Videos
|
Sports

ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ସ୍ବର୍ଣ୍ଣ ଜିତିଲେ ନୀରଜ ଚୋପ୍ରା

Ritu Das
Browse all articles by Ritu Das
·2 years ago
ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ସ୍ବର୍ଣ୍ଣ ଜିତିଲେ ନୀରଜ ଚୋପ୍ରା

ଅର୍ଗସ ବ୍ୟୁରୋ: ଭୁବନେଶ୍ୱରରେ ଅଲିମ୍ପିଆନ ନୀରଜ ଚୋପ୍ରା । ଆଜି କଳିଙ୍ଗ ଷ୍ଟାଡିୟମରେ ଥିଲା ନୀରଜଙ୍କ ଇଭେଣ୍ଟ । ଆଉ ଏହି ଇଭେଣ୍ଟରେ ସ୍ବର୍ଣ୍ଣ ଜିତିଛନ୍ତି ନୀରଜ ଚୋପ୍ରା। ଜାତୀୟ ଆଥଲେଟିକ୍ସ ଫେଡେରେସନର ପ୍ରତିଯୋଗିତାରେ ଭାଗ ନେଇଥିଲେ ଭାରତର ସୁନା ପୁଅ ନୀରଜ ଚୋପ୍ରା । ସେ ଓଡ଼ିଆ ଆଥଲେଟ୍ ତଥା ଏସିଆନ ଗେମ୍ସ ରୌପ୍ୟ ପଦକ ବିଜେତା କିଶୋର ଜେନାଙ୍କ ସହ ସାମ୍ନାସାମ୍ନି ହୋଇଥିଲେ।

ଆଜି ଜାତୀୟ ଫେଡେରେସନ ସିନିଅର ଆଥଲେଟିକ୍ସ ଚାମ୍ପିଅନସିପର ଶେଷ ଦିନ ଥିଲା। ୨୦୨୦ ଟୋକିଓ ଅଲିମ୍ପିକ୍ସରେ ଜାଭେଲିନ୍ ଥ୍ରୋରେ ଭାରତ ପାଇଁ ସ୍ୱର୍ଣ୍ଣପଦକ ଜିତି ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଥିଲେ ନୀରଜ । ନିକଟରେ ଦୋହାରେ ଶେଷ ହୋଇଥିବା ଡାଇମଣ୍ଡ ଲିଗରେ ନୀରଜ ରୌପ୍ୟ ଜିତିଥିବା ବେଳେ, କିଶୋରଙ୍କୁ ନବମ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Neeraj Chopra won | Argus News