Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ପ୍ୟାରିସ ପାରା ଅଲମ୍ପିକ୍ସରେ କମାଲ୍ କଲେ ନଭଦୀପ

Sangram Tripathy
Browse all articles by Sangram Tripathy
·1 year ago·1 min read
ପ୍ୟାରିସ ପାରା ଅଲମ୍ପିକ୍ସରେ କମାଲ୍ କଲେ ନଭଦୀପ


ଅର୍ଗସ ବ୍ୟୁରୋ:ହୃଦୟ ଜିତିଲେ ରେକର୍ଡ କଲେ ପାଲଟିଗଲେ ସଭିଙ୍କ ସୁନା ପୁଅ। ପ୍ୟାରିସ ଚାଲିଥିବା ୨୦୨୪ ପାରା ଅଲମ୍ପିକ୍ସରେ କ୍ରୀଡ଼ା ମେନ୍ସ ଜାଭେଲିନ ଥ୍ରୋ ଏଫ୪୧ ବର୍ଗ ଫାଇନାଲରେ କମାଲ କରିଛନ୍ତି ୨୩ ବର୍ଷୀୟ ଆଥଲେଟ୍ ନଭଦୀପ ସିଂ। ଦେଶକୁ ଭେଟିଦେଇଛନ୍ତି  ସ୍ବର୍ଣ୍ଣ ପଦକ। ପୁରୁଷ ଜାଭେଲିନ ଥ୍ରୋ ଏଫ୍ ୪୧ ବିଭାଗରେ ନଭଦୀପ ସିଂ ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ସହ ପ୍ରଥମେ ରୌପ୍ୟ ମେଡାଲ ହାତେଇଥିଲେ,ଇରାନର ବିଟ୍ ସାୟାସାଜେଦ ୪୭.୬୪ ମିଟର ସହ ସ୍ବର୍ଣ୍ଣ ପଦକ ଜିତିନେଇଥିଲେ,କିନ୍ତୁ ସେ ଆଯୋଗ୍ୟ ଘୋଷିତ ହେବା ପରେ ନଭଦୀପଙ୍କୁ ପ୍ରଦାନ କରାଯାଇଛି ସ୍ବର୍ଣ୍ଣ ପଦକ ।  

ନବଦୀପ ୪୭.୩୨ ମିଟରର ପର୍ସନାଲ ବେଷ୍ଟ ଥ୍ରୋ କରିଛନ୍ତି ଯାହା ତାଙ୍କ କ୍ୟାରିୟରର ଶ୍ରେଷ୍ଠ ଥ୍ରୋ ବୋଲି କୁହାଯାଉଛି। ଏହି ଥ୍ରୋ ସହ ସେ ପାରା-ଅଲମ୍ପିକ୍ସରେ ରେକର୍ଡ ମଧ୍ୟ କରିଛନ୍ତି ସବୁଠୁ ଛୁଟିଛି ତାଙ୍କୁ ଶୁଭେଛାର ସୁଅ । ଅନ୍ୟପଟେ ଦେଖିବାକୁ ଗଲେ ଟୋକିଓ ପାରଅଲମ୍ପିକ୍ସ ପଦକ ରେକର୍ଡ ଭାଙ୍ଗିଛନ୍ତି ଭାରତୀୟ କ୍ରୀଡ଼ାବିତ୍ କରିଛନ୍ତି ଜବରଦସ୍ତ ପ୍ରଦର୍ଶନ,ପ୍ୟାରିସ ପାରା ଅଲମ୍ପିକ୍ସ ୨୦୨୪ରେ ହେଉଛି ପଦକ ବର୍ଷା। ଟୋକିଓରେ ଭାରତ ୫ ସ୍ବର୍ଣ୍ଣ ପଦ ଜିତିଥିବାବେଳେ ମୋଟ ୧୯ ପଦକ ହାତେଇଥିଲା କିନ୍ତୁ ପ୍ୟାରିସ ପାରା ଅଲମ୍ପିକ୍ସରେ ଭାରତକୁ ଏଯାଏ ୨୯ ପଦକ ମିଳିଥିବାବେଳେ ୭ ସ୍ବର୍ଣ୍ଣ ଜିତିଲାଣିଭାରତ,ଆଗକୁ ଆହୁରୀ ପଦକ ସଂଖ୍ୟା ବଢିବ। ପ୍ୟାରିସରେ ଚୀନ୍ ପଦକ ଜିତିବା ତାଲିକାରେ ପ୍ରଥମରେ ରହିଥିବାବେଳେ ଗ୍ରେଟ୍ ବ୍ରିଟେନ୍ ଦ୍ବିତୀୟ,ଆମେରିକା ତୃତୀୟ ସ୍ଥାନରେ ରହିଛି 


 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Navdeep won gold in Paris Para Olympics | Argus News