ଭଲ ପ୍ରଦର୍ଶନ ନ ଥିବାରୁ ନୂଆ ପ୍ଲେୟର ମାରିନେଲେ ବାଜି

ଅର୍ଗସ ବ୍ୟୁରୋ: ଭାରତର ଷ୍ଟାର କ୍ରିକେଟର ଶିଖର ଧଓ୍ବନ ଏମିତି ଏକ ଖେଳାଳି ଯାହାଙ୍କ ଲଙ୍ଗ ଛକା ସବୁବେଳେ ମନେ ରହିବ। ତେବେ ଭାରତକୁ ଯେତେବେଳେ ଭାରତକୁ ଓପନିଂ ପାର୍ଟନର ମିଳୁ ନ ଥିଲା। ଯେତେବେଳେ ଭାରତ ଷ୍ଟ୍ରଗଲ କରୁଥିଲା ସେତେବେଳେ ଧଓ୍ବନ ହିଟ ସାବ୍ୟସ୍ତ ହୋଇଥିଲେ। ରୋହିତ ଶର୍ମା ଏବଂ ଶିଖର ଧାୱନଙ୍କ ଯୋଡି ଦୁନିଆର ବେଷ୍ଟ ଓପନିଂ ଯୋଡି ଭାବେ ଗଣାଯାଇଥିଲା। ଏହି ଯୋଡି ସଚିନ ତେନ୍ଦୁଲକର ଏବଂ ସୌରଭ ଗାଙ୍ଗୁଲିଙ୍କ ଯୋଡିକୁ ମନେ ପକାଇ ଦେଉଥିଲା। ତେବେ ରୋହିତ-ଶିଖରଙ୍କ ଯୋଡି ସେମାନଙ୍କର ଅନେକ ରେକର୍ଡ ମଧ୍ୟ ଭାଙ୍ଗିଛନ୍ତି। କିନ୍ତୁ ଶନିବାର ଏପରି ଏକ ସମୟ ଥିଲା ଯେଉଁଦିନ ଧାୱନ ଏକ ଭିଡିଓ ପୋଷ୍ଟ କରି ଅନ୍ତର୍ଜାତୀୟ ତଥା ଘରୋଇ କ୍ରିକେଟରୁ ଅବସର ନେଇଥିଲେ। ଯାହାକି ଥିଲା ଅତ୍ୟନ୍ତ କଷ୍ଟଦାୟକ।
ଧୱନଙ୍କ ପାଇଁ ଟିମ ଇଣ୍ଡିଆର ପ୍ରତ୍ୟାବର୍ତ୍ତନ ଅନେକ ଉପାୟରେ କଷ୍ଟସାଧ୍ୟ ଥିଲା। କିମ୍ଵା କୁହାଯାଇପାରେ ଏହା ଅସମ୍ଭବ ଥିଲା। ତାଙ୍କର ପ୍ରଦର୍ଶନରେ ସ୍ଥିରତା ବଜାୟ ରହିଲାନି। ଯାହାଫଳରେ ଧୱନ ଦଳଠାରୁ ଦୂରରେ ଥିଲେ। ଏହା ପରେ, ତାଙ୍କ ସ୍ଥାନରେ ଆସିଥିବା ଖେଳାଳିମାନେ ନିଜକୁ ଏପରି ଭାବରେ ପ୍ରତିଷ୍ଠିତ କଲେ ଯେ ଧାୱନ ଫେରିବା ମଧ୍ୟ କଷ୍ଟକର ହୋଇପଡିଲା। ଏଭଳି ପରିସ୍ଥିତିରେ ପୁଣିଥରେ ଟିମ ଇଣ୍ଡିଆ ପାଇଁ ଖେଳିବାର ଧାୱନଙ୍କ ସ୍ବପ୍ନ ସାକାର ହୋଇପାରିଲା ନାହିଁ ଏବଂ ବୋଧହୁଏ ସେଥିପାଇଁ ସେ ଅବସର ନେଇଥିଲେ।
ଧୱନ ଦଳ ଛାଡିବା ପରେ ଶୁଭମନ ଗିଲ ତାଙ୍କ ସ୍ଥାନ ନେଇଥିଲେ ବୋଲି କୁହାଯାଏ। ତାଙ୍କ ବ୍ୟାଟିଂରେ ଗିଲ ଏପରି ପ୍ରଭାବ ପକାଇଥିଲେ ଯେ ତାଙ୍କୁ ଦଳର ଭବିଷ୍ୟତ କୁହାଯିବା ଆରମ୍ଭ ହୋଇଥିଲା। ଗୌତମ ଗମ୍ଭୀର ମୁଖ୍ୟ ପ୍ରଶିକ୍ଷକ ହେବା ପରେ ତାଙ୍କୁ ODI ଏବଂ T20 ରେ ଟିମ ଇଣ୍ଡିଆର ଉପଅଧିନାୟକ କରାଇଥିଲେ, ଯାହା ଦର୍ଶାଉଛି ଯେ ଗିଲଙ୍କୁ ପରବର୍ତ୍ତୀ କ୍ୟାପଟେନ କରିବା ପାଇଁ ପ୍ରସ୍ତୁତି ଚାଲିଛି । ଏହାର ଅର୍ଥ ଗିଲ ଓପନର ହୋଇ ରହିବା କନଫର୍ମ।
ସେପଟେ ବ୍ୟାକଅପ ଭାବେ ଋତୁରାଜ ଗାଏକୱାଡଙ୍କ ବିକଳ୍ପ ରହିଛି, ଯିଏ ଟେଷ୍ଟରେ ରୋହିତଙ୍କୁ ବଦଳାଇବାକୁ ନିଶ୍ଚିତ ପ୍ରତିଦ୍ବନ୍ଦ୍ବୀ ଅଟନ୍ତି। ଅଭିଷେକ ଶର୍ମା ମଧ୍ୟ ଆଇପିଏଲରେ ଏବଂ ନିକଟରେ ଜିମ୍ବାୱେ ଗସ୍ତରେ ଭଲ ପ୍ରଦର୍ଶନ କରିଛନ୍ତି। ଏହାର ଅର୍ଥ ଯଦି ରୋହିତ ଆଉ ନ ଖେଳନ୍ତି ତେବେ ଅଭିଷେକ ଏବଂ ଗାଏକୱାଡଙ୍କ ଭଳି ବିକଳ୍ପ ରହିଛି। ଏହି କାରଣରୁ ଧାଓ୍ବନଙ୍କ ଟିମ ଇଣ୍ଡିଆକୁ ଫେରିବା ଅସମ୍ଭବ ହୋଇପଡିଥିଲା। ସେଥିପାଇଁ ବୋଧହୁଏ ଧଓ୍ବନ ତାଙ୍କ ଉପସ୍ଥିତି ଆଉ ଠିକ ମନେ କଲେନି ଆଉ ଦଳରୁ ଅବସର ନେବାକୁ ନିଷ୍ପତ୍ତି ନେଲେ।
📱 Get Argus News App
✨ଧଓ୍ବନଙ୍କର ଏକ ଚମତ୍କାର କ୍ୟାରିୟର ରହିଛି। ଧାଓ୍ବନ ୨୦୧୦ରେ ଭାରତ ପାଇଁ ଡେବ୍ୟୁ ମ୍ୟାଚ ଖେଳିଥିଲେ ଯାହା ଏକ ODI ଥିଲା। ୨୦୧୩ରେ ସେ ଟେଷ୍ଟ ମ୍ୟାଚରେ ଡେବ୍ୟୁ କରି ଅଷ୍ଟ୍ରେଲିଆ ବିପକ୍ଷରେ ସେଞ୍ଚୁରୀ ହାସଲ କରିଥିଲେ। ଧାୱନ ଭାରତ ପାଇଁ ମୋଟ ୩୪ଟି ଟେଷ୍ଟ ମ୍ୟାଚ ଖେଳିଥିଲେ। ଯେଉଁଥରେ ସେ ୪୦.୬୧ ହାରରେ ୨୩୧୫ ରନ ସ୍କୋର କରିଥିଲେ। ଟେଷ୍ଟରେ ତାଙ୍କ ନାମରେ ୭ଟି ସେଞ୍ଚୁରୀ ଏବଂ ୫ଟି ହାଫ ସେଞ୍ଚୁରୀ ରହିଛି। ଧାଓ୍ବନଙ୍କ ପାରିକୁ ଫ୍ୟାନମାନେ ସବୁବେଳେ ମନେ ରଖିବେ।
ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର