Cricket Updates / IND vs AFG ସିରିଜ୍ ପୂର୍ବରୁ ବଡ଼ ଘୋଷଣା… ଇଣ୍ଡିଆ ଟିମରେ ଯୋଗ ଦେଲେ ନୂଆ କୋଚ
·3 months ago·2 min read

Key Points
ଭାରତୀୟ ପ୍ରଶିକ୍ଷକଙ୍କ ଦଳରେ ଏକ ବଡ଼ ପରିବର୍ତ୍ତନ ଆସିଛି, ଦଳରେ ଜଣେ ନୂତନ ପ୍ରଶିକ୍ଷକ ଯୋଗ ଦେଇଛନ୍ତି
ଭାରତୀୟ ଦଳ ଜୁନ୍ ୬ ତାରିଖରୁ ଆଫଗାନିସ୍ତାନ ବିପକ୍ଷରେ ଏକ ଟେଷ୍ଟ ମ୍ୟାଚ୍ ଖେଳିବ। ଏହା ପରେ, ଭାରତୀୟ ଦଳ ତିନି ମ୍ୟାଚ୍ ବିଶିଷ୍ଟ ଏକଦିବସୀୟ ସିରିଜ୍ ଖେଳିବ। ଭାରତୀୟ ପ୍ରଶିକ୍ଷକଙ୍କ ଦଳରେ ଏକ ବଡ଼ ପରିବର୍ତ୍ତନ ଆସିଛି, ଦଳରେ ଜଣେ ନୂତନ ପ୍ରଶିକ୍ଷକ ଯୋଗ ଦେଇଛନ୍ତି। ଭାରତୀୟ କ୍ରିକେଟ୍ ନିୟନ୍ତ୍ରଣ ବୋର୍ଡ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି।
ପୂର୍ବତନ ଲେଗ୍ ସ୍ପିନର୍ ସାଇରାଜ ବାହୁତୁଲେ ଭାରତୀୟ କ୍ରିକେଟ୍ ଦଳର ନୂଆ ସ୍ପିନ୍ ବୋଲିଂ ପ୍ରଶିକ୍ଷକ ନିଯୁକ୍ତ ହୋଇଛନ୍ତି। ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳାରୁ ସେ ନିଜ କାର୍ଯ୍ୟ ଆରମ୍ଭ କରିବେ। ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ଅଧୀନରେ କାମ କରିବେ ସେ। ୫୩ ବର୍ଷୀୟ ବାହୁତୁଲେ ସମସ୍ତ ତିନିଟି ଯାକ ଫର୍ମାଟ୍ରେ ଭାରତୀୟ ସ୍ପିନର୍ଙ୍କ ଅଗ୍ରଗତି ତଥା ଦକ୍ଷତା ବୃଦ୍ଧି ନେଇ ମାର୍ଗଦର୍ଶନ କରିବେ। ଏବର୍ଷର ଆଇପିଏଲ୍ରେ ସେ ପଞ୍ଜାବ କିଙ୍ଗ୍ସର ସ୍ପିନ୍ ବୋଲିଂ ପ୍ରଶିକ୍ଷକ ଥିଲେ।
ତାଙ୍କର ମଧ୍ୟ ବେଙ୍ଗଲ ଓ କେରଳମ୍ ରଣଜୀ ଦଳ ସହ କାମ କରିବାର ଅଭିଜ୍ଞତା ରହିଛି। ଖେଳାଳିଭାବେ ବାହୁତୁଲେ ୧୯୯୭ରୁ ୨୦୦୩ ମସିହା ପର୍ଯ୍ୟନ୍ତ ୬ବର୍ଷ ଧରି ଭାରତୀୟ ଦଳର ପ୍ରତିନିଧିତ୍ବ କରିଥିଲେ। ବାହୁତୁଲେ ଆସିବା ପରେ ଗମ୍ଭୀର, ସିତାଂଶୁ କୋଟାକ (ବ୍ୟାଟିଂ ପ୍ରଶିକ୍ଷକ), ମର୍ଣ୍ଣି ମର୍କେଲ (ବୋଲିଂ ପ୍ରଶିକ୍ଷକ), ଟି ଦିଲୀପ (ଫିଲ୍ଡିଂ ପ୍ରଶିକ୍ଷକ) ଓ ରିୟାନ ଟେନ୍ ଡସେଟ୍ (ସହାକାରୀ ପ୍ରଶିକ୍ଷକ)ଙ୍କୁ ନେଇ ଗଠିତ ଭାରତୀୟ ବରିଷ୍ଠ କ୍ରିକେଟ୍ ଦଳର ପ୍ରଶିକ୍ଷକ ମଣ୍ଡଳି ଆହୁରି ପରବର୍ଦ୍ଧିତ ହୋଇଛି।
ଏହାସହ ପଢ଼ନ୍ତୁ: ଟେନିସ କୋର୍ଟରେ ଟିମ ଇଣ୍ଡିଆର ମୁଖ୍ୟ କୋଚ ଗୌତମ ଗମ୍ଭୀର…ଝିଅ ସହିତ ଭିଡିଓ କଲେ ଶେୟାର
ସୂଚନାଯୋଗ୍ୟ ଯେ ଆଫଗାନିସ୍ତାନ ବିପକ୍ଷ ଟେଷ୍ଟ୍ରୁ ଭାରତୀୟ କ୍ରିକେଟ୍ ଦଳର ଚଳିତବର୍ଷ ତା’ର ଲାଲ୍ ବଲ୍ ଅଭିଯାନ ଆରମ୍ଭ କରିବ। ଭାରତୀୟ ଦଳ ଆଫଗାନିସ୍ତାନ ବିପକ୍ଷରେ ଗୋଟିଏ ଟେଷ୍ଟ୍ ସହ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବ। ଶୁବମନ ଗିଲ୍ ଉଭୟ ଫର୍ମାଟ୍ରେ ଭାରତୀୟ ଦଳର ନେତୃତ୍ବ ନେବେ। ଟେଷ୍ଟ୍ରେ କେଏଲ୍ ରାହୁଲ ଉପଅଧିନାୟକ ଏବଂ ଦିନିକିଆରେ ଶ୍ରେୟସ୍ ଆୟର ଉପଅଧିନାୟକ ଦାୟିତ୍ବ ତୁଲାଇବେ। ଭାରତ-ଆଫଗାନିସ୍ତାନ ଦିନିକିଆ ଶୃଙ୍ଖଳା ଆସନ୍ତା ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏକମାତ୍ର ଟେଷ୍ଟ୍ ୬ ତାରିଖରୁ ଆରମ୍ଭ ହେବ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାରତୀୟ ଟେଷ୍ଟ୍ ଦଳ: ଶୁବମନ ଗିଲ୍ (ଅଧିନାୟକ), ଯଶସ୍ବୀ ଜୟସ୍ବାଲ, କେଏଲ୍ ରାହୁଲ (ଉପଅଧିନାୟକ), ଋଷଭ ପନ୍ତ, ସାଇ ସୁଦର୍ଶନ, ଦେବଦତ୍ତ ପଡ଼ିକଲ, ଧ୍ରୁବ ଜୁରେଲ, ୱାସିଂଟନ୍ ସୁନ୍ଦର, ମହମ୍ମଦ ସିରାଜ, କୁଲଦୀପ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା, ମାନବ ସୁତାର, ହର୍ଷ ଦୁବେ ଓ ଗୁରନୁର ବ୍ରାର୍।
ଭାରତୀୟ ଦିନିକିଆ ଦଳ: ଶୁବମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ୍ ଆୟର (ଉପଅଧିନାୟକ), କେଏଲ୍ ରାହୁଲ, ଈଶାନ କିଶନ, ହାର୍ଦିକ ପାଣ୍ଡ୍ୟା, ନୀତୀଶ କୁମାର ରେଡ୍ଡୀ, ୱାସିଂଟନ୍ ସୁନ୍ଦର, କୁଲଦୀପ ଯାଦବ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା, ପ୍ରିନ୍ସ ଯାବଦ, ଗୁରନୁର୍ ବ୍ରାର୍, ହର୍ଷ ଦୁବେ।

Related Topics
Explore more stories