ଆତ୍ମାକୁ ଶାନ୍ତି ମିଳୁ।"
ସେପଟେ ବିସିସିଆଇ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା ମଧ୍ୟ ଶୋକ ପ୍ରକାଶ କରିଛନ୍ତି। “ନାନାଙ୍କ ଆତ୍ମାକୁ ଶାନ୍ତି ମିଳୁ।“

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ସୂଚନା ଥାଉକି, ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ୭୫ ବର୍ଷ ବୟସରେ ସେ ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ଯାହା ବଲିଉଡ ଏବଂ ମରାଠୀ ସିନେମା ଜଗତକୁ ମର୍ମାହତ କରିଛି। ପ୍ରଖ୍ୟାତ ଅଭିନେତା ନାନା ପାଟେକର ଭୋର୍ ପ୍ରାୟ ୩ଟା ୩୦ ସମୟରେ ତାଙ୍କୁ ଡୋନା ପାଉଲାସ୍ଥିତ ମଣିପାଲ ହସ୍ପିଟାଲକୁ ଅଣାଯାଇଥିଲା। ଡାକ୍ତରମାନେ କହିଛନ୍ତି ଯେ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ତାଙ୍କ ବିୟୋଗ ଖବର ବଲିଉଡ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳାଇ ଦେଇଛି।
ଗୋଆର ଡୋନା ପାଉଲା ସ୍ଥିତ ଘରେ ତାଙ୍କୁ ଅଚେତ ଅବସ୍ଥାରେ ପାଇ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ହୃଦଘାତ (କାର୍ଡିଆକ୍ ଆରେଷ୍ଟ) ଯୋଗୁଁ ଆଜି ସକାଳ ପ୍ରାୟ ୫:୨୦ ମିନିଟ୍ ସମୟରେ ତାଙ୍କର ପରଲୋକ ହୋଇଛି। ଡାକ୍ତରଖାନାରେ ଡାକ୍ତରମାନେ ପ୍ରାୟ ୪୫ ମିନିଟ୍ ଧରି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ରେସପନ୍ସ ମିଳିନଥିଲା।
ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁ ଖବର ଶୁଣି ସମଗ୍ର ଚଳଚ୍ଚିତ୍ର ଜଗତ ଓ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ୧୯୭୮ ମସିହାରେ 'ଗମନ୍' ଚଳଚ୍ଚିତ୍ର ଜରିଆରେ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିବା ନାନା ପାଟେକର ଥିଲେ ଜଣେ ଅନନ୍ୟ ପ୍ରତିଭାସମ୍ପନ୍ନ ଅଭିନେତା। 'ପରିନ୍ଦା', 'ପ୍ରହାର', 'କ୍ରାନ୍ତିବୀର', 'ଖାମୋସୀ' ଏବଂ 'ଅବ୍ ତକ୍ ଛପନ୍' ଭଳି ଅନେକ ସୁପରହିଟ୍ ଫିଲ୍ମ ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ।

Related Topics
Explore more stories