Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - 10 ମିଟର ଏୟାର ରାଇଫଲ୍ ଫାଇନାଲ୍ ରେ ରମିତା ଜିନ୍ଦଲ

Sports

10 ମିଟର ଏୟାର ରାଇଫଲ୍ ଫାଇନାଲ୍ ରେ ରମିତା ଜିନ୍ଦଲ

Smruti Parija
Browse all articles by Smruti Parija
·1 year ago·1 min read
10 ମିଟର ଏୟାର ରାଇଫଲ୍ ଫାଇନାଲ୍ ରେ ରମିତା ଜିନ୍ଦଲ

ଅର୍ଗସ ବ୍ୟୁରୋ: ପ୍ୟାରିସ ଅଲମ୍ପିକ୍ସରେ ଦମ୍ ଦେଖାଉଛନ୍ତି ଭାରତୀୟ ସୁଟର୍ । ମନୁ ଭାକରଙ୍କ ପରେ 10 ମିଟର ଏୟାର ରାଇଫଲ୍ ଫାଇନାଲ୍ ରେ ରମିତା ଜିନ୍ଦଲ ପହଞ୍ଚିଛନ୍ତି । 10 ମିଟର ଏୟାର ରାଇଫଲ ଇଭେଣ୍ଟରେ ଫାଇନାଲ ଟିକେଟ ହାତେଇଛନ୍ତି ରମିତା ଜିନ୍ଦଲ ।  

ଅନ୍ୟପଟେ ଆଉ ଅଳ୍ପ କିଛି ସମୟ ପରେ ପଦକ ପାଇଁ ଲଢେଇ କରିବ ଭାରତ । ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲ ମୁକାବିଲା । ୨୦ବର୍ଷ ପରେ ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟର ଫାଇନାଲରେ ପହଞ୍ଚିଛନ୍ତି ସୁଟର ମନୁ ଭାକର । ଗତକାଲି ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚରେ ମନୁ ଚମତ୍କାର ପ୍ରଦର୍ଶନ କରି ୫୮୦ ପଏଣ୍ଟ ପାଇବା ସହ ତୃତୀୟ ସ୍ଥାନରେ ରହିଥିଲେ । 

ଏଥିସହ ମନୁ ଫାଇନାଲରେ ପହଞ୍ଚିଥିଲେ । ଆଜି ୩ଟା ୩୦ରେ ପଦକ ପାଇଁ ସେ ଲଢେଇ କରିବେ । ପୂର୍ବରୁ ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ସୁମା ଶ୍ରୀରୁର ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟ ଫାଇନାଲରେ ପହଞ୍ଚିଥିଲେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
olympics-update-Ramita Jindal in the 10m air rifle final | Argus News