Videos
|
Sports

ନୀରଜ ଚୋପ୍ରାଙ୍କୁ ମିଳିଲା ସାତ ଜନ୍ମର ସାଥୀ

Smruti Parija
Browse all articles by Smruti Parija
·1 year ago·1 min read
ନୀରଜ ଚୋପ୍ରାଙ୍କୁ ମିଳିଲା ସାତ ଜନ୍ମର ସାଥୀ

Key Points

ବିବାହ ବନ୍ଧନରେ ବାନ୍ଧିହେଲେ ନୀରଜ ଚୋପ୍ରା । ଦୁଇ ଦୁଇ ଥର ଅଲମ୍ପିକ ବିଜେତା ନୀରଜ ଚୋପ୍ରାଙ୍କୁ ମିଳିଲା ସାତ ଜନ୍ମର ସାଥୀ ।

ଅର୍ଗସ ବ୍ୟୁରୋ: ବିବାହ ବନ୍ଧନରେ ବାନ୍ଧିହେଲେ ନୀରଜ ଚୋପ୍ରା । ଦୁଇ ଦୁଇ ଥର ଅଲମ୍ପିକ ବିଜେତା ନୀରଜ ଚୋପ୍ରାଙ୍କୁ ମିଳିଲା ସାତ ଜନ୍ମର ସାଥୀ । ନିରଡମ୍ବର ଭାବରେ ନିଜ ପରିବାର ବର୍ଗଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଜାଭଲିନ ତାରକା ନୀରଜ ଚୋପ୍ରା । ସୋସିଆଲ ମିଡିଆରେ ନିଜ ଫଟୋ ପୋଷ୍ଟ କରି ନୂଆ ଜୀବନ ଆରମ୍ଭ କରିବାକୁ ଯାଉଥିବା ନେଇ ସୂଚନା ଦେଇଛନ୍ତି ନିରଜ ।


ହିମାଚଳ ପ୍ରଦେଶର ଶିମଲାରେ ପୂର୍ବତନ ଟେନିସ ଖେଳାଳୀ ହିମାନୀ ମୋର୍ ଙ୍କୁ ବିବାହ କରିଛନ୍ତି ନିରଜ । ଖୁବ କମ୍ ଲୋକଙ୍କ ମଧ୍ୟରେ ବିବାହ ଅନୁଷ୍ଠିତ ହୋଇଥିବାବେଳେ ବିବାହର ମାତ୍ର 40 ରୁ 50 ଜଣ ଉପସ୍ଥିତ ଥିଲେ । ବର୍ତ୍ତମାନ ଦୁହେଁ ଆମେରିକାରେ ହନିମୁନ୍ ପାଇଁ ଯାଇଛନ୍ତି । ସେଠାରୁ ଫେରିବା ପରେ ଭାରତରେ ବିବାହ ଭୋଜି ଦେବା ନେଇ ବିଶ୍ୱସ୍ତ ସୁତ୍ରରୁ ସୂଚନା ମିଳିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ନୀରଜ ଚୋପ୍ରା ପ୍ୟାରିସ ଗେମ୍ସରେ ତାଙ୍କର ଦ୍ୱିତୀୟ ଅଲିମ୍ପିକ୍ ପଦକ ଜିତିବାର କିଛି ମାସ ପରେ ଏହି ବିବାହ ଅନୁଷ୍ଠିତ ହୋଇଛି । 2021 ମସିହାରେ, ନୀରଜ ଅଲିମ୍ପିକ୍ସରେ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିଥିବା ପ୍ରଥମ ଭାରତୀୟ ।

Olympic medalist Neeraj Chopra tied the knot with his partner, Himani Mor | Argus News