Rohit Sharma / ରୋହିତଙ୍କୁ ଭେଟିବାକୁ ଓଡ଼ିଶାରୁ ମୁମ୍ବାଇ ସାଇକେଲ ଯାତ୍ରା…ସୁନୀଲଙ୍କ ପ୍ରଶଂସାରେ ‘ହିଟମ୍ୟାନ’ ଭାବବିହ୍ୱଳ
·1 hour ago·3 min read

Key Points
ସୁନୀଲ ଶେଷରେ ରୋହିତଙ୍କୁ ଭେଟିବାରେ ସଫଳ ହୋଇଥିଲେ ଏବଂ ଷ୍ଟାର ବ୍ୟାଟସମ୍ୟାନଙ୍କୁ ରାଧା-କୃଷ୍ଣ ଏବଂ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତି ପ୍ରଦାନ କରିଥିଲେ
କ୍ରିକେଟ୍ ପ୍ରଶଂସକଙ୍କ ପାଇଁ, ସେମାନଙ୍କ ଆଇଡଲଙ୍କ ପ୍ରତି ପ୍ରଶଂସା ଖାଲି ଷ୍ଟାଣ୍ଡରୁ ଚିୟର କରିବା ନୁହେଁ ବରଂ ତା’ଠାରୁ କିଛି ଅଧିକ ହୋଇଥାଏ। କେତେକ ସେମାନଙ୍କର ପ୍ରିୟ ତାରକାମାନଙ୍କୁ ସ୍କେଚ୍ କରନ୍ତି; କେତେକ କଳାକୃତି କରନ୍ତି, କିନ୍ତୁ ଆଉ କେହି ନିଜର ଆଇଡଲଙ୍କୁ ଥରୁଟିଏ ଭେଟିବାକୁ ଚାହାନ୍ତି। ସେଥିପାଇଁ ବହୁତ ବାଧାବିଘ୍ନର ସାମ୍ନା ମଧ୍ୟ କରିବାକୁ ପଡ଼ିଥାଏ। ଏପରି ଜଣେ ଫ୍ୟାନ୍ସଙ୍କ କଥା ଆମେ କହୁଛୁ ଆପଣ ବି ତାଙ୍କ ଯାତ୍ରା ବିଷୟରେ ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ।
ଓଡ଼ିଶାର ସୁନୀଲ ରାଉତ ହେଉଛନ୍ତି ଇଣ୍ଡିଆ ଟିମର ଷ୍ଟାର କ୍ରିକେଟର ରୋହିତ ଶର୍ମାଙ୍କ ବଡ଼ ଫ୍ୟାନ। ସେ ତାଙ୍କ ପ୍ରିୟ କ୍ରିକେଟରଙ୍କୁ ଭେଟିବା ପାଇଁ ସାଇକେଲରେ ଓଡ଼ିଶାରୁ ମୁମ୍ବାଇ ଯାତ୍ରା କରିଥିଲେ। ସେ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଅନେକ ଭିଡିଓ ମାଧ୍ୟମରେ ତାଙ୍କର ସମ୍ପୂର୍ଣ୍ଣ ଯାତ୍ରାକୁ ଡକ୍ୟୁମେଣ୍ଟ କରିଥିଲେ, ଲମ୍ବା ଯାତ୍ରାର ଝଲକ ଏବଂ ଭାରତୀୟ ବ୍ୟାଟସମ୍ୟାନଙ୍କୁ ଭେଟିବା ପାଇଁ ତାଙ୍କର ଦୃଢ଼ ସଂକଳ୍ପ ମଧ୍ୟ ସେୟାର କରିଥିଲେ।
ଶେଷରେ ତାଙ୍କର ପ୍ରୟାସ ସଫଳ ହୋଇଥିଲା। ସୁନୀଲ ଶେଷରେ ରୋହିତଙ୍କୁ ଭେଟିବାରେ ସଫଳ ହୋଇଥିଲେ ଏବଂ ଷ୍ଟାର ବ୍ୟାଟସମ୍ୟାନଙ୍କୁ ରାଧା-କୃଷ୍ଣ ଏବଂ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମୂର୍ତ୍ତି ପ୍ରଦାନ କରିଥିଲେ। ସେ ରୋହିତଙ୍କୁ ଏକ ଫଟୋ ଫ୍ରେମ୍ ମଧ୍ୟ ଉପହାର ଦେଇଥିଲେ। ଯେଉଁ ଫଟୋରେ କ୍ୟାପଟେନ କୁଲ ଏବଂ ତାଙ୍କ ପତ୍ନୀ ରିତିକାଙ୍କର ଏକ କ୍ୟୁଟ ଫଟୋ ଥିଲା। ରୋହିତ ବି ସୁନୀଲଙ୍କର ଏଭଳି ପ୍ରୟାସ ଦେଖି ଖୁସି ହୋଇଯାଇଥିଲେ। ରୋହିତ ଆଉ ମଧ୍ୟ କହିଥିଲେ ଯେ, “ବାପରେ ବାପ ଓଡ଼ିଶାରୁ ଆସିଛ” ପୁଣି ସାଇକେଲରେ। ସିରିୟଶଲି ମ୍ୟାନ, “ମୁଁ ତୁମର ବଡ଼ ଫ୍ୟାନ ବୋଲି ରୋହିତ ସୁନୀଲଙ୍କୁ କହିଥିଲେ। “
ଏହାସହ ପଢ଼ନ୍ତୁ: ବିରାଟ କୋହଲି କେବଳ ୧୮ ନମ୍ବର ଜର୍ସି କାହିଁକି ପିନ୍ଧନ୍ତି? 'ଦ ରନ୍ ମେସିନ୍' ନିଜେ କହିଲେ ଫ୍ୟାନ୍ସଙ୍କୁ ବଡ଼ ସିକ୍ରେଟ….
ଯେତେବେଳେ ରୋହିତ ପ୍ରଶଂସକଙ୍କୁ ଭେଟିଲେ, ପ୍ରଶଂସକ ତାଙ୍କ ପାଦ ଛୁଇଁଲେ। ରୋହିତ କିନ୍ତୁ ତାଙ୍କୁ ବିନମ୍ରତାର ସହିତ ଏପରି କରିବାରୁ ବାରଣ କଲେ ଏବଂ ତାଙ୍କ ପାଦ ନ ଛୁଇଁବାକୁ ଅନୁରୋଧ କଲେ। ତା’ପରେ ସେ ପ୍ରଶଂସକଙ୍କ ସହ କିଛି ସମୟ କଥା ହୋଇଥିଲେ। ତାଙ୍କୁ ଏକ ମିଠା ଆଲିଙ୍ଗନ ମଧ୍ୟ କରିଥିଲେ।
ରୋହିତ ଶର୍ମାଙ୍କ ବ୍ୟକ୍ତିତ୍ୱର ସବୁଠାରୁ ବଡ଼ ଖାସିୟତ ହେଉଛି ତାଙ୍କର ସରଳତା ଓ ନମ୍ରତା। ମଇଦାନରେ ସେ ଯେତେବେଳେ ନିଜର ଚମତ୍କାର ବ୍ୟାଟିଂରେ ବଡ଼ ବଡ଼ ରେକର୍ଡ କରନ୍ତି, ମଇଦାନ ବାହାରେ ସେତେବେଳେ ଜଣେ ସାଧାରଣ ମଣିଷଙ୍କ ଭଳି ନିଜ ଫ୍ୟାନ୍ସଙ୍କ ସହ ମିଶିଥାନ୍ତି। ଓଡ଼ିଶାରୁ ସାଇକେଲରେ ମୁମ୍ବାଇ ଯାଇ ତାଙ୍କୁ ଭେଟିଥିବା ସୁନୀଲ ରାଉତଙ୍କୁ ରୋହିତ ଯେଉଁଭଳି ଭାବେ ସ୍ୱାଗତ କଲେ, ତାହା ତାଙ୍କର ମାନବିକତାର ଏକ ସୁନ୍ଦର ଉଦାହରଣ।
ରୋହିତଙ୍କ ଏହି ବ୍ୟବହାର ପ୍ରମାଣ କରେ ଯେ ଜଣେ ସଫଳ କ୍ରିକେଟର ହେବା ସହିତ ସେ ଜଣେ ଭଲ ମଣିଷ ଭାବେ ମଧ୍ୟ ନିଜକୁ ପ୍ରମାଣ କରିଛନ୍ତି। ସୁନୀଲ ରାଉତ ଦୀର୍ଘ ସାଇକେଲ ଯାତ୍ରା କରି ରୋହିତଙ୍କ ପାଇଁ ଶ୍ରୀଜଗନ୍ନାଥ ଓ ରାଧାକୃଷ୍ଣଙ୍କ ମୂର୍ତ୍ତି ନେଇ ପହଞ୍ଚିବା ପରେ ରୋହିତ ତାଙ୍କ ଭାବନାକୁ ସମ୍ମାନ ଦେଇଥିଲେ। ତାଙ୍କୁ ଆଲିଙ୍ଗନ କରିବା ସହ ଏତେ ଦୂରରୁ ସାଇକେଲରେ ଆସିଥିବାରୁ ଆଶ୍ଚର୍ଯ୍ୟ ମଧ୍ୟ ପ୍ରକାଶ କରିଥିଲେ। ରୋହିତଙ୍କ ଏହି ସରଳ ଓ ଆତ୍ମୀୟ ବ୍ୟବହାର ଦେଖାଇଦିଏ ଯେ, ଲକ୍ଷ ଲକ୍ଷ ପ୍ରଶଂସକଙ୍କ ଭଲପାଇବାକୁ ସେ କେବଳ ଜଣେ ଷ୍ଟାର ଭାବେ ନୁହେଁ, ବରଂ ଜଣେ ମଣିଷ ଭାବେ ମଧ୍ୟ ଗଭୀର ଭାବେ ବୁଝନ୍ତି।
Pata Hai Kidhar Se Aaya hai , Mallum hai Aapko!
— Rohit Sharma Fan (@hitmanfanfollow) August 16, 2026
Someone said... Odisha Se..
RO, " Baap Re Baap. " ❤ pic.twitter.com/ULF2Qd8Au9

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories