Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଜାଭେଲିନ ଥ୍ରୋରେ ଇତିହାସ ରଚିଲେ ନୀରଜ ଚୋପ୍ରା

Ritu Das
Browse all articles by Ritu Das
·1 year ago·1 min read
ଜାଭେଲିନ ଥ୍ରୋରେ ଇତିହାସ ରଚିଲେ ନୀରଜ ଚୋପ୍ରା

Key Points

ଜାଭେଲିନ ଥ୍ରୋରେ ଇତିହାସ ରଚିଲେ ନୀରଜ ଚୋପ୍ରା। ଦୋହା ଡାଇମଣ୍ଡ ଲିଗରେ ନୀରଜ ଚୋପ୍ରା ରେକର୍ଡ ସୃଷ୍ଟି କରିଛନ୍ତି ।

ଜାଭେଲିନ ଥ୍ରୋରେ ଇତିହାସ ରଚିଲେ ନୀରଜ ଚୋପ୍ରା। ଦୋହା ଡାଇମଣ୍ଡ ଲିଗରେ ନୀରଜ ଚୋପ୍ରା ରେକର୍ଡ ସୃଷ୍ଟି କରିଛନ୍ତି । ନୀରଜ ଚୋପ୍ରା ଦୋହା ଡାଇମଣ୍ଡ ଲିଗ୍ ୨୦୨୫ ପୁରୁଷ ଜାଭେଲିନ ପ୍ରତି୍‌ଯୋଗିତାରେ ୯୦ ମିଟର ଭାଲା ଫିଙ୍ଗି ଇତିହାସ ରଚିଛନ୍ତି । ନୀରଜ ନିଜର ଜାଭେଲିନ କ୍ୟାରିୟରରେ ପ୍ରଥମ ଥର ୯୦ ମିଟର ଭାଲା ଫିଙ୍ଗିବାରେ ସଫଳ ହୋଇଛନ୍ତି। ସେ ତୃତୀୟ ପ୍ରୟାସରେ ୯୦.୨୩ ମିଟର ଫିଙ୍ଗି ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ତଥାପି ସ୍ଵର୍ଣ୍ଣ ପଦକରୁ ବଞ୍ଚିତ ହୋଇଛନ୍ତି ଏହି ତାରକା ଖେଳାଳି।


ର୍ମାନୀର ଜୁଲିୟନ ଓ୍ଵେବର ୯୧.୦୬ ମିଟର ଜାଭେଲିନ ଫିଙ୍ଗି ପ୍ରଥମ ସ୍ଥାନରେ ରହିଛନ୍ତି। ନୀରଜ ଚୋପ୍ରା ପ୍ରଥମ ପ୍ରୟାସରେ ଚମତ୍କାର ପ୍ରଦର୍ଶନ କରି ୮୮.୪୪ ମିଟର ଭାଲା ଭିଙ୍ଗିଛନ୍ତି। ତାଙ୍କର ଦ୍ଵିତୀୟ ପ୍ରୟାସ ବିଫଳ ରହିଥିଲା। କିନ୍ତୁ ତୃତୀୟ ପ୍ରୟାସରେ ସେ ନିଜ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରି ୯୦.୨୩ ମିଟର ଜାଭେଲିନ ଫିଙ୍ଗିବାରେ ସଫଳ ହୋଇଛନ୍ତି। ଏହି ସଫଳତା ହାସଲ କରିବାରେ ନୀରଜ ଚୋପ୍ରା ୨୫ତମ ଖେଳାଳି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
neeraj-chopra-creates-history-in-javelin-throw | Argus News