Videos
|
Sports

ଓଡ଼ିଶା ଛାଡ଼ିବେ  ମଧ୍ୟପ୍ରଦେଶ ପାଇଁ ଖେଳିବେ ଓଡ଼ିଆ ପୁଅ 

Sangram Tripathy
Browse all articles by Sangram Tripathy
·2 years ago·1 min read
ଓଡ଼ିଶା ଛାଡ଼ିବେ  ମଧ୍ୟପ୍ରଦେଶ ପାଇଁ ଖେଳିବେ ଓଡ଼ିଆ ପୁଅ 

 

ଅର୍ଗସ ବ୍ୟୁରୋ: ଓଡ଼ିଶା ଛାଡ଼ି ମଧ୍ୟପ୍ରଦେଶ ପାଇଁ ଘ‌ରୋଇ ମ୍ୟାଚ୍‌ ଖେଳିବାକୁ ଯାଉଛନ୍ତି ଓଡ଼ିଆ ପୁଅ କ୍ରିକେଟର୍‌ ଶୁଭ୍ରାଂଶୁ ସେନାପତି  । ଆସନ୍ତା କ୍ରିକେଟ୍‌ ଋତୁରେ ସେ ରାଜ୍ୟରୁ ପ୍ରତିନିଧିତ୍ବ କରିବେ ନାହିଁ। ଅନ୍ୟ ରାଜ୍ୟ ପାଇଁ ଖେଳିବାରେ ସେ ଦଶମ ଓଡ଼ିଆ ହେବେ।ଫଳରେ ଓସିଏର ଭିଜନ୍‌-୨୦୨୪କୁ ବଡ଼ ଧକ୍କା ଲାଗିବାକୁ ଯାଉଛି। କାରଣ ୨୦୧୯ ମସିହାରେ ୨୦୨୪ ବେଳକୁ ଓଡ଼ିଶାରୁ ଆଇପିଏଲ୍‌ କିମ୍ବା ଆନ୍ତର୍ଜାତିକସ୍ତରର ଖେଳାଳି ସୃଷ୍ଟି କରିବାକୁ ଯେଉଁ ଲକ୍ଷ୍ୟ ରଖାଯାଇଥିଲା,ଦେଖିବାକୁ ମିଳୁଛି ଓଲଟା ପରିଣତି । 


ପାଖାପାଖି ୮ ବର୍ଷ ଧରି ଓଡ଼ିଶା ପାଇଁ ଶୁଭ୍ରାଂଶୁ ବରିଷ୍ଠ ସ୍ତରରେ ଖେଳିଆସୁଛନ୍ତି। କିନ୍ତୁ ଦଳ ରଣଜୀ ଟ୍ରଫିରେ କ୍ବଚିତ୍‌ କ୍ବାର୍ଟରଫାଇନାଲ୍‌ ଯାଇଥିଲେ ମଧ୍ୟ ଏହା ଆଗକୁ ବଢ଼ିପାରୁନି।  ଦୁଇ ବର୍ଷ ତଳେ ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ବାଧୀନ ଚେନ୍ନାଇ ସୁପର କିଙ୍ଗ୍ସ ତାଙ୍କୁ ଆଇପିଏଲ୍‌ରେ ଖେଳାଇବା ପାଇଁ ନେଇଥିଲା। କିନ୍ତୁ ଦୁଇ ବର୍ଷ ଧରି ସେ କେବଳ ଡଗ୍‌ଆଉଟ୍‌ରେ ବସି ଫେରିଥିଲେ। ମ୍ୟାଚ୍ ଖେଳିବାକୁ ସୁଯୋଗ ପାଇନଥିଲେ। ଶୁଭ୍ରାଂଶୁ ଅଧିକ ସୁଯୋଗ ଆଶାରେ ମଧ୍ୟପ୍ରଦେଶ ପକ୍ଷରୁ ଖେଳିବେ ବୋଲି ସୂଚନା ମିଳିଛି। ଓଡ଼ିଆ ପୁଅ ଆଗକୁ ବଡ଼ ସୁଯୋଗ ପାଆନ୍ତୁ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Odisha boy will leave Odisha to play for Madhya Pradesh | Argus News