Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଜାତୀୟ ସିନିୟର ଟେନିସ ବଲ ଚାମ୍ପିୟନଶିପ,ସେପ୍ଟେମ୍ବର ୨୯ରୁ  ଓଡ଼ିଶା ଟିମର ଚୟନ

Sports

ଜାତୀୟ ସିନିୟର ଟେନିସ ବଲ ଚାମ୍ପିୟନଶିପ,ସେପ୍ଟେମ୍ବର ୨୯ରୁ  ଓଡ଼ିଶା ଟିମର ଚୟନ

Sangram Tripathy
Browse all articles by Sangram Tripathy
·1 year ago
ଜାତୀୟ ସିନିୟର ଟେନିସ ବଲ ଚାମ୍ପିୟନଶିପ,ସେପ୍ଟେମ୍ବର ୨୯ରୁ  ଓଡ଼ିଶା ଟିମର ଚୟନ

ଅର୍ଗସ ବ୍ୟୁରୋ:ଜମ୍ମୁ-କଶ୍ମୀରର ଶ୍ରୀନଗରରେ ନଭେମ୍ବର ୧୮ତାରିଖରୁ ୨୧ ଯାଏ  ଖେଳାଯିବ ୩୫ତମ ଜାତୀୟ ସିନିୟର ଟେନିସ ବଲ ଚାମ୍ପିୟନଶିପ। ଏହି ଟୁର୍ଣ୍ଣାମେଣ୍ଟ ଲାଗି ଓଡ଼ିଶା ଜାତୀୟ ସିନିୟର ଖେଳାଳିଙ୍କ ଚୟନ ପ୍ରକିୟା ଆସନ୍ତା ସେପ୍ଟେମ୍ବର ୨୯ରେ କରାଯିବ,ଏଥିରେ ଉଭୟ ମହିଳା ଏବଂ ପୁରୁଷ ଭାଗ ନେବେ। ଓଡ଼ିଶା ଟେନିସ ବଲ କ୍ରିକେଟ ଆସୋସିଏନ ପକ୍ଷରୁ ଭୁବନେଶ୍ୱର ସ୍ଥିତ ଏଲଏଲସିସି ଗ୍ରାଉଣ୍ଡରେ ଚୟନ ପ୍ରକ୍ରିୟା ସକାଳ ୭ରୁ ଆରମ୍ଭ ହେଉଛି। ତେଣୁ ଜାତୀୟ ଦଳ ପାଇଁ ଖେଳିବାକୁ ଚାହୁଁଥିବା ଖେଳାଳିମାନେ ନିଜ ନିଜ ଆଧାର କାର୍ଡ ଧରି ଧାର୍ଯ୍ୟ ସମୟ ପୂର୍ବରୁ  ଆଇଆରସି ଭିଲେଜେ ର ଏଲଏଲସିସି ଗ୍ରାଉଣ୍ଡରେ ରିପୋର୍ଟିଂ କରିପାରିବେ। ପ୍ରଥମେ ପଞ୍ଜୀକରଣ କରାଯିବ ଓ ଏହାପରେ ଚୟନ ପ୍ରକ୍ରିୟା ଆରମ୍ଭ ହେବ
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Team Selection for National Senior Tennis Ball Championship, September 29 | Argus News