Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଆଇଓସିର ସଦସ୍ୟା ଭାବେ ନୀତା ଅମ୍ବାନି ନିର୍ବାଚିତ

Sangram Tripathy
Browse all articles by Sangram Tripathy
·1 year ago·1 min read
ଆଇଓସିର ସଦସ୍ୟା ଭାବେ ନୀତା ଅମ୍ବାନି ନିର୍ବାଚିତ

ଅର୍ଗସ ବ୍ୟୁରୋ :୨୬ରୁ ପ୍ୟାରିସରେ ଆରମ୍ଭ ହେବାକୁ ଯାଉଛି ୩୩ତମ ଅଲମ୍ପିକ୍ସ ମହାଲଢେଇ,ତାର କିଛି ଘଣ୍ଟା ପୂର୍ବରୁ ଭାରତକୁ ମିଳିଛି ଖୁସି,ରିଲାଏନ୍ସ ଫାଉଣ୍ଡେସନ୍‌ର ପ୍ରତିଷ୍ଠାତା ନୀତା ଅମ୍ବାନି ଅନ୍ତର୍ଜାତୀୟ ଅଲିମ୍ପିକ୍ସ ପରିଷଦ ବା ଆଇଓସିର ସଦସ୍ୟା ଭାବେ ପୁଣି ଥରେ ହୋଇଛନ୍ତି ନିର୍ବାଚିତ । ଆଇଓସିର ମୋଟ ୯୩ ଜଣ ସଦସ୍ୟ ଭୋଟ ଦେଇଥିଲେ। ସମସ୍ତ  ଭୋଟ୍ ନୀତା ଅମ୍ବାନୀଙ୍କ ସପକ୍ଷରେ ପଡିଥିଲା।

 ନୀତା କହିଛନ୍ତି ଯେ ଆଇଓସି ସଦସ୍ୟା ଭାବେ ପୁନଃ ନିର୍ବାଚିତ ହୋଇଥିବାରୁ ମୁଁ ଅତ୍ୟନ୍ତ ଗର୍ବିତ। ଏହା ଏକ ବ୍ୟକ୍ତିଗତ ମାଇଲ୍‌ଖୁଣ୍ଟ ନୁହେଁ, ବରଂ ବିଶ୍ବ କ୍ରୀଡ଼ା ଦୃଶ୍ୟପଟ୍ଟରେ ବଢ଼ି ଚାଲିଥିବା ଭାରତର ପ୍ରଭାବକୁ ଦର୍ଶାଉଛି। ୨୦୧୬ରେ ରିଓ ଡି ଜେନେରିଓ ଅଲିମ୍ପିକ ଗେମ୍ସରେ ପ୍ରଥମ ଥର ପାଇଁ ନୀତା ଅମ୍ବାନୀ ଆଇଓସି ସଦସ୍ୟ ଭାବରେ ନିର୍ବାଚିତ ହୋଇଥିଲେ।

 ନୀତା ଅମ୍ବାନୀଙ୍କ ନେତୃତ୍ୱରେ ଭାରତ ୪୦ ବର୍ଷ ଅପେକ୍ଷା ପରେ ଆଇଓସିର ବାର୍ଷିକ ବୈଠକ ଆୟୋଜନ କରିଥିଲା। ୨୦୨୩ ମସିହାରେ ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ଏହା ସଫଳତାର ସହିତ ଆୟୋଜିତ କରାଯାଇଥିଲା।
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


 

Sponsored
Nita Ambani was elected as a member of IOC | Argus News