|
logo
Live
Argus News App
GET APP

Argus News - ପୁଣି ଥରେ ଏକାଠି ହେବେ ହାର୍ଦ୍ଦିକ-ନତାଶା ! ଯୋଡିହେଉଛି କି ପୁରୁଣା ସଂପର୍କ?

Sports

Natasa And Hardik / ପୁଣି ଥରେ ଏକାଠି ହେବେ ହାର୍ଦ୍ଦିକ-ନତାଶା ! ଯୋଡିହେଉଛି କି ପୁରୁଣା ସଂପର୍କ?

Banajyotshna Ray
Browse all articles by Banajyotshna Ray
·1 hour ago·3 min read
ପୁଣି ଥରେ ଏକାଠି ହେବେ ହାର୍ଦ୍ଦିକ-ନତାଶା ! ଯୋଡିହେଉଛି କି ପୁରୁଣା ସଂପର୍କ?
Natasa Stankovic

Key Points

ପୁଣି ଏକାଠି ହେଲେ ହାର୍ଦ୍ଦିକ-ନତାଶା
ଦୁଇ ପରିବାର ଏକାଠି ସମସ୍ତେ ଖୁସି
ଆଗକୁ ବଡ଼ ଖୁସି ଖବର
ପୂର୍ବତନ ସ୍ୱାମୀଙ୍କ ଘରେ ପହଞ୍ଚିଲେ ନତାଶା । ତାଙ୍କ ଫ୍ୟାମିଲି ସହ ବିତାଇଛନ୍ତି ଅନେକ ଭଲ ମୁହୂର୍ତ୍ତ। ଯାହାର ଫଟୋ ଏବଂ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭିଣାଲ ହେବାରେ ଲାଗିଛି। ନତାଶା-ହାର୍ଦ୍ଦିକ ପାଣ୍ଡ୍ୟା ଷ୍ଟୋରୀ କାହାକୁ ବା ଅଛପା । ପ୍ରଥମେ ପ୍ରେମ, ପରେ ଲିଭ୍ ଇନ୍ । ତା ପରେ ପୁଣି ପିଲା ହେବା ପରେ ବିବାହ । କିଛିଦିନ ବିବାହ ପରେ ଛାଡପତ୍ର । ବେଶ୍ ଚର୍ଚ୍ଚିତ ସେଲିବ୍ରିଟି ଏମାନେ । କିନ୍ତୁ ବର୍ତ୍ତମାନ ନତାଶାଙ୍କୁ ହାର୍ଦ୍ଦିକଙ୍କ ଫ୍ୟାମିଲି ସହ ଦେଖିବା ପରେ ସେମାନଙ୍କ ଫ୍ୟାନ୍ସମାନେ ବି ଭିନ୍ନ ଭିନ୍ନ ମତ ଦେଉଛନ୍ତି। କେହି କେହି କହୁଛନ୍ତି କି ବୋଧେ ପୁଣି ଥରେ ଏକାଠି ହେବେ ନତାଶା ଏବଂ ହାର୍ଦ୍ଦିକ ।

ଏହା ସତ କି ମିଛ ଜଣାନଥିବାବେଳେ ଜାଣନ୍ତୁ କାହିଁକି ହାର୍ଦ୍ଦିକଙ୍କ ଘରକୁ ଯାଇଥିଲେ ନତାଶା। ଅନେକ ସମୟରେ ଏକ୍ସଟ୍ରା ମାରିଟାଲ ଆଫେୟାରକୁ ନେଇ ବି ଗସିପ୍ । ହାର୍ଦ୍ଦିକ ଏବେ ନିଜର ନୂତନ ପ୍ରେମିକାଙ୍କ ସହ ଡେଟିଂର ମସ୍ଗୁଲ୍ । ଯୁଆଡେ ଗଲେ ବି ପ୍ରେମିକା ମାହିରାଙ୍କୁ ଦଣ୍ଡେ ଛାଡୁନାହାଁନ୍ତି ଭାରତୀୟ କ୍ରିକେଟର । ସେମାନଙ୍କ ବିଚ୍ଛେଦ ପରେ, ହାର୍ଦ୍ଦିକ ତାଙ୍କ ପୁଅ ଅଗସ୍ତ୍ୟଙ୍କୁ ଏକ ବିଳାସପୂର୍ଣ୍ଣ କାର ଲ୍ୟାଣ୍ଡ ରୋଭର ଡିଫେଣ୍ଡର ଉପହାର ଦେଇଥିଲେ ।ଯାହାର ମୂଲ୍ୟ ପ୍ରାୟ ₹୪ କୋଟି ବୋଲି ଜଣାପଡ଼ିଛି । ନତାଶା ମଧ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ହସୁଥିବାର ନଜର ଆସିଥିଲେ ।ସେମାନଙ୍କ ଛାଡପତ୍ର ପରେ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ନିଜ ନିଜ ଜୀବନରେ ଆଗକୁ ବଢ଼ିଛନ୍ତି । କ୍ରିକେଟର ବର୍ତ୍ତମାନ ଡେଟିଂ କରୁଛନ୍ତି । ମଡେଲ ମାହିକା ଶର୍ମା, ଯାହାଙ୍କ ଜନ୍ମଦିନ ସେ ନିକଟରେ ବହୁତ ଧୁମ୍ ଧାମ୍ ରେ ପାଳନ କରିଛନ୍ତି ହାର୍ଦ୍ଦିକ ।

ସୂଚନା ଥାଉକି, ହାର୍ଦ୍ଦିକ ଓ ନତାଶା ୨୦୨୦ରେ ବିବାହ କରିଥିଲେ । ପରେ ସେମାନେ ୨୦୨୩ରେ ଏକ ବିରାଟ ସମାରୋହରେ ପୁନଃବିବାହ କରିଥିଲେ । କିନ୍ତୁ ଠିକ୍ ଏହାର ବର୍ଷକ ପରେ ସେମାନେ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ଛାଡପତ୍ର ପାଇଁ ଆବେଦନ କରିଥିଲେ। କହିବାକୁ ଗଲେ ନତାଶା ରବିବାର ବରୋଦାରେ ଥିବା ହାର୍ଦ୍ଦିକଙ୍କ ପରିବାର ସହ ସମୟ ବିତାଇଥିଲେ । ଏହାପରେ ସେ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ଫଟୋ ବି ସେୟାର କରିଥିଲେ । କ୍ୟାପସନରେ ଲେଖାଥିଲା, "ବରୋଦା କେମ୍ ଛୋ?ଫଟୋରେ ହାର୍ଦ୍ଦିକଙ୍କ ମାଆ, ଜେଜେମା, ଭଉଣୀ ଓ ଭାଇଙ୍କ ଉପସ୍ଥିତ ଅଛନ୍ତି । ଫଟୋରେ ବି ନତାଶା ବହୁତ ଖୁସି ଓ ରିଲାକ୍ସ ଥିବା ପର ମନେ ହେଉଛି । ଏମିତିକି ସେ ହାର୍ଦ୍ଦିକଙ୍କ ଭାଇ କୃଣାଲ ପାଣ୍ଡ୍ୟାଙ୍କ ସହିତ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି।

ଏଥିସହ ପଢ଼ନ୍ତୁ: ପଡ଼ିଆରେ କାନ୍ଦିଲେ ମାଲିକ: ଭିଡିଓ ହେଉଛି ଭାଇରାଲ, ଏମିତି କହିଲେ ଖେଳ ପ୍ରେମୀ...

ଫଟୋଗୁଡ଼ିକ ସ୍ପଷ୍ଟ ଭାବରେ ଦର୍ଶାଉଛି ଯେ ନତାଶା ତାଙ୍କ ପୂର୍ବତନ ସ୍ୱାମୀଙ୍କ ପରିବାର ସହିତ ଛାଡପତ୍ର ପରେ ମଧ୍ୟ ଭଲ ସମ୍ପର୍କ ବଜାୟ ରଖିଛନ୍ତି । ଏହି ଫଟୋଗୁଡ଼ିକ ସୋସିଆଲ ମିଡିଆରେ ଭାଇରାଲ ହେବା ମାତ୍ରେ ପ୍ରଶଂସକଙ୍କ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଯାଇଛି । କିଛି ଲୋକ ଆହୁରି ବି କହିଛନ୍ତି କି, ବ୍ରେକଅପ୍ ପରେ ମଧ୍ୟ ନତାଶାଙ୍କ ପରିବାର ସହିତ ସମ୍ପର୍କ ବଜାୟ ରଖିବା ବହୁତ ଭଲ । ଏଥିପାଇଁ ସେ ପ୍ରଶଂସାର ପାତ୍ର । ତେବେ ଏହାରି ଭିତରେ ନତାଶା କିନ୍ତୁ ଭୁଲିପାରୁନାହାଁନ୍ତି ନିଜର ପୁରୁଣା ସଂସାର । ଏମିତିକି ଶାଶୂଘରକୁ ପାଶୋରୀ ନାହାଁନ୍ତି ନତାଶା । କାରଣ ନତାଶାଙ୍କ ଇନଷ୍ଟା ପୋଷ୍ଟ ଦେଖିଲେ ଯେ କେହି ବି କହିବ ଗୁଡ଼ାଏ କଥା । ନିକଟରେ ନତାଶା ସୋସିଆଲ ମିଡିଆ ପୋଷ୍ଟ କରିଛନ୍ତି । ଯାହା ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଛି । ଯାହାକୁ ନେଇ ଅନେକ ଆକଳନ କରାଯାଉଛି । କେହି କେହି କହୁଛନ୍ତି ପୁଣି ଯୋଡି ହେବ ପୁରୁଣା ସଂପର୍କ ।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Natasa And Hardik: ପୁଣି ଥରେ ଏକାଠି ହେବେ ହାର୍ଦ୍ଦିକ-ନତାଶା ! ଯୋଡିହେଉଛି କି ପୁରୁଣା ସଂପର୍କ? | Argus News