ଅଲମ୍ପିକ୍ସ ୨୦୨୪: ତୀରନ୍ଦାଜି କ୍ୱାର୍ଟର ଫାଇନାଲରେ ପ୍ରବେଶ କଲା ଭାରତ
·1 year ago

ଅର୍ଗସ ବ୍ୟୁରୋ:ପ୍ୟାରିସ ଅଲମ୍ପିକ୍ସ ୨୦୨୪ ଆରମ୍ଭ ହୋଇଯାଇଥିବାବେଳେ ତୀରନ୍ଦାଜିରେ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଭାରତୀୟ ପୁରୁଷ ଟିମ୍ । ଉଦଘାଟନର ଗୋଟିଏ ଦିନ ପୂର୍ବରୁ
ଅର୍ଥାତ ଜୁଲାଇ ୨୫ରେ ଭାରତ ତାର ଅଭିଯାନ ଆରମ୍ଭ କରିଥିଲା।ଭାରତୀୟ ପୁରୁଷ ଦଳ ମଧ୍ୟ ତୃତୀୟ ସ୍ଥାନ ଅଧିକାର କରି କ୍ବାର୍ଟରରେ ପ୍ରବେଶ କରିଛନ୍ତି।
ଟିମ ରାକିଂ ଇଭେଣ୍ଟରେ ଭାରତୀୟ ପୁରୁଷ ଟିମ ଦମଦାର ପ୍ରଦର୍ଶନ କରିଥିଲା। ତରୁନଦୀପ ରାୟ, ଧୀରଜ ଓ ପ୍ରବୀଣ ଯାଦବଙ୍କୁ ନେଇ ଗଠିତ ଭାରତୀୟ ଟିମ ମୋଟ ୨୦୧୩ ପଏଣ୍ଟ ହାସଲ କରିଛନ୍ତି। ଭାରତୀୟଙ୍କ ମଧ୍ୟରେ ବ୍ୟକ୍ତିଗତ ବର୍ଗରେ ଧୀରଜ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ବ୍ୟକ୍ତିଗତ ରାଙ୍କିଙ୍ଗର ୪ର୍ଥ ସ୍ଥାନରେ ନିଜର ଅଭିଯାନ ଶେଷ କରିଛନ୍ତି। ସେ ମୋଟ ୬୮୧ ପଏଣ୍ଟ ହାସଲ କରିଛନ୍ତି। ଭାରତୀୟ ମିଶ୍ରିତ ଦଳ ମଧ୍ୟ ରାଉଣ୍ଡ୍ ଅଫ୍ ୧୬ରେ ସ୍ଥାନ ସୁରକ୍ଷିତ କରି ନେଇଛି। ତୀରନ୍ଦାଜିରେ ଭାରତର ପଦକ ଆଶା ରହିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
