Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ପୁଅ ବାହାଘରକୁ ଆସିଲେନି ରୋହିତ: ମୁମ୍ବାଇ ଇଣ୍ଡିଆନ୍ସରୁ ବିଦା ହେବେ କି?

Ritu Das
Browse all articles by Ritu Das
·2 years ago·2 min read
ପୁଅ ବାହାଘରକୁ ଆସିଲେନି ରୋହିତ: ମୁମ୍ବାଇ ଇଣ୍ଡିଆନ୍ସରୁ ବିଦା ହେବେ କି?

ଅର୍ଗସ ବ୍ୟୁରୋ: ନିକଟରେ ଟିମ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କ ଅଧିନାୟକତ୍ବରେ ଟି-୨୦ ବିଶ୍ବକପ ଜିତି ଇତିହାସ ରଚିଛି। ଯାହାପରେ ସମସ୍ତେ ରୋହିତଙ୍କୁ ପ୍ରଶଂସାରେ ପୋତି ପକାଇଛନ୍ତି। ଗତ ଶୁକ୍ରବାର ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ଧୁମଧାମରେ ଅନୁଷ୍ଠିତ ହୋଇଥିଲା। ଏହି ଭବ୍ୟ ବିବାହ ସେରିମନୀରେ ବଲିଉଡ ସେଲିବ୍ରିଟିଙ୍କ ଠୁ ଆରମ୍ଭ କରି ରାଜନେତା ଏବଂ ବଡ଼ ବଡ଼ ଶିଳ୍ପପତି ଯୋଗ ଦେଇଥିଲେ। ଏହି ବିବାହ କାର୍ଯ୍ୟକ୍ରମରେ ବାଦ ପଡ଼ି ନଥିଲେ କ୍ରିକେଟର ମାନେ। ବିବାହରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଠୁ ଆରମ୍ଭ କରି ସୂର୍ଯ୍ୟ କୁମାର ଯାଦବଙ୍କୁ ଦେଖାଯାଇଥିଲା।

 

ଭାରତର ପୂର୍ବତନ କ୍ୟାପଟେନ ଏମଏସ ଧୋନୀଙ୍କୁ ତାଙ୍କ ପତ୍ନୀ ସାକ୍ଷୀ ଧୋନୀଙ୍କ ସହ ଦେଖିବାକୁ ମିଳିଥିଲା। କିନ୍ତୁ ଏହି ବିବାହ ସେରିମନୀରେ ଟିମ ଇଣ୍ଡିଆ ଟି-୨୦ ବିଶ୍ବକପ ବିଜେତା ତଥା ଭାରତର କ୍ୟାପଟେନ ରୋହିତ ଶର୍ମାଙ୍କୁ ଦେଖିବାକୁ ମିଳି ନ ଥିଲା। ଏହାକୁ ଦେଖି ଫ୍ୟାନ ମାନେ ଚର୍ଚ୍ଚା ଚଲାଇଛନ୍ତି ରୋହିତ ଶର୍ମା ବିବାହରେ କେଉଁଠି ଅଛନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ତେବେ ରୋହିତ ଶର୍ମା ଛୁଟିରେ ଯାଇଥିବାରୁ ସେ ବିବାହରେ ଯୋଗ ଦେଇ ପାରି ନ ଥିଲେ। ଏହାକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସ ମାଲିକାଣି ନୀତା ଅମ୍ବାନୀ ରୋହିତଙ୍କ ଉପରେ ରାଗି ଯାଇଥିବା ଜଣାପଡ଼ିଛି। ଏଥିପାଇଁ ତାଙ୍କୁ ଦଳରୁ ହଟାଇବା ପାଇଁ ସେ ନିଷ୍ପତ୍ତି ନେଇଛନ୍ତି ବୋଲି ଚର୍ଚ୍ଚା ହେଉଛି।
ତେବେ ଏ ବାବଦରେ କୌଣସି ସ୍ପଷ୍ଟ ସୂଚନା ମିଳି ନ ଥିବାବେଳେ କିଛି ଜାତୀୟ ଗଣମାଧ୍ୟମ ରିପୋର୍ଟ କ୍ରମାଗତ ଭାବେ ଏହା ଦାବି କରୁଛନ୍ତି। କୁହାଯାଉଛି କି ଆଇପିଏଲ ୨୦୨୫ରେ ରୋହିତ ଶର୍ମା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଆଉ ଖେଳିବାର ସୁଯୋଗ ନାହିଁ।

ରାଧିକାଙ୍କ ହାତ ଧରିଲେ ଅନନ୍ତ

ସୂଚନା ଥାଉ କି, ଆଇପିଏଲ ୨୦୨୪ ଆରମ୍ଭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଏକ ବଡ଼ ନିଷ୍ପତ୍ତି ନେଇଥିଲା। ଯେଉଁଥିରେ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ କ୍ୟାପଟେନ ପଦରୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଅଧିନାୟକ କରିଥିଲା। ତେବେ ହାର୍ଦ୍ଦିକଙ୍କ ଅଧିନାୟକତ୍ବରେ ଦଳର ପ୍ରଦର୍ଶନ ଏକଦମ ଖରାପ ଥିଲା। ଯେଉଁଥିପାଇଁ ଦଳ ପଏଣ୍ଟ ଟେବୁଲର ଦଶମ ସ୍ଥାନରେ ରହିଥିଲା। ଆଇପିଏଲ ୨୦୨୫ ପୂର୍ବରୁ ନିଲାମ ଡକାହେବ। ଯେଉଁଥିରେ ମୁମ୍ବାଇ ଇଣ୍ଡିଆନ୍ସ ଅନେକ ଖେଳାଳିଙ୍କୁ ବିଦା କରିପାରେ।  

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

Sponsored
Nita Ambani | Argus News