Videos
|
Sports

Neymar Retirement / ନେମାରଙ୍କ ଅନ୍ତର୍ଜାତୀୟ ଫୁଟବଲରୁ ସନ୍ନ୍ୟାସ…ନରୱେ ପାଖରେ ହାରି ବିଶ୍ୱକପରୁ ବିଦାୟ ନେଲା ବ୍ରାଜିଲ

Ritu Das
Browse all articles by Ritu Das
·2 weeks ago·3 min read
ନେମାରଙ୍କ ଅନ୍ତର୍ଜାତୀୟ ଫୁଟବଲରୁ ସନ୍ନ୍ୟାସ…ନରୱେ ପାଖରେ ହାରି ବିଶ୍ୱକପରୁ ବିଦାୟ ନେଲା ବ୍ରାଜିଲ
India

Key Points

ବ୍ରାଜିଲର ଷ୍ଟାର ଫୁଟବଲ ପ୍ଲେୟାର ନେମାର ଇଣ୍ଟରନ୍ୟାସନାଲ ଫୁଟବଲରୁ ଅବସର ନେଇଛନ୍ତି
ବ୍ରାଜିଲର ଷ୍ଟାର ଫୁଟବଲ ପ୍ଲେୟାର ନେମାର ଇଣ୍ଟରନ୍ୟାସନାଲ ଫୁଟବଲରୁ ଅବସର ନେଇଛନ୍ତି । ଚଳିତ ଫିଫା ବିଶ୍ୱକପରେ ବ୍ରାଜିଲର ଅଭିଯାନ ସରିବା ପରେ ତୁରନ୍ତ ସନ୍ନ୍ୟାସ ଘୋଷଣା କରିଛନ୍ତି ନେମାର । ନ୍ୟୁ ଜର୍ସିର ମେଟଲାଇଫ୍ ଷ୍ଟାଡିୟମରେ ତାଙ୍କର ୧୬ ବର୍ଷର ଅନ୍ତର୍ଜାତୀୟ କ୍ୟାରିୟର ଶେଷ କରିଛନ୍ତି । ବଡ଼ କଥା ହେଉଛି ତାଙ୍କର ଅନ୍ତର୍ଜାତୀୟ କ୍ୟାରିୟର ମଧ୍ୟ ୨୦୧୦ ମସିହାରେ ଏହି ଷ୍ଟାଡିୟମରୁ ଆରମ୍ଭ ହୋଇଥିଲା । ୨୦୨୬ ଫିଫା ବିଶ୍ୱକପରୁ ବ୍ରାଜିଲ୍ ବାଦ ପଡ଼ିବା ପରେ ନେମାର ଅନ୍ତର୍ଜାତୀୟ ଫୁଟବଲ୍ ରୁ ଅବସର ନେବାର ନିଷ୍ପତ୍ତି ନେଇଥିଲେ । ରାଉଣ୍ଡ ଅଫ୍ ୧୬ ମ୍ୟାଚରେ ବ୍ରାଜିଲ୍ ନରୱେ ଠାରୁ ୧-୨ ଗୋଲରେ ପରାସ୍ତ ହୋଇଥିଲା। ଏହି ମ୍ୟାଚ୍ ରେ ନେମାର ବ୍ରାଜିଲ୍ ପାଇଁ ଏକମାତ୍ର ଗୋଲ କରିଥିଲେ। ୨୦୨୬ ଫିଫା ବିଶ୍ୱକପରେ ଷଷ୍ଠ ଥର ପାଇଁ ବିଶ୍ୱ ଚାମ୍ପିଅନ ହେବାର ବ୍ରାଜିଲର ସ୍ୱପ୍ନ ରାଉଣ୍ଡ ଅଫ୍ ୧୬ରେ ଧୂଳିସାତ୍ ହୋଇଛି ।

ରାଉଣ୍ଡ ଅଫ୍ ୧୬ରେ ନରୱେ ଠାରୁ ବ୍ରାଜିଲର ପରାଜୟ ପରେ, ନେମାର କହିଥିଲେ ଯେ, ସେ ବହୁତ ଚେଷ୍ଟା କରିଥିଲେ କିନ୍ତୁ ଏବେ ସବୁକିଛି ଶେଷ । "ମୁଁ ମେଟଲାଇଫ୍ ଷ୍ଟାଡିୟମରେ ମୋର ଅନ୍ତର୍ଜାତୀୟ କ୍ୟାରିଅର ଆରମ୍ଭ କରିଥିଲି ଏବଂ ଏବେ ମୁଁ ଏହାକୁ ଏଠାରେ ଶେଷ କରୁଛି । " ନେମାରଙ୍କ ଅବସର ତାଙ୍କର କୋଟି କୋଟି ଫ୍ୟାନ୍ସଙ୍କ ହୃଦୟ ଭାଙ୍ଗିଛି । ନେମାର ୨୦୧୪, ୨୦୧୮, ୨୦୨୨ ଏବଂ ୨୦୨୬ ଫିଫା ବିଶ୍ୱକପରେ ବ୍ରାଜିଲକୁ ପ୍ରତିନିଧିତ୍ୱ କରିଥିଲେ, ସେହି ୪ଟି ବିଶ୍ୱକପରେ ନଅଟି ଗୋଲ କରିଥିଲେ । ନେମାରଙ୍କ ଅନ୍ତର୍ଜାତୀୟ କ୍ୟାରିଅର ବାବଦରେ କହିବାକୁ ଗଲେ ସେ, ବ୍ରାଜିଲ ପାଇଁ ୧୩୦ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି, ମୋଟ ୮୦ଟି ଗୋଲ କରିଛନ୍ତି । ସେ ବ୍ରାଜିଲର ସର୍ବକାଳୀନ ଶ୍ରେଷ୍ଠ ସ୍କୋରର । ସେ ୨୦୧୩ ଫିଫା କନଫେଡେରେସନ କପ୍ ବିଜୟ ଏବଂ ୨୦୧୬ ଅଲିମ୍ପିକ୍ ଗେମ୍ସରେ ବ୍ରାଜିଲର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ବଡ଼ ବିପର୍ଯ୍ୟୟ, ବ୍ରାଜିଲକୁ ବିଦା କଲା ନରୱେ- ଫିଫା ବିଶ୍ୱକପ୍‌ର ପ୍ରି-କ୍ୱାର୍ଟରରେ ଏକ ବଡ଼ ବିପର୍ଯ୍ୟୟ ଘଟିଛି । ନରୱେ ୨-୧ ଗୋଲରେ ୫ ଥର ବିଶ୍ୱ ଚାମ୍ପିଅନ ବ୍ରାଜିଲକୁ ହରାଇ ବିଶ୍ୱକପ୍‌ରୁ ବିଦା କରିଛି । ଏହି ବିଜୟ ସହ ଦଳ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି । ଦଳର ଷ୍ଟାର ଷ୍ଟ୍ରାଇକର ଏର୍ଲିଂ ହାଲାଣ୍ଡ ଡବଲ ଗୋଲ୍‌ ଦେଇ ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥିଲେ ।

ପ୍ରଥମାର୍ଦ୍ଧ ଗୋଲଶୂନ୍ୟ ବ୍ରାଜିଲ ୪-୨-୩-୧ ରଣନୀତି ଏବଂ ନରୱେ ୪-୧-୨-୩ ରଣନୀତି ଆପଣେଇ ଥିଲା । ଆରମ୍ଭରୁ ନରୱେ ପ୍ରଭାବ ବିସ୍ତାର କରି ଖେଳିଥିଲା । କିନ୍ତୁ ୧୨ ମିନିଟରେ ପେନାଲ୍ଟି ଏରିଆରେ ଦଳର ତ୍ରୁଟି ଯୋଗୁ ବ୍ରାଜିଲକୁ ମିଳିଥିଲା ପେନାଲ୍ଟି । ପ୍ରଥମେ ମ୍ୟାଚ ରେଫରୀ ଅସହମତି ପ୍ରକାଶ କରିଥିଲେ ବି ଶେଷରେ ସେ ‘ଭାର’ ରିଭ୍ୟୁ ଦେଖି ବ୍ରାଜିଲକୁ ପେନାଲ୍ଟି ଦେଇଥିଲେ । ନିଶ୍ଚିତ ଗୋଲ୍‌ ସୁଯୋଗ । ବ୍ରୁନୋ ଗୁଇମାରେସ ଏହି ପେନାଲ୍ଟି ମାରିଥିଲେ । କିନ୍ତୁ ତାଙ୍କୁ ଅଟକାଇବାରେ ସଫଳ ରହିଥିଲେ ନରୱେ ଗୋଲକିପର ଓରର୍ଜାନ ନାଇଲାଣ୍ଡ । ଜଳ ପାନର ବିରତି ପରେ ପୁଣି ୨୯ ମିନିଟରେ ଆକ୍ରମଣ କରିଥିଲେ ବ୍ରାଜିଲ ଖେଳାଳି । ଏଥର ବି ପ୍ରାଚୀର ଭଳି ଅଟକାଇଥିଲେ ଗୋଲକିପର ନାଇଲାଣ୍ଡ । ୩୪ ମିନିଟରେ ନରୱେ ପକ୍ଷରୁ ମାର୍ଟିନ ଓଡେଗାର୍ଡ ଏବଂ ୩୬ ମିନିଟରେ ଏର୍ଲିଂ ହାଲାଣ୍ଡ ଆକ୍ରମଣ କରିଥିଲେ । କିନ୍ତୁ ତାହା ବିଫଳ ଯାଇଥିଲା । ୪୦ ମିନିଟରେ ବ୍ରାଜିଲର ଭିନିସିୟସ ଜୁନିୟରଙ୍କ ଏକ ପ୍ରୟାସକୁ ବିଫଳ କରିଥିଲେ ନାଇଲାଣ୍ଡ । ଇନ୍‌ଜ୍ୟୁରୀ ଟାଇମରେ (୪୫+୪) ଓଡେଗାର୍ଡ ଏକ ଜବରଦସ୍ତ ଆକ୍ରମଣ କରିଥିଲେ । ଏକ ନିଶ୍ଚିତ ଗୋଲ୍‌କୁ ବ୍ରାଜିଲର ଗୋଲକିପର ଆଲିସନ ବେକର ଅଟକାଇ ଦଳକୁ ନିଶ୍ଚିତ ବିପଦରୁ ରକ୍ଷା କରିଥିଲେ । ପରବର୍ତ୍ତୀ ଅବଶିଷ୍ଟ ଇନଜ୍ୟୁରୀ ଟାଇମରେ ଉଭୟ ଦଳ ଆକ୍ରମଣ କରିଥିଲେ । କିନ୍ତୁ କାହାକୁ ଗୋଲ ସଫଳତା ମିଳି ନଥିଲା । ଶେଷରେ ଏହି ଭାଗ କଡ଼ା ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଖେଳ ଗୋଲ ଶୂନ୍ୟ ଭାବେ ଶେଷ ହୋଇଥିଲା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Neymar Retires After Brazil World Cup Exit Against Norway | Argus News