Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଟି-୨୦ରେ ଆଜିଠୁ ନୂଆ ଅଧିନାୟକ ଯୁଗ

Sangram Tripathy
Browse all articles by Sangram Tripathy
·1 year ago·1 min read
ଟି-୨୦ରେ ଆଜିଠୁ ନୂଆ ଅଧିନାୟକ ଯୁଗ


ଅର୍ଗସ ବ୍ୟୁରୋ: ଟି-୨୦ରେ କମାଲ କରିବେ ଗମ୍ଭୀର-ସୂର୍ଯ୍ୟଙ୍କ ଯୋଡି। ଭାରତ ଓ ଶ୍ରୀଲଙ୍କା ପଲ୍ଲେକେଲରେ ହେବେ ମୁହାଁମୁହିଁ। ୩ଟି ଟି-୨୦ ମ୍ୟାଚ୍ ଖେଳିବେ ଦୁଇ ଦଳ। ଭାରତର ଟି-୨୦ ଅଧିନାୟକ ଭାବେ ସୂର୍ଯ୍ୟ କୁମାର ଏବଂ ହେଡ୍ କୋଚ ଭାବେ ନଜର ଆସିବେ ଗମ୍ଭୀର। ୨୦୨୭ ଦିନିକିଆ ବିଶ୍ବକପ୍ ଯାଏ ରହିଛି ଗମ୍ଭୀରଙ୍କ କାର୍ଯ୍ୟକାଳ,ଭାରତ ତାଙ୍କଠୁ ଅନେକ କିଛି ଆଶା ରଖିଛି, ଟି-୨୦ ବିଶ୍ବକପ୍ ଏବଂ ଦିନିକିଆ ବିଶ୍ବକପ୍ ,ବିଶ୍ବ ଟେଷ୍ଟ ଚମ୍ପିୟାନସିପ ଏବଂ  ଚମ୍ପିୟାନ ଟ୍ରଫି ଖେଳିବ ଭାରତ।

ଗମ୍ଭୀରଙ୍କ ପାଇଁ ଆଗାମୀ ୨୦୨୬ ଟ୍ୱେଣ୍ଟି-୨୦ ବିଶ୍ୱକପ୍‌ ଲାଗି ଦୃଢ଼ ଦଳ ଗଠନ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ବିଶ୍ୱକପ୍‌ରେ ଉପଅଧିନାୟକ ଥିବା ଅଲ୍‌ରାଉଣ୍ଡର ହାର୍ଦିକ ପାଣ୍ଡ୍ୟାଙ୍କ ବଦଳରେ ସୂର୍ଯ୍ୟଙ୍କ ଉପରେ ଭରସା କରିଛି ବିସିସିଆଇ। ଏହା ପୂର୍ବରୁ ୨୦୨୩ ଜାନୁଆରିରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟି-୨୦ ସିରିଜ୍ ଖେଳାଯାଇଥିଲା। ଏହି ସିରିଜରେ ଭାରତ ୨-୧ରେ ବିଜୟୀ ହୋଇଥିଲା। ତେବେ ଏହାପରେ ଭାରତ ଘରୋଇ ମାଟିରେ ଖେଳିଥିଲା ସିରିଜ୍ ।

ଏଥର ସିରିଜ୍ ଶ୍ରୀଲଙ୍କାରେ ଖେଳାଯାଉଛି।୩ଟି ଟି- ଟ୍ୱେଣ୍ଟି ପରେ, ୩ଟି ଦିନିକିଆ ମ୍ୟାଚ୍ ମଧ୍ୟ ଖେଳାଯିବ ଶ୍ରୀଲଙ୍କାରେ। କଲମ୍ବୋରେ ଖେଳାଯିବାକୁ ଥିବା ଏହି  ସିରିଜରେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଖେଳିବ ଟିମ୍ ଇଣ୍ଡିଆ। ଉଭୟ ଟି-୨୦ ଓ ଦିନିକିଆ ପାଇଁ ଶୁବମନ୍ ଗିଲ୍ ହୋଇଛନ୍ତି ଉପଅଧିନାୟକ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
New captain era in T20 from today | Argus News