Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୧୭୪ରନରେ ନ୍ୟୁଜିଲାଣ୍ଡ ଅଲଆଉଟ୍,ମ୍ୟାଚ୍ ଜିତି ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ଭାରତ

Sports

୧୭୪ରନରେ ନ୍ୟୁଜିଲାଣ୍ଡ ଅଲଆଉଟ୍,ମ୍ୟାଚ୍ ଜିତି ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ଭାରତ

Sangram Tripathy
Browse all articles by Sangram Tripathy
·1 year ago
୧୭୪ରନରେ ନ୍ୟୁଜିଲାଣ୍ଡ ଅଲଆଉଟ୍,ମ୍ୟାଚ୍ ଜିତି ସମ୍ମାନ ବଞ୍ଚାଇବା ଲକ୍ଷ୍ୟରେ ଭାରତ

ଅର୍ଗସ ବ୍ୟୁରୋ:ଭାରତ ଆଗରେ ୧୪୭ ରନର ବିଜୟ ଲକ୍ଷ୍ୟ ରହିଛି। ମୁମ୍ବାଇର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଚାଲିଥିବା ତୃତୀୟ ଟେଷ୍ଟ ମହାଲଢେଇରେ ଦ୍ବିତୀୟ ଇନିଂସରେ ୧୭୪ରନରେ ଅଲଆଉଟ୍ ହୋଇଛି ନ୍ୟୁଜିଲାଣ୍ଡ। ତୃତୀୟ ଟେଷ୍ଟରେ ସମୁଦାୟ ୧୦ ୱିକେଟ୍ ନେଇଛନ୍ତି ଜାଡେଜା। ମ୍ୟାଚ୍ ଜିତି ସମ୍ମାନ ବଞ୍ଚାଇବାକୁ ଚେଷ୍ଟା କରିବ ଭାରତ। ପ୍ରଥମ ଇନିଂସରେ ୨୩୫ ରନ୍ କରି ଅଲଆଉଟ୍ ହୋଇଥିଲା ନ୍ୟୁଜିଲାଣ୍ଡ। ଜବାବରେ ରୋହିତ ସେନା ୨୬୨ ରନ୍‌ କରି ଅଲ୍ଆଉଟ୍‌ ହୋଇଥିଲା,ଦ୍ବିତୀୟ ଇନିଂସରେ ନ୍ୟୁଜିଲାଣ୍ଡ ୧୭୪ରନରେ ଅଲଆଉଟ୍ ହୋଇଥିବାବେଳେ ଭାରତ ୨୮ ରନରେ ୩ ୱିକେଟ୍ ହରାଇଛି। ନ୍ୟୁଜିଲାଣ୍ଡ ୨-୦ରେ ସିରିଜ୍ ଆଗୁଆ ରହିଥିବାବେଳେ ଭାରତ ପାଇଁ ଏହି ମ୍ୟାଚ୍ ଜିତିବା ଜରୁରୀ ହୋଇ ପଡିଛି
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Argus Whatsapp Channel Mobile Top
Sponsored
New Zealand all out for 174 runs, India is aiming to win the match and save the honor | Argus News