ଜାତୀୟ ଓପନ୍ ଦୌଡ଼କୁଦ:ଦ୍ବିତୀୟ ସ୍ବର୍ଣ୍ଣ ଭେଟିଦେଲେ ରିଲେ ଦଳ

ଅର୍ଗସ ବ୍ୟୁରୋ:ଜାତୀୟ ଓପନ୍ ଦୌଡ଼କୁଦରେ ଓଡ଼ିଶାକୁ ଦ୍ବିତୀୟ ସ୍ବର୍ଣ୍ଣ ଭେଟି ଦେଇଛନ୍ତି ପୁରୁଷ ରିଲେ ଦଳ। ବେଙ୍ଗାଲରୁର କାନ୍ତିରବା ଷ୍ଟାଡିୟମ୍ରେ ଏହି ପ୍ରତିଯୋଗିତା ଚାଲିଛି। ଅମିୟ ମଲ୍ଲିକ, ଅନିମେଶ କୁଜୁର, ଅଭିନାଶ ସାହୁ, ଲାଲୁ ପ୍ରସାଦ ଭୋଇଙ୍କୁ ନେଇ ଗଠିତ ଓଡ଼ିଶା ୪ ଗୁଣା ୧୦୦ ମିଟର୍ ରିଲେ ଦଳ ୩୯.୬୫ ସେକେଣ୍ଡ୍ ସମୟ ନେଇ ସ୍ବର୍ଣ୍ଣ ପଦକ ହାତେଇଥିବାବେଳେ ରେଳବାଇ ସ୍ପୋର୍ଟସ ପ୍ରମୋସନ୍ ବୋର୍ଡ ଓ ସର୍ଭିସେସ୍ ସ୍ପୋର୍ଟସ କଣ୍ଟ୍ରୋଲ୍ ବୋର୍ଡ ରୌପ୍ୟ ଓ କାଂସ୍ୟ ପଦକ ଜିତିଛନ୍ତି। ଲାଲୁ ପ୍ରସାଦ ଭୋଇ ବ୍ୟକ୍ତିଗତ ଭାବେ ଦୁଇ ଦିନରେ ୨ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ପୁରୁଷ ୧୦୦ ମିଟରରେ ବ୍ୟକ୍ତିଗତ ଶ୍ରେଷ୍ଠ ଟାଇମିଂ ୧୦.୩୪ ସେକେଣ୍ଡ ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। ସେହିଭଳି ପ୍ରଜ୍ଞା ପ୍ରଶାନ୍ତି ସାହୁ ମହିଳା ୧୦୦ ମିଟର ବାଧାଦୌଡ଼ ରୌପ୍ୟ ପଦକ ମଧ୍ୟ ହାସଲ କରିଥିଲେ। ଓଡ଼ିଶା ୪ ଗୁଣା ୧୦୦ ମିଟର୍ ମହିଳା ରିଲେ ଦଳ ମଧ୍ୟ କାଂସ୍ୟ ପଦକ ଜିତିଛନ୍ତି