Videos
|
Sports

ଆଜି ଫାଇନାଲ ଖେଳିବେ ଦେଶର ଗୋଲ୍ଡେନ୍‌ ବୟ ନୀରଜ ଚୋପ୍ରା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଆଜି ଫାଇନାଲ ଖେଳିବେ ଦେଶର ଗୋଲ୍ଡେନ୍‌ ବୟ ନୀରଜ ଚୋପ୍ରା

ଅର୍ଗସ ବ୍ୟୁରୋ:  ପ୍ୟାରିସ୍‌ ଅଲିମ୍ପିକ୍ସ ଗୋଲ୍ଡ ମେଡାଲଠୁ ଆଉ ମାତ୍ର ଗୋଟିଏ ପାଦ ଦୂରରେ ନୀରଜ ଚୋପ୍ରା ।  ଆଜି ଫାଇନାଲ ଖେଳିବେ ଦେଶର ଗୋଲ୍ଡେନ୍‌ ବୟ ନୀରଜ ଚୋପ୍ରା । କ୍ଵାଲିଫିଏ ମୁକାବିଲାରେ ପ୍ରଥମ ପ୍ରୟାସରେ ୮୯.୩୪ ମିଟର ଜାଭେଲିନ୍ ଫିଙ୍ଗି ସିଧା ଫାଇନାଲକୁ ଯାଇଛନ୍ତି ନୀରଜ । ତାଙ୍କ ପଛକୁ ଗ୍ରେନାଡାର ଏ. ପିଟର୍ସ ୮୮.୬୩ ମିଟର ଜାଭେଲିନ୍ ଫିଙ୍ଗିଥିଲେ । ସେହିପରୀ ନୀରଜ ଚୋପ୍ରାଙ୍କ ଦୃଢ ପ୍ରତିଯୋଗୀ ତଥା ପାକିସ୍ତାନୀ ଜାଭେଲିନ୍ ଥ୍ରୋୟର ଅର୍ଶଦ ନଦୀନ କ୍ବାଲିଫାଏ ମୁକାବିଲାରେ ୩ୟ ସ୍ଥାନରେ ରହିଛନ୍ତି ।

ପୂର୍ବରୁ 2020 ଟୋକିଓ ଅଲିମ୍ପିକ୍ସରେ ନୀରଜ ୮୭ .୫୮ ମିଟର ଜାଭେଲିନ୍ ଥ୍ରୋ’ କରି ସ୍ଵର୍ଣ୍ଣ ପଦକ ଜିତିଥିଲେ ନୀରଜ। ପୁଣି ଏକ ସ୍ଵର୍ଣ୍ଣ ପଦକ ଜିତିବେ ବୋଲି ଆଶାବାଦୀ ଅଛନ୍ତି ଭାରତୀୟ  । ସେପଟେ ଭାରତୀୟ ହକି ଗଳ ମଧ୍ୟ କାଂସ୍ୟ ପଦକ ପାଇଁ ସ୍ପେନ୍ ସହ ଲଢ଼ିବ । ଏହି ମ୍ୟାଚ୍‌ରେ ଅମିତ ହୋରିଦାସ ପଡ଼ିଆକୁ ଫେରୁଛନ୍ତି । ଯାହା ଭାରତୀୟ ଦଳ ପାଇଁ ଶୁଭଖବର ହୋଇଛି ।

ଅଧିକ ପଢ଼ନ୍ତୁ ଖେଳ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Neeraj Chopra, the golden boy of the country, will play the final today | Argus News