Videos
|
Sports

ଏବେ ଭିଗାନ ହୋଇ ମୁଁ ସୁସ୍ଥ ଅଛି

Ritu Das
Browse all articles by Ritu Das
·1 year ago·2 min read
ଏବେ ଭିଗାନ ହୋଇ ମୁଁ ସୁସ୍ଥ ଅଛି

ଅର୍ଗସ ବ୍ୟୁରୋ: ଭାରତୀୟ ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ବିଷୟରେ ଏକ ଖବର ଏବେ ଇନଷ୍ଟାରେ ବେଶ ଭାଇରାଲ ହେବାରେ ଲାଗିଛି। ବିରାଟ କୋହଲି ହେଉଛନ୍ତି ଭିଗାନ ମାନେ ବିରାଟ ନିରାମିଷ ଖାଦ୍ୟ ଖାଇଥାନ୍ତି। କିନ୍ତୁ କାହିଁକି ଆପଣ ଜାଣିଛନ୍ତି କି? ଚାଲନ୍ତୁ ଜାଣିବା। ପୂର୍ବରୁ କୋହଲି ଆମିଷ ଖାଉ ଥିଲେ। ୨୦୨୦ରେ ଏକ ଲାଇଭ୍ ସେସନ୍ ସମୟରେ ଇଂଲଣ୍ଡ କ୍ରିକେଟର କେଭିନ୍ ପିଟରସନ ବିରାଟ କୋହଲିଙ୍କୁ କହିଥିଲେ ଯେ ଆପଣ ନନ୍ ଭେଜ୍ ଖାଉଥିଲେ। ତା’ପରେ ଏମିତି କ’ଣ ହେଲା ଯେ, ହଠାତ୍ ନିରାମିଷ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ।

 

୨୦୨୦ରେ ଏକ ଇନଷ୍ଟାଗ୍ରାମ ଲାଇଭ୍ ସମୟରେ ବିରାଟ କୋହଲି କ୍ରିକେଟର କେଭିନ୍ ପିଟରସନଙ୍କୁ  କହିଥିଲେ ଯେ ପ୍ରଶଂସକମାନେ ମୋର ନିରାମିଷ ହେବା ପଛରେ ଭିନ୍ନ ଭିନ୍ନ କାରଣ ଭାବନ୍ତି। କିନ୍ତୁ ବାସ୍ତବରେ, ଶାରୀରିକ ସମସ୍ୟା କାରଣରୁ ମୋତେ ଭିଗାନ ହେବାକୁ ପଡିଥିଲା । ମୋର ମେରୁଦଣ୍ଡରେ ସମସ୍ୟା ଦେଖାଦେଇଥିଲା।

ବିରାଟ କହିଛନ୍ତି ଯେ ସେ ୨୦୧୮ରେ ଇଂଲଣ୍ଡ ଗସ୍ତରେ ଥିବାବେଳେ ନିରାମିଷ ହେବାକୁ ନିଷ୍ପତ୍ତି ନେଇଥିଲେ। କାରଣ ଏହା ପୂର୍ବରୁ ୨୦୧୮ରେ ଦକ୍ଷିଣ ଆଫ୍ରିକା ଗସ୍ତରେ ସର୍ଭିକାଲ ମେରୁଦଣ୍ଡ ଜନିତ ସମସ୍ୟା ଦେଖାଦେଇଥିଲା । ଯେଉଁଥିପାଇଁ ପ୍ରବଳ ଯନ୍ତ୍ରଣା ହେଉଥିଲା। ମେରୁଦଣ୍ଡର ହାଡ଼ ଯୋଗୁଁ ବିରାଟଙ୍କ ବେକରୁ ଡାହାଣ ହାତର ଛୋଟ ଆଙ୍ଗୁଠିକୁ ଯାଉଥିବା ଏକ ଶିରା ପ୍ରେସ ହୋଇଯିବାରୁ ତାଙ୍କ ହାତରେ ମଧ୍ୟ ଆଘାତ ଲାଗିଥିଲା। ଏହି ଯନ୍ତ୍ରଣା ଓ ଅସୁବିଧା କାରଣରୁ ସେ ରାତିରେ ଶୋଇ ପାରିନଥିଲେ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଯେତେବେଳେ ବିରାଟ କୋହଲି ପରୀକ୍ଷା କରାଇଲେ, ତାଙ୍କ ପେଟ ଆସିଡିକ ହୋଇଯାଇଥିଲା। ଏବଂ ଅଧିକ ୟୁରିକ୍ ଏସିଡ୍ ଉତ୍ପାଦନ କରୁଥିଲା। ପେଟ ହାଡ଼ରୁ କ୍ୟାଲସିୟମ୍ ଛଡ଼ାଇ ନେଉଥିଲା ଏବଂ ଏହା ସର୍ଭିକାଲ ମେରୁଦଣ୍ଡ ସମସ୍ୟା ସୃଷ୍ଟି କରିଥିଲା। କ୍ୟାଲସିୟମ, ମ୍ୟାଗ୍ନେସିୟମ୍ ଖାଇବା ପରେ ମଧ୍ୟ ତାଙ୍କ ହାଡ଼ ଦୁର୍ବଳ ରହିଥିଲା। ତା’ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ସେ ଇଂଲଣ୍ଡ ଗସ୍ତ ସମୟରେ ନିରାମିଷ ଖାଇବାକୁ ନିଷ୍ପତ୍ତି ନେଇଥିଲେ। ମାଂସ ଛାଡିବା ପରେ ତାଙ୍କ ଶରୀରକୁ ବହୁତ ଆରାମ ମିଳିଥିଲା। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର