Videos
|
Sports

ପୁରୁଷ ହାଇଜମ୍ପରେ ଭାରତକୁ ରୌପ୍ୟ ଭେଟିଦେଲେ ନିଶାଦ କୁମାର

Sangram Tripathy
Browse all articles by Sangram Tripathy
·2 years ago·1 min read
ପୁରୁଷ ହାଇଜମ୍ପରେ ଭାରତକୁ ରୌପ୍ୟ ଭେଟିଦେଲେ ନିଶାଦ କୁମାର


ଅର୍ଗସ ବ୍ୟୁରୋ:ପ୍ୟାରିସ ପାରାଅଲମ୍ପିକ୍ସରେ ଭାରତର ଷ୍ଟାର କ୍ରିଡ଼ାବିତ୍ ନିଶାଦ କୁମାର ପୁରୁଷ ହାଇଜମ୍ପ୍‌ ରେ ଭାରତକୁ ରୌପ୍ୟ ପଦକ ଭେଟି ଦେଇଛନ୍ତି। ପୁରୁଷ ହାଇ ଜମ୍ପ୍‌(T47)ରେ  ୨.୦୪ ମିଟରର ଡିଆଁ ମାରି ଦ୍ୱିତୀୟ ସ୍ଥାନ ହାସଲ କରିଥିଲେ । ପାରା ଅଲମ୍ପିକ୍ସ ଇତିହାସରେ ୨ୟ ଏବଂ ଭାରତ ପାଇଁ ସପ୍ତମ ପଦକ ଜିତିବାରେ ସଫଳ ହୋଇଛନ୍ତି ନିଶାଦ। ଆମେରିକାର ରୋଡ୍‌ରିକ୍‌ ଟାଉନ୍‌ସେଣ୍ଡ ୨.୦୨ ମିଟର ଉଚ୍ଚତା ଡେଇଁ ପ୍ରଥମ ସ୍ଥାନ ସହ  ସ୍ୱର୍ଣ୍ଣ ପଦକ ପଦକ ଜିତିଛନ୍ତି, ନିଶାଦ କୁମାର ଦ୍ବିତୀୟ ସ୍ଥାନରେ ରହି ରୌପ୍ୟ ପଦକ ହାତେଇ ଥିଲେ,ଜର୍ଜି ମାର୍ଗେଭ୍‌ ୨.୦୦ ମିଟର ଉଚ୍ଚକୁ ଡେଇଁ ବ୍ରୋଞ୍ଜ ପଦକ ଜିତିଥିଲେ।

ପୂର୍ବରୁ ଟୋକିଓ ଅଲିମ୍ପିକ୍ସରେ ରୌପ୍ୟ ଜିତିଥିଲେ ନିଶାଦ। ଏହା ସହ ଚଳିତ ସଂସ୍କରଣରେ ଆଥଲେଟିକ୍ସରୁ ଭାରତ ତୃତୀୟ ପଦକ ବିଜୟୀ ହୋଇଛି। ଭାରତର ଅନ୍ୟ ପ୍ରତିଯୋଗୀ ରାମ ପାଲ ବ୍ୟକ୍ତିଗତ ସର୍ବଶ୍ରେଷ୍ଠରେ ୧.୯୫ ମିଟର ସହ ସପ୍ତମ ସ୍ଥାନରେ ରହିଥିଲେ । ମୋଟ ଉପରେ ଭାରତ ଗୋଟିଏ ସ୍ବର୍ଣ୍ଣ, ଦୁଇଟି ରୌପ୍ୟ ଓ ୪ ବ୍ରୋଞ୍ଜ ସହ ସମୁଦାୟ ୭ ପଦକ ହାସଲ କରିଛି
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: