Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Sports

ଏବେ ଚାରିଆଡ଼େ ଡିଏସ୍‌ପି ମହମ୍ମଦ ସିରାଜଙ୍କ ଚର୍ଚ୍ଚା

Ritu Das
Browse all articles by Ritu Das
·11 months ago·3 min read
ଏବେ ଚାରିଆଡ଼େ ଡିଏସ୍‌ପି ମହମ୍ମଦ ସିରାଜଙ୍କ ଚର୍ଚ୍ଚା

Key Points

ଓଭାଲରେ ଅସମ୍ଭବକୁ ସମ୍ଭବ କରି ଦେଖାଇଲେ ମହମ୍ମଦ ସିରାଜ

ମିଆଁ ଭାଇ କହିଛନ୍ତି ଜାଣିଥିଲି ମୁଁ ହେବି ମ୍ୟାଚର ଗେମ ଚେଞ୍ଜର

ଶେଷରେ ମୋ ଅବ୍ବୁଙ୍କ ସ୍ବପ୍ନକୁ ଶାକାର କରିପାରିଲି

ମୋ ଅମ୍ମିର ପ୍ରାର୍ଥନାରେ ଶକ୍ତି ଥିଲା

ଏବେ ଚାରିଆଡ଼େ ଡିଏସ୍‌ପି ମହମ୍ମଦ ସିରାଜଙ୍କ ଚର୍ଚ୍ଚା। ଓଭାଲରେ ପଞ୍ଚମ ଟେଷ୍ଟରେ ଦଳକୁ ୬ରନ୍‌ରେ ବିଜୟୀ କରିବାରେ ପେସ ତାରକା ମହମ୍ମଦ ସିରାଜ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ହିଁ ଦଳ ବିଜୟରେ ପ୍ରକୃତ ହିରୋ। ଘରୋଇ ଇଂଲଣ୍ଡ ଦଳ ବିଜୟ ପାଇଁ ୩୫ ରନ ଆବଶ୍ୟକ କରୁଥିଲା। ହାତରେ ୪ଟି ଓ୍ବିକେଟ ରହିଥିଲା। ଏହାସତ୍ତ୍ବେ ବି ସିରାଜ ଘାତକ ବୋଲିଂ କରି ମ୍ୟାଚ ଛଡ଼ାଇ ଆଣିଲେ। ମ୍ୟାଚ ଶେଷ ହେବାପରେ ସିରାଗ କହିଥିଲେ ମ୍ୟାଚ ଦିନ ସକାଳୁ ନିଦରୁ ଉଠିବା ପରେ ମୋର confident level ଦୃଢ଼ ହୋଇଥିଲା। ମନ କହୁଥିଲା ଆଜି ମୁଁ ହେବି ମ୍ୟାଚର ଗେମ ଚେଞ୍ଜର। ଯାହା କହିଥିଲେ ସତରେ ସେଇଆ ହିଁ ହେଲା। କିନ୍ତୁ ସିରାଜଙ୍କ ମନ ଭିତରେ ଅନେକ ଦୁଃଖ ଏବଂ କଷ୍ଟ ରହିଛି। ଯାହା ଭାରତବାସୀ ଜାଣି ନାହାନ୍ତି। ନିମ୍ନ ମଧ୍ୟବିତ୍ତ ପରିବାରରୁ ଆସିଛନ୍ତି। ବିରାଟ ଭାଇଙ୍କ ମାର୍ଗଦର୍ଶନ ସବୁବେଳେ ମନେ ରଖିଛି ବୋଲି ସିରାଜ କହିଛନ୍ତି। ମହମ୍ମଦ ସାମିଙ୍କ ଆହତ ସମସ୍ୟା ଏବଂ ଯଶପ୍ରୀତ୍ ବୁମ୍‌ରା ସମ୍ପୂର୍ଣ୍ଣ ଶୃଙ୍ଖଳା ଖେଳି ନ ପାରିବା ଖବର ସହ ଇଂଲଣ୍ଡ ଗସ୍ତ କରିଥିବା ଭାରତୀୟ ବୋଲିଂ ବାହିନୀ ଶୂନ୍ୟ ଥିଲା।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମହମ୍ମଦ ସିରାଜ କିନ୍ତୁ ଭିତରେ ଭିତରେ ଏତେ ସଙ୍କଳ୍ପବଦ୍ଧ ଥିଲେ ଯେ ଅଗ୍ରଣୀ ବୋଲର୍ ହୋଇଗଲେ। ୧୮୫.୩ ଓଭର ବୋଲିଂ କରି ଉଭୟ ଦଳ ଭିତରେ ସର୍ବାଧିକ ୨୩ ୱିକେଟ୍ ନେଇଥିଲେ। ରୋହିତ, କୋହଲିଙ୍କ, ବୁମରା ଏବଂ ସାମିଙ୍କ ଅନୁପସ୍ଥିତିକୁ ଲୋକଙ୍କୁ ଫିଲ କରିବାକୁ ଦେଲେନି। ମ୍ୟାଚରେ ନିଜେ ସାରଥି ହୋଇ ପଡ଼ିଆକୁ ଓହ୍ଲାଇଥିଲେ। ୩୧ ବର୍ଷୀୟ ସିରାଜଙ୍କ ସିଂହ ଚରିତ୍ର ବି ତାଙ୍କୁ ଅଖ୍ୟାତରୁ ବିଖ୍ୟାତ କରି ଦେଇଛି। ଇଂଲଣ୍ଡ ପ୍ରଶିକ୍ଷକ ବ୍ରେଣ୍ଡନ୍ ମ୍ୟାକଲମ୍‌ ବି ମାନିଯାଇଛନ୍ତି। ବିରାଟ କୋହଲି ବି ଅଭିନନ୍ଦନ ଜଣାଇ ପ୍ରଶଂସା କରିବାକୁ ଭୁଲି ନାହାନ୍ତି। ବୁମ୍‌ରାଙ୍କ ଭଳି ତାଙ୍କ ଶରୀର ଉପରେ କାର୍ଯ୍ୟଭାର ଚାପ ନ ଥିଲା। ସେ ସମ୍ପ୍ରସାରିତ ସ୍ପେଲ୍ ବୋଲିଂ କରି ଅନେକ ଫ୍ୟାନ୍ସଙ୍କୁ ପ୍ରଭାବିତ କରିଛନ୍ତି। ସିରାଜଙ୍କ ସଫଳତା ଏବେ ବିଶ୍ବବ୍ୟାପୀ କ୍ରିକେଟ୍‌ ଦୁନିଆରେ ଚର୍ଚ୍ଚାରେ ରହିଥିବା ବେଳେ ତାଙ୍କ ପରିବାରରେ ଖୁସି ବି ଦ୍ବିଗୁଣିତ ହୋଇଛି। ଏହି ସମୟରେ ତାଙ୍କ ସଂଘର୍ଷ ଓ ସଫଳତାର କିଛି କାହାଣୀ ବି ପୁଣି ଥରେ ଆଲୋଚନା ପରିସରକୁ ଆସିଛି। ୨୦୨୧ ମସିହାରେ ସିରାଜ ଭାରତୀୟ ଦଳ ସହ ଅଷ୍ଟ୍ରେଲିଆ ଗସ୍ତରେ ଥିବାବେଳେ ତାଙ୍କ ପିତା ମହମ୍ମଦ‌ ଘାଉସ୍ ପରଲୋକ ଗମନ କରିଥିଲେ।


ତାଙ୍କ ପିତା ଜଣେ ଅଟୋରିକ୍ସା ଚାଳକ ଥିଲେ। ସିରାଜଙ୍କ କ୍ରିକେଟ୍ ସ୍ବପ୍ନକୁ ସାକାର କରିବାରେ ପିତାଙ୍କ ବଡ଼ ଭୂମିକା ରହିଥିଲା। ପ୍ରତି ଥର କୌଣସି ପ୍ରତିଯୋଗିତା ହେଉ କି ବିଦେଶ ଗସ୍ତ ହେଉ ସିରାଜ ଯିବା ପୂର୍ବରୁ ଓ ଆସିବା ପରେ ସିଧାସଳଖ ଯାଆନ୍ତି ତାଙ୍କ ପିତାଙ୍କ କବରସ୍ତାନ ନିକଟକୁ। କୌଣସି ଥର ପ୍ରାର୍ଥନା କରିବାକୁ ଭୁଲି ନଥାନ୍ତି। ଏପରିକି ବିମାନବନ୍ଦରରୁ ସିଧାସଳଖ ସେ ପିତାଙ୍କ ‘କବର’ ନିକଟକୁ ଯାଇ କୃତଜ୍ଞତା ଜଣାଇଥାନ୍ତି ଓ ଆଶୀର୍ବାଦ ନିଅନ୍ତି। ଏଥର ବି‌ ସେଭଳି କରିଥିଲେ। ଜୁନ୍‌ ମାସରେ ଇଂଲଣ୍ଡ ଗସ୍ତ ପୂର୍ବରୁ ବ୍ୟାଗ୍‌ ପ୍ୟାକ୍‌ କରିବା ପରେ ବି ଯାଇଥିଲେ କବର ନିକଟକୁ ସେଠାରୁ ବିମାନବନ୍ଦରକୁ। ଯିବା ପୂର୍ବରୁ ମା’କୁ କହିଥିଲେ, ‘‘ଅମ୍ମି ଏଥର ପ୍ରାର୍ଥନା କରିବୁ, ମୁଁ ଭଲ କରି ଭାରତକୁ ଜିତାଇକି ଆସେ।’’ ବିଜୟ ପରେ ମା’ ଶବାନା କହିଛନ୍ତି, ‘‘ସିରାଜ ତା’ ଅବ୍ବୁକୁ ଅତି ଭଲ ପାଉଥିଲେ। ସେ ମଧ୍ୟ ତାକୁ ଭଲ ପାଉଥିଲେ। ସିରାଜ ପାଇଁ ସେ ସବୁକିଛି କରିବାକୁ ପ୍ରସ୍ତୁତ ଥିଲେ। ମୋ ଆଶୀର୍ବାଦ ସବୁବେଳେ ତୋ ସହ ଅଛି ବୋଲି ତାଙ୍କ ମା' କହିଥିଲେ। ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫିର ପ୍ରତିଟି ମ୍ୟାଚ୍‌କୁ ଶବାନା ଦେଖୁଥିଲେ ଏବଂ ପୁଅ ପାଇଁ ଦୈନିକ ୫ ଥର ପ୍ରାର୍ଥନା କରୁଥିଲେ। ଅମ୍ମିର ପ୍ରାର୍ଥନାରେ ଭାରି ଶକ୍ତିଥାଏ, ଆଶୀର୍ବାଦ ପାଇଁ ଦୈନିକ ଭିଡିଓ କଲ୍‌ କରେ ବୋଲି କହିଛନ୍ତି ସିରାଜଙ୍କ ସାନ ଭାଇ ମହମ୍ମଦ ଇସ୍‌ମାଇଲ୍‌। ଅବ୍ବୁ କହିଯାଇଥିଲେ ‘ବେଟା ତୋତେ ବହୁ ନାମ କମାଇବାର ଅଛି,‌ ଦେଶ ପାଇଁ ଖେଳିବାର ଅଛି’। ଆଉ ଏହି କଥାକୁ ମୁଁ ଅକ୍ଷରେ ଅକ୍ଷରେ ପାଳନ କରୁଛି। ମୋତେ ଆହୁରି କଷ୍ଟ କରିବାକୁ ପଡ଼ିବ। ତେବେ ଯାଇ ମୁଁ ସମସ୍ତଙ୍କ ହୃଦୟରେ ରାଜ କରିବି।

Sponsored
now-the-talk-of-dsp-mohammad-siraj-is-all-around | Argus News