Videos
|
Sports

ପୁଣି କ୍ରିକେଟ୍ ଜଗତକୁ ଫେରୁଛନ୍ତି ନ୍ୟୁଜିଲାଣ୍ଡର ଷ୍ଟାର ଖେଳାଳି, ୩ ବର୍ଷ ପରେ ପ୍ରତ୍ୟାହାର କଲେ ଅବସର

Ritu Das
Browse all articles by Ritu Das
·1 year ago·2 min read
ପୁଣି କ୍ରିକେଟ୍ ଜଗତକୁ ଫେରୁଛନ୍ତି ନ୍ୟୁଜିଲାଣ୍ଡର ଷ୍ଟାର ଖେଳାଳି, ୩ ବର୍ଷ ପରେ ପ୍ରତ୍ୟାହାର କଲେ ଅବସର

Key Points

ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ରସ୍ ଟେଲର ୪୧ ବର୍ଷ ବୟସରେ କ୍ରିକେଟକୁ ଫେରୁଛନ୍ତି। ପୂର୍ବରୁ ସେ କ୍ରିକେଟ୍‌ରୁ ଅବସର ନେଇ ସାରିଥିବ‌ା ବେଳେ ଓମାନରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ୨୦୨୬ ଯୋଗ୍ୟତା ପାଇଁ ସାମୋଆ କ୍ରିକେଟ ଦଳ ପାଇଁ ଖେଳିବେ।

ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ରସ୍ ଟେଲର ୪୧ ବର୍ଷ ବୟସରେ କ୍ରିକେଟକୁ ଫେରୁଛନ୍ତି। ପୂର୍ବରୁ ସେ କ୍ରିକେଟ୍‌ରୁ ଅବସର ନେଇ ସାରିଥିବ‌ା ବେଳେ ଓମାନରେ ହେବାକୁ ଥିବା ଆଗାମୀ ଏସିଆ-ପୂର୍ବ ଏସିଆ-ପ୍ରଶାନ୍ତ ମହାସାଗରୀୟ ଟି-୨୦ ବିଶ୍ୱକପ୍ ୨୦୨୬ ଯୋଗ୍ୟତା ପାଇଁ ସାମୋଆ କ୍ରିକେଟ ଦଳ ପାଇଁ ଖେଳିବେ ବୋଲି ସୂଚନା ରହିଛି। ଯାହାକି ଟିମ୍‌କୁ ୨୦୨୬ ଟି-୨୦ ବିଶ୍ୱକପ୍ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ସାହାଯ୍ୟ କରିପାରେ। ଶୁକ୍ରବାର ଟେଲରଙ୍କୁ କାଲେବ ଜାସମତଙ୍କ ନେତୃତ୍ୱରେ ୧୫ ଜଣିଆ ଦଳରେ ସ୍ଥାନ ଦିଆଯାଇଛି। ଏନେଇ ଟେଲର୍‌ ନିଜେ ତାଙ୍କ ସୋସିଆଲ୍‌ ମିଡିଆ ଆକାଉଣ୍ଟ୍‌ରେ ଏକ ଘୋଷଣା କରିଛନ୍ତି।


ଟେଲର ଇନଷ୍ଟାଗ୍ରାମରେ ଖେଳକୁ ଫେରିବା କଥା ଉଲ୍ଲେଖ କରି ଲେଖିଛନ୍ତି, "ଏହା ଆନୁଷ୍ଠାନିକ ଅଟେ। ମୁଁ ଗର୍ବର ସହିତ ଘୋଷଣା କରୁଛି ଯେ ମୁଁ ନୀଳ ରଙ୍ଗ ପାଇଁ ଖେଳିବି ଏବଂ କ୍ରିକେଟରେ ସାମୋଆକୁ ପ୍ରତିନିଧିତ୍ୱ କରିବି। ଏହା କେବଳ ମୁଁ ଖେଳକୁ ଭଲପାଏ ବୋଲି ଫେରିବି ତାହା ନୁହେଁ। ବରଂ ମୋ ପାଇଁ ମୋ ଐତିହ୍ୟ, ସଂସ୍କୃତି, ଗାଁ ଏବଂ ପରିବାରକୁ ପ୍ରତିନିଧିତ୍ୱ କରିବା ଏକ ବଡ଼ ସମ୍ମାନ।" ଟେଲର ଆହୁରି ମଧ୍ୟ କହିଛନ୍ତି ଯେ "ଖେଳକୁ ଫେରିବା, ଦଳରେ ଯୋଗଦେବା ଏବଂ ପଡ଼ିଆ ଭିତରେ ଏବଂ ବାହାରେ ମୋର ଅଭିଜ୍ଞତା ବାଣ୍ଟିବାର ସୁଯୋଗ ପାଇଁ ମୁଁ ବେଶ୍‌ ଉତ୍ସାହିତ।" ଉଲ୍ଲେଖଯୋଗ୍ୟ, ୨୦୦୬ ରୁ ୨୦୨୨ ମଧ୍ୟରେ ନ୍ୟୁଜିଲାଣ୍ଡ ପାଇଁ ୧୧୨ ଟେଷ୍ଟ, ୨୩୬ ଦିନିକିଆ ଏବଂ ୧୦୨ ଟି-୨୦ ଖେଳିବା ପରେ ଟେଲର ତାଙ୍କ ନ୍ୟୁଜିଲାଣ୍ଡ କ୍ୟାରିୟରରୁ ଅବସର ନେଇଛନ୍ତି। ସେ ନ୍ୟୁଜିଲାଣ୍ଡର ସର୍ବକାଳୀନ ଉତ୍ତମ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ। ନଭେମ୍ବର ୨୦୨୦ରେ ଶେଷ ଥର ପାଇଁ ଟି-୨୦ ଫର୍ମାଟରେ ଖେଳିଥିଲେ ମଧ୍ୟ ସେ ଏବେ ବି ନ୍ୟୁଜିଲାଣ୍ଡର ପଞ୍ଚମ ସର୍ବାଧିକ ରନ ସ୍କୋରର ଅଟନ୍ତି।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: