Videos
|
Sports

ନ୍ୟୁଜିଲାଣ୍ଡ-ଭାରତ ତୃତୀୟ ଟେଷ୍ଟ,ରୋହିତ ସେନା ପାଇଁ ସମ୍ମାନର ଲଢେଇର

Sangram Tripathy
Browse all articles by Sangram Tripathy
·1 year ago
ନ୍ୟୁଜିଲାଣ୍ଡ-ଭାରତ ତୃତୀୟ ଟେଷ୍ଟ,ରୋହିତ ସେନା ପାଇଁ ସମ୍ମାନର ଲଢେଇର

ଅର୍ଗସ ବ୍ୟୁରୋ:ମୁମ୍ବାଇର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ଖେଳାଯାଉଥିବା ତୃତୀୟ ଟେଷ୍ଟରେ ଭାରତ ପାଇଁ ସମ୍ମାନର ଲଢେଇ। ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ୨୩୫ ରନ୍ କରି ଆଲଆଉଟ୍ ହୋଇଥିଲା। ୱାଙ୍ଖ୍‌ଡେ ଟେଷ୍ଟ୍‌ର ପ୍ରଥମ ଦିନ ୧୪ ୱିକେଟ୍‌ର ପତନ ଘଟିଥିଲା। ରବୀନ୍ଦ୍ର ଜାଡ଼େଜା ଓ ୱାସିଂଟନ୍ ସୁନ୍ଦର ମିଳିତ ଭାବେ ୯ ୱିକେଟ୍ ଦଖଲ କରି ନ୍ୟୁଜିଲାଣ୍ଡ୍‌ ବ୍ୟାଟଙ୍କ ନିଦ ହଜାଇଦେଇଥିଲେ। ଜବାବରେ ଭାରତ ୨୬୨ ରନ୍‌ କରି ଅଲ୍ଆଉଟ୍‌ ହୋଇଛି। ଫଳରେ ନ୍ୟୁଜିଲାଣ୍ଡ ଠାରୁ ପ୍ରଥମ ଇନିଂସରେ ୨୭ ରନରେ ଆଗୁଆ ରହିଛି ଭାରତ। ରୋହିତ ସେନା ପକ୍ଷରୁ ଗିଲ୍ ୯୦,ପନ୍ତ ୬୦ର ସର୍ବାଧିକ ପାରି ଖେଳିଥିଲେ। ନ୍ୟୁଜିଲାଣ୍ଡ ୨-୦ରେ ସିରିଜ୍ ଆଗୁଆ ରହିଛି ଭାରତ ସମ୍ମାନ ବଞ୍ଚାଇବା ଲାଗି ତୃତୀୟ ଟେଷ୍ଟ ବିଜୟ ଗୁରୁତ୍ବ ବଢିଛି

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
New Zealand-India 3rd Test, a battle of honor for Rohit Sena | Argus News