Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ନୀରଜ ଚୋପ୍ରା ଧମାକେଦାର ଅନ୍ଦାଜରେ ଜିତିଲେ ଗୋଲ୍ଡ ମେଡାଲ

Ritu Das
Browse all articles by Ritu Das
·1 year ago·1 min read
ନୀରଜ ଚୋପ୍ରା ଧମାକେଦାର ଅନ୍ଦାଜରେ ଜିତିଲେ ଗୋଲ୍ଡ ମେଡାଲ

ନୀରଜ ଚୋପ୍ରା ଭାରତର ଏକ ଦ୍ରୁତ ଖେଳାଳି। ଦୁଇ ଥର ଅଲମ୍ପିକ ପଦକ ବିଜେତା ନୀରଜ ଚୋପ୍ରା ଦକ୍ଷିଣ ଆଫ୍ରିକାର ପୋଟଚେଫଷ୍ଟ୍ରୁମରେ ପୋଟ୍ସ ମିଟରେ ଶାନଦାର ବିଜୟ ହାସଲ କରିଛନ୍ତି। ଭାରତର ଏହି ଜାଭେଲିନ ଥ୍ରୋର୍ ଏପ୍ରିଲ ୧୬ରେ ୱାର୍ଲଡ ଆଥଲେଟିକ୍ସ କଣ୍ଟିନେଣ୍ଟଲ ଟୁର ଚାଲେଞ୍ଜର ପ୍ରତିଯୋଗୀତାରେ ୮୪.୫୨ମିଟରର ଦୂରତା ପର୍ଯ୍ୟନ୍ତ ବର୍ଚ୍ଛା ଫିଙ୍ଗି ଟପ ରାଙ୍କ ହାସଲ କରିଛନ୍ତି। ଦ୍ୱିତୀୟ ସ୍ଥାନରେ ଦକ୍ଷିଣ ଆଫ୍ରିକାର ୨୫ ବର୍ଷୀୟ ଡାଉ ସ୍ମିଥ ରହିଛନ୍ତି, ଯାହାଙ୍କର ସର୍ବଶ୍ରେଷ୍ଠ ଥ୍ରୋ ୮୨.୪୪ ମିଟର ଥିଲା। ନୀରଜ ଚୋପ୍ରାଙ୍କ ପ୍ରଦର୍ଶନ ତାଙ୍କ ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ୮୯.୯୪ ମିଟରରୁ କମ ଥିଲା। ହେଲେ ସ୍ମିଥ ନିଜର ବ୍ୟକ୍ତିଗତ ସର୍ବଶ୍ରେଷ୍ଠ ୮୩.୨୯ ମିଟର ପାଖାପାଖି ପହଞ୍ଚିଯାଇଥିଲେ।


ଦକ୍ଷିଣ ଆଫ୍ରିକାର ଆଉ ଏକ ଖେଳାଳି ଡଙ୍କନ ରବର୍ଟସନ ୭୧.୨୨ ମିଟରର ପ୍ରୟାସ ସହ ତୃତୀୟ ସ୍ଥାନରେ ରହିଛନ୍ତି। ନୀରଜ ଏହି କାରନାମା ମ୍ୟାକଆର୍ଥର ଷ୍ଟାଡିୟମରେ କରିଛନ୍ତି। ଏହା ସେହି ଷ୍ଟାଡିୟମ, ଯେଉଁଠାରେ ସେ ପାଞ୍ଚ ବର୍ଷ ପୂର୍ବରୁ ଟୋକିଓ ୨୦୨୦ ଅଲମ୍ପିକ ପାଇଁ କ୍ୱାଲିଫାଇ କରିଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
neeraj-chopra-wins-gold-medal-for-india | Argus News