ଅଲମ୍ପିକ୍ସ ହକି: ଭାରତ-ଆର୍ଜେଣ୍ଟିନା ମ୍ୟାଚ୍ ଡ୍ର,ଆଜି ଆୟର୍ଲାଣ୍ଡକୁ ଭେଟିବ ଭାରତ
·1 year ago

ଅର୍ଗସ ବ୍ୟୁରୋ: ପ୍ୟାରିସ୍ ଅଲମ୍ପିକ୍ସରେ ଭାରତ ଏବଂ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଡ୍ର ରହିଛି। ପରାଜୟରୁ ଭାରତୀୟ ହକି ଦଳ ରକ୍ଷା ପାଇଯାଇଛି। ତେବେ ମ୍ୟାଚ୍ ୨ ମିନିଟରୁ କମ୍ ସମୟ ବାକି ଥିବାବେଳେ ହରମାନପ୍ରୀତ ସିଂ ପେନାଲ୍ଟି କର୍ଣ୍ଣରକୁ ଗୋଲରେ ପରିଣତ କରି ସ୍ଥିତିକୁ ୧-୧କୁ ଆଣିଥିଲେ ।
ପ୍ରଥମେ ମ୍ୟାଚ୍ରେ ନ୍ୟୁଜିଲ୍ୟାଣ୍ଡକୁ ୩-୨ରେ ହରାଇଥିଲା ଭାରତ। ହକିରୁ ଭାରତ ଠାରୁ ପଦକ ଆଶା ରଖିଛନ୍ତି କ୍ରୀଡାପ୍ରେମୀ। ଆୟର୍ଲାଣ୍ଡକୁ ଭେଟିବ ଭାରତୀୟ ଦଳ । ଏଯାଏ ଭାରତକୁ କେବଳ ଗୋଟିଏ ପଦକ ମିଳିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: