Videos
|
Sports

ପୁଣି ଦେଶ ପାଇଁ ଗୌରବ ଆଣିଲେ ଗୋଲ୍ଡେନ୍‌ ବୟ ନୀରଜ ଚୋପ୍ରା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ପୁଣି ଦେଶ ପାଇଁ ଗୌରବ ଆଣିଲେ ଗୋଲ୍ଡେନ୍‌ ବୟ ନୀରଜ ଚୋପ୍ରା

Key Points

ପୁଣି ଦେଶ ପାଇଁ ଗୌରବ ଆଣିଲେ ଗୋଲ୍ଡେନ୍‌ ବୟ ନୀରଜ ଚୋପ୍ରା

ଓଷ୍ଟ୍ରାଭା ଗୋଲ୍ଡେନ ସ୍ପାଇକରେ ଜିତିଲେ ସ୍ୱର୍ଣ୍ଣ ପଦକ

ପୁଣି ଦେଶ ପାଇଁ ଗୌରବ ଆଣିଲେ ଗୋଲ୍ଡେନ୍‌ ବୟ ନୀରଜ ଚୋପ୍ରା । ଚେକ୍ ଗଣରାଜ୍ୟରେ ଅନୁଷ୍ଠିତ ହୋଇଥିବା ଓଷ୍ଟ୍ରାଭା ଗୋଲ୍ଡେନ ସ୍ପାଇକରେ ଜିତିଲେ ସ୍ୱର୍ଣ୍ଣ ପଦକ । ନୀରଜ ତୃତୀୟ ରାଉଣ୍ଡରେ 85 ଦଶମିକ 29 ମିଟର ଫିଙ୍ଗିଥିଲେ ଜାଭେଲିଂ । ଯାହାକୁ ଅନ୍ୟ କୌଣସି ଖେଳାଳି ଅତିକ୍ରମ କରିପାରି ନଥିଲେ । ଦକ୍ଷିଣ ଆଫ୍ରିକାର ଡୋଉ ସ୍ମିଥ୍‌ ଦ୍ୱିତୀୟ ରାଉଣ୍ଡରେ 84 ଦଶମିକ 12 ମିଟର ଫିଙ୍ଗିଥିଲେ । ଯାହା ଛଅ ରାଉଣ୍ଡରେ ତାଙ୍କର ସର୍ବାଧିକ ଥିଲା । ସେ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ । ଅନ୍ୟପକ୍ଷରେ, ଗ୍ରେନାଡାର ଆଣ୍ଡରସନ୍ ପିଟର ତାଙ୍କ ପ୍ରଥମ ପ୍ରୟାସରେ 83 ଦଶମିକ 63 ମିଟର ଫିଙ୍ଗିଥିଲେ ଏବଂ ଏହା ଛଅ ରାଉଣ୍ଡରେ ତାଙ୍କର ସର୍ବୋତ୍ତମ ପ୍ରଦର୍ଶନ ଥିଲା । ସେ ତୃତୀୟ ସ୍ଥାନ ଅଧିକାର କରିଥିଲେ । 


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
neeraj-chopra-won-his-second-event-in-five-days-as-he-finished-top-at-the-golden-spike-meet-in-ostrava-czechia-for-his-24th-straight-top-two-finish | Argus News